Loading...

299 Big Street, Govindpur, India

Open daily 10:00 AM to 10:00 PM

ଯଦି ଆପଣ ବି କରୁଛନ୍ତି ଏହି ୫ଟି ଭୁଲ, ତେବେ ହୋଇଯାଆନ୍ତୁ ସାବଧାନ! ନଚେତ ଜୀବନ ହୋଇଯିବ ବର୍ବାଦ

ବେଳେବେଳେ ମନୁଷ୍ୟ ଜୀବନରେ ଏପରି ଘଟଣା ଘଟେ ଯେ ଜଣେ ବ୍ୟକ୍ତି ରାତାରାତି ସର୍ବସ୍ଵାନ୍ତ ହୋଇଯାଏ ଓ ଆଉ କିଏ ଧୀରେ ଧୀରେ ସର୍ବସ୍ଵାନ୍ତ ହୋଇଥାନ୍ତି । ଯେଉଁମାନେ ରାତାରାତି ସର୍ବସ୍ଵାନ୍ତ ହୋଇଥାନ୍ତି ତାହା ପଛରେ ତାର ସତ୍ୟତା ଜାଣିବେ ଯେ ସେମାନେ ପୂର୍ବରୁ ଏପରି କିଛି କାର୍ଯ୍ୟ କରିଛନ୍ତି ଯାହା କି ବର୍ତ୍ତମାନ ସମୟରେ ସର୍ବସ୍ଵାନ୍ତ ହୋଇଛନ୍ତି । କର୍ମ ଆମର ମୁଖ୍ୟ ଅଟେ । ଆମେ ଯେପରି କର୍ମ କରିବୁ ସେହିପରି କର୍ମର ଫଳ ମଧ୍ୟ ପାଇବୁ । ସାଧାରଣ ଭାଷାରେ ଖରାପ କାର୍ଯ୍ୟକୁ ଅପକର୍ମ କୁହାଯାଏ ।

ଆମେ ଜୀବନରେ ଅଜାଣତରେ ଏପରି କିଛି କାର୍ଯ୍ୟ କରିଥାଏ ତାହାର ପ୍ରଭାବରେ ହଠାତ ହେଉ ବା ଧୀରେଧୀରେ ହେଉ ଆମକୁ ସେହି କାର୍ଯ୍ୟର ପରିଣାମ ଭୋଗ କରିବାକୁ ପଡିଥାଏ । ଆସନ୍ତୁ ଜାଣିବା କେଉଁ କାରଣରୁ ଦୁଃଖ ଭୋଗ କରିବାକୁ ପଡିଥାଏ । ଯାହା କି ଅନୁତାପ କରିବାକୁ ସୁଯୋଗ ମିଳେ ନାହିଁ । ଯେଉଁମାନେ ଜୀବନସାରା ଖରାପ କାର୍ଯ୍ୟ କରିଥାନ୍ତି ସେମାନଙ୍କୁ ଯମରାଜାଙ୍କ ଭୟଙ୍କର ଦୂତମାନେ ଦେଖା ଦିଅନ୍ତି ।

୧- ଭୋଜନ- ବାସୀ ଖାଦ୍ୟ ଖାଇବା, ଦକ୍ଷିଣ ଦିଗକୁ ମୁହଁ କରି ଖାଇବା, ଖାଇବା ମଝିରେ ପାଣି ପିଇବା ଓ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା, ଯେଉଁ ଥାଳିରେ ଖାଇବା ସେହି ଥାଳିରେ ହାତ ଧୋଇବା, ଖାଦ୍ୟକୁ ନିନ୍ଦା କରିବା, ଭାଙ୍ଗି ଯାଇଥିବା ଥାଳିରେ ଖାଦ୍ୟ ଖାଇବା ଆଦି ଏପରି କେତେକ ଭୁଲ କର୍ମ ଅଛି ଯାହା ଆପଣଙ୍କୁ ରୋଗ ଶୋକ ଭୋଗ କରିବାକୁ ପଡିବ । ଏହା ବ୍ୟତୀତ ଅଧିକାଂଶ ସମୟରେ ଏକୁଟିଆ ଖାଇବା, ଖାଇବା ମଝିରେ ଉଠି ଅନ୍ୟ କାମ କରିବା, ଖାଦ୍ୟରେ ଲୁଣ କମ ହୋଇଛି, ରାଗ ହୋଇଛି ବା ସ୍ଵାଦିଷ୍ଟ ହୋଇନାହିଁ ଏପରି ମଧ୍ୟ କହିବା ଅନୁଚିତ୍ । ଉପରୋକ୍ତ ନିୟମକୁ ନ ମାନିଲେ କୋଷ୍ଠକାଠିନ୍ୟ, କର୍କଟ ଓ ଅର୍ଶ ଭଳି ରୋଗ ହୁଏ ।

୨-ବସ୍ତ୍ର-  କେତେକ ଲୋକମାନେ ରାତିରେ ବସ୍ତ୍ରକୁ ଧୋଇ ବାହାରେ ଶୁଖାଇ ଦିଅନ୍ତି, ଯାହାକି ଏହା ବାସ୍ତୁ ବିରୁଦ୍ଧ ଅଟେ । ଏପରି କଲେ ରୋଗ ସୃଷ୍ଟି ହୁଏ । ସେହି ବସ୍ତ୍ରକୁ ସକାଳେ ପିନ୍ଧିଲେ ଅଚାନକ ଭାବରେ ବିପତ୍ତିର ସାମ୍ନା କରିବାକୁ ପଡିଥାଏ । ଏହା ବ୍ୟତୀତ ଯିଏ ଅନ୍ୟଠାରୁ ବସ୍ତ୍ର ମାଗିକରି ପିନ୍ଧେ, ଖାଦ୍ୟ ମାଗିକରି ଖାଏ ଓ ଯେ କୌଣସି ଜାଗାରୁ ପାଣି ପିଏ ତେବେ ମଧ୍ୟ ଆୟୁଷ କମ ହୋଇଯାଏ ।

୩- ନିଦ- ଆପଣ ଯେତିକି ଜାଗ୍ରତ ହେଉଛନ୍ତି ସେତିକି ପରିମାଣରେ ମଧ୍ୟ ଶୁଅନ୍ତୁ । ଯଦି ଆପଣ କମ ଶୋଉଛନ୍ତି ଅଧିକ ସମୟ ଚାହୁଁଛନ୍ତି ତେବେ ସନ୍ତୁଳନ ବିଗିଡି ଯାଏ । ଯଦି ସକାଳେ ଶୀଘ୍ର ଉଠୁଛନ୍ତି ତେବେ ଆପଣ ୪ଘଣ୍ଟା ଶୋଇବା ନିହାତି ଜରୁରୀ ଅଟେ । ଆବଶ୍ୟକତା ଅନୁସାରେ ନ ସୋଇ ଯଦି ବିଳମ୍ବରେ ଉଠୁଛନ୍ତି ତେବେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହା ବ୍ୟତୀତ ଭାଙ୍ଗି ଯାଇଥିବା ଖଟରେ ଶୋଇବା, ଗୋଡ ଉପରେ ଗୋଡ ପକାଇବା ବା ଦକ୍ଷିଣ ଦିଗକୁ ଗୋଡ କରି ଶୋଇବା ଦ୍ଵାରା ଆୟୁଷ ହାନି ହୁଏ ଓ ଭବିଷ୍ୟତ ଉପରେ ଦୁଷ୍ପ୍ରଭାବ ପଡେ । ଗୋଡ ନ ଧୋଇ ଶୋଇବା, ବେଶି ରାତି ପର୍ଯ୍ୟନ୍ତ ଚାହିଁବା ମଧ୍ୟ ଆୟୁଷ ହାନି ହୁଏ । ସୂର୍ଯ୍ୟ ଉଦୟ ହେଉଥିବା ବା ସୂର୍ଯ୍ୟ ଅସ୍ତ ହେଉଥିବା ସମୟରେ ସୋଇଲେ ଶରୀର ରୋଗିଣା ହୋଇଯାଏ ଓ ଆୟୁଷ ହାନି ହୁଏ । ଏହିପରି ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦ୍ଵାର ସାମ୍ନାକୁ ଗୋଡ କରି ଶୋଇବା ଅନୁଚିତ୍ ।

୪- ଅପଯଶ- ଅପଯଶକୁ ଅପବାଦ ବା ଅପମାନ କୁହାଯାଏ । ତାହା ହେଉଛି ଯେଉଁ ବ୍ୟକ୍ତିର ଖ୍ୟାତି ନାହିଁ, ସେ ହେଉଛି ଅନୁପଯୁକ୍ତ । ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ସେମାନଙ୍କୁ ଘର, ପରିବାର, ସମାଜ ଆଦି କୌଣସି କ୍ଷେତ୍ରରେ ସମ୍ମାନ ମିଳେ ନାହିଁ କିମ୍ବା କେବେ ସମ୍ମାନ ପାଇ ନାହାଁନ୍ତି । କିନ୍ତୁ ଏହା ଅସମ୍ପୂର୍ଣ୍ଣ ଅଟେ । ବାସ୍ତବରେ ଏହି ବ୍ୟକ୍ତି ପ୍ରସିଦ୍ଧ ନୁହଁନ୍ତି, କିନ୍ତୁ କୁଖ୍ୟାତ ନିଶ୍ଚିତ ହୋଇ ଥାନ୍ତି । ସେ ଯେ କୌଣସି କାରଣରୁ ବଦନାମ ହୋଇଥାନ୍ତି । ଖରାପ ଠାରୁ ଆହୁରି ଖରାପ ହେଉଛି ବଦନାମ ହେବା । ଜଣେ ବୁଦ୍ଧିମାନ ବ୍ୟକ୍ତି ଅପମାନକୁ ଏଡାଇବା ପାଇଁ ସବୁ ପ୍ରକାର କ୍ଷତି କରିବାକୁ ପ୍ରସ୍ତୁତ ଥାଏ । ବଦନାମ ହେଲେ ଜୀବନରେ ସବୁ କିଛି ନଷ୍ଟ ହୋଇଯାଏ । ବଦନାମ ବ୍ୟକ୍ତି ମଧ୍ୟ ମୃତ ବ୍ୟକ୍ତି ସହିତ ସମାନ ଅଟେ ।

୫- ବିଷ୍ଣୁ ବିମୁଖ ଓ ସନ୍ଥ ବିରୋଧୀ- ଯେଉଁ ଲୋକମାନେ ଭଗବାନ ବିଷ୍ଣୁଙ୍କ ପ୍ରତି ସ୍ନେହ ପ୍ରୀତିଭାବ ଓ ବିଶ୍ଵାସ ରଖନ୍ତି ନାହିଁ । ସେମାନଙ୍କୁ ଇଶ୍ଵର ବିରୋଧୀ କୁହାଯାଏ । ଏହି ବିରୋଧୀ ବ୍ୟକ୍ତି ମୃତ ବ୍ୟକ୍ତି ସହିତ ସମାନ ଅଟେ । ଅଜ୍ଞତା ସହିତ ସେହି ଇଶ୍ଵର ବିରୋଧୀ ମୃତକମାନଙ୍କ ପରି ଯେଉଁମାନେ କୌଣସି ଆଧାର ଓ ଯୁକ୍ତି ବିନା ଇଶ୍ଵରଙ୍କୁ  ବିଶ୍ଵାସ କରନ୍ତି ନାହିଁ । ସେ ଇଶ୍ଵର ନ ଥିବାର ଅନେକ କୂତର୍କ ସଂଗ୍ରହ କରିଛନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00