Loading...

299 Big Street, Govindpur, India

Open daily 10:00 AM to 10:00 PM

ଜାଣନ୍ତୁ ଦର୍ପଣ, ଘଣ୍ଟି ଓ କଳା ଘୋଡାର ନାଲ ର ଅନୋଖା ପ୍ରୟୋଗ

ଫେଙ୍ଗଶୁଈ ହେଉ ବା ଆମର ଶାସ୍ତ୍ରରେ ପୂର୍ବରୁ ଦିଆଯାଇଥିବା ଉପାୟ ଗୁଡିକ ହେଉ, କିନ୍ତୁ ବର୍ତ୍ତମାନର ଫେଙ୍ଗଶୁଈ ଅପେକ୍ଷା ବହୁତ ଭଲ ଓ ଅଧିକ ପ୍ରଭାବଶାଳୀ ହୋଇଥାଏ ଆମଶାସ୍ତ୍ରର ଉପାୟ ଗୁଡିକ । ଏଥିରୁ କିଛି ହେଲା ଦର୍ପଣ, ଘଣ୍ଟି ଓ କଳା ଘୋଡାର ନାଲ । ଆମ ଜୀବନରେ କିଛି ଏମିତି ବସ୍ତୁ ଅଛି ଯାହାକୁ ଆମେ ପ୍ରତିଦିନ ବ୍ୟବହାର କରିଥାଉ । କିନ୍ତୁ ତାହାର ଉପଯୋଗୀ ଉପାୟକୁ ଖୁବ୍ କମ ଲୋକମାନେ ଜାଣିଥାନ୍ତି । ଆସନ୍ତୁ ଜାଣିବା ଦର୍ପଣ, ଘଣ୍ଟି ଓ କଳା ଘୋଡାର ନାଲର ମହତ୍ଵ ବିଷୟରେ ।

ଦର୍ପଣ-

ବାସ୍ତୁ ଶାସ୍ତ୍ରରେ ଦର୍ପଣକୁ ବହୁତ ଉପଯୋଗୀ ମନା ଯାଇଛି । ଦିଗକୁ ବଢାଇବା ଭ୍ରମ କରାଉଥିବା ଏହି ଦର୍ପଣ ଅନେକ ଥର ଚମତ୍କାର ପ୍ରଭାବ ଦେଖାଇଥାଏ । ଯଦି ଘରର ଉତ୍ତର ପୂର୍ବ କୋଣ କଟାଯାଇଥାଏ ତେବେ ସେହି ଦିଗରେ ଏକ ବଡ ଦେଖାଯାଉଥିବା ଦର୍ପଣ ଲଗାଇଲେ ଦିଗ ଭ୍ରମ ହୋଇଯାଏ । ଏହି ଦିଗ ବୃଦ୍ଧି ପାଇବା ଭଳି ମନେ ହୁଏ । ଏଥିରେ ବାସ୍ତୁଦୋଷ ଦୂର ହୋଇଯାଏ । ଯଦି ଘରର ସାମ୍ନାରେ କୌଣସି ଖମ୍ବ, ବଡ ଗଛ, କୌଣସି ଘରର କୋଣ, ଅଳିଆ ଗଦା ଥାଏ ତେବେ ଘରର ମୁଖ୍ୟ ଦ୍ଵାରର ଚୌକାଠ ଉପରକୁ ଏକ ଗୋଲାକାର ଦର୍ପଣ ଲଗାଇଲେ ଘରକୁ ଆସୁଥିବା ନକରାତ୍ମକ ଊର୍ଜା ସେହି ଦର୍ପଣରେ ବାଡେଇ ହୋଇ ପୁଣି ବାହାରକୁ ଚାଲିଯାଏ ।

ଖାଇବା ଘରେ ଉତ୍ତର ପୂର୍ବର କାନ୍ଥରେ ଓଭାଲ ଆକୃତିର ଏକ ବଡ ଦର୍ପଣ ଲଗାଇବା ଉଚିତ୍ । ଏଥିରେ ଭୋଜନ କରୁଥିବା ବ୍ୟକ୍ତି ଓ ଭୋଜନର ପ୍ରତିବିମ୍ବ ଦେଖାଯାଏ ତେବେ ଏହା ଘରର ସମୃଦ୍ଧି ବଢିଥାଏ । ଡ୍ରେସିଂ ରୁମ୍ ରେ ସର୍ବଦା ଉତ୍ତର ଅଥବା ପୂର୍ବ ଦିଗର କାନ୍ଥରେ ଦର୍ପଣ ରଖିବା ଉଚିତ୍ । ଏହା ଶୁଭ ହୋଇଥାଏ । କଦାପି ଦକ୍ଷିଣ ଦିଗର କାନ୍ଥରେ ଦର୍ପଣ ରଖିବା ନାହିଁ । ଶୋଇବା ଘରେ ଦର୍ପଣ ନ ରଖିବା ଉଚିତ୍ । କାରଣ ଶୋଇଥିବା ବ୍ୟକ୍ତି ଉପରେ ଅଶୁଭ ପ୍ରଭାବ ପଡିଥାଏ ।

ଘଣ୍ଟି-

ଘଣ୍ଟି ଏକ ଏମିତି ବସ୍ତୁ ଯାହାକି ସବୁ ମନ୍ଦିରରେ ଓ ଘରେ ଥିବା ମନ୍ଦିରରେ ଲଗାଯାଇଥାଏ । ମନ୍ଦିରକୁ ପ୍ରବେଶ କରିବା ବେଳେ, ଭଗବାନଙ୍କର ଆରତୀ ବେଳେ ଓ ଭୋଗ ଲାଗିବା ବେଳେ ଘଣ୍ଟି ପ୍ରୟୋଗ କରାଯାଏ । ଏହା ବ୍ୟତୀତ ଏହାକୁ ଅନେକ ଜାଗାରେ ମଧ୍ୟ ବ୍ୟବହାର କରାଯାଏ । ଏହି ଘଣ୍ଟିର ଶବ୍ଦରେ ସକାରାତ୍ମକ ଊର୍ଜା ସୃଷ୍ଟି ହୁଏ । ଯେଉଁଠାରେ ଏହି ଘଣ୍ଟିର ଶବ୍ଦ ଶୁଣାଯାଏ ସେଠାରେ ନକରାତ୍ମକ ଊର୍ଜା ଦୂର ହୋଇଯାଏ ।

ସେଥିପାଇଁ ସକାଳେ ଗାଧୋଇସାରି ଘରର ମୁଖ୍ୟଦ୍ଵାର ଓ ମନ୍ଦିରରେ ଘଣ୍ଟି ନିଶ୍ଚୟ ବଜାଇବା ଉଚିତ୍ । ଘରର ମୁଖ୍ୟ ଦ୍ଵାର ଦୁଇଟି ଅଥବା ତିନୋଟି ଦ୍ଵାର ଏକ ସିଧାରେ ରହିଥାଏ ତେବେ ଏକ ପିତ୍ତଳ ଘଣ୍ଟି ଦ୍ଵାର ମଝିରେ ଟାଙ୍ଗନ୍ତୁ । ଯଦି ଆପଣଙ୍କର ପିଲା ପାଠ ପଢାରେ ଦୁର୍ବଳ ହୋଇଥାଏ ତେବେ ଆପଣ ପିଲା ପଢିବା ସମୟରେ ଏକ ମିନିଟ୍ ପର୍ଯ୍ୟନ୍ତ ପିତ୍ତଳ ଘଣ୍ଟି ତାର ଟେବୁଲ ପାଖରେ ବଜାନ୍ତୁ । ସେଥିରେ ସେହି ସ୍ଥାନରେ ଏକ ବାତାବରଣ ସୃଷ୍ଟି ହେବ ଓ ପିଲାମାନଙ୍କର ମନ ଏକାଗ୍ର ହୋଇ ପଢାରେ ମନ ଲାଗିବ ।

କଳା ଘୋଡାର ନାଲ-

ପ୍ରାଚୀନ କାଳରୁ ହିଁ ଘୋଡା ନାଲ ଅଥବା ଡଙ୍ଗାରେ ଲାଗିଥିବା ଲୁହାକଣ୍ଟାକୁ ବହୁତ ମାନ୍ୟତା ପ୍ରାପ୍ତ ହୋଇଛି । ଘୋଡା ନାଲ ଘୋଡାର ଗୋଡରେ ଲାଗିଥାଏ ଓ ଏହା ଘୋଡା ଚାଲିବା ବେଳେ ଘଷି ହୋଇ ସେଥିରେ ଏକ ଊର୍ଜାବାନ ହୋଇଥାଏ । ଏହିଭଳି ଡଙ୍ଗାରେ ଲାଗିଥିବା ଲୁହାକଣ୍ଟା ସବୁବେଳେ ପାଣିର ଢେଉରେ ଊର୍ଜିତ ହୋଇଯାଏ । ଯଦି କଳା ଘୋଡାର ନାଲ ମିଳେ ତେବେ ବହୁତ ଭଲ ହୋଇଥାଏ ।

ଘରର ଦ୍ଵାରରେ ବାସ୍ତୁଦୋଷ ଦୂର କରିବା ପାଇଁ ଏହି କଳା ଘୋଡାର ନାଲ ଟଙ୍ଗାଯାଏ । U ଭଳି ଘୋଡା ନାଲ ଘରେ ଓଲଟା ଲଗାଯାଏ । ଫ୍ୟାକ୍ଟ୍ରୀ ବା କାର୍ଜ୍ୟାଳୟରେ U ଭଳି ଘୋଡା ନାଲ ଲଗାଯାଏ । କୁହାଯାଏ କି ଘୋଡା ନାଲରେ ଘରୁ ଅଶୁଭ ପ୍ରଭାବ ଦୂର ହୋଇଯାଏ । ଶନି ମହାଦଶା ଅଥବା ସାଢେସାତି ସମୟରେ ଘୋଡା ନାଲରେ ମୁଦି ବା ରିଙ୍ଗ ତିଆରି କରି ବାମ ହାତର ମଧ୍ୟମା ଆଙ୍ଗୁଠିରେ ପିନ୍ଧିଲେ ଶନିଙ୍କର ଅଶୁଭତ୍ଵ ଖଣ୍ଡନ ହୋଇ ଶୁଭତ୍ଵ ପ୍ରାପ୍ତି ହୋଇ ଥାଏ । ପ୍ରାୟତଃ ଲୋକମାନେ ୟାକୁ ପିନ୍ଧୁଛନ୍ତି ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00