Table of Contents
Your Astrology Guru Lyrics
କେମିତି ଭୁଲିବି ସେ ଅଭୁଲା ଦିନ
kemiti bhulibi se abhula dina Your Astrology Guru Lyrics in odia language
ତୋ ହୃଦୟରେ ଦିନେ ଥିଲା
ମୋ ପାଇଁ ପ୍ରେମ
ଦିନେ ନଦେଖିଲେ ମତେ କାନ୍ଦୁଥିଲୁ ତୁ
ମୋ ମନ ଆକାଶରେ ତୁ ଥିଲୁ ଲୋ ଜହ୍ନ
କେମିତି ଭୁଲିବି ସେ ଅଭୁଲା ଦିନ
ତୋ ହୃଦୟରେ ଦିନେ ଥିଲା
ମୋ ପାଇଁ ପ୍ରେମ
ଦିନେ ନଦେଖିଲେ ମତେ କାନ୍ଦୁଥିଲୁ ତୁ
ମୋ ମନ ଆକାଶରେ ତୁ ଥିଲୁ ଲୋ ଜହ୍ନ
ମୋ ଭଲ ପାଇବାରେ ଥିଲା କୋଉଠି ଉଣା
ତୋ ହୃଦୟରେ ଭରିଗଲା ମୋ ପାଇଁ ଘୃଣା
ତୁ ଆଉ କାହା ହାତ ଧରି ଚାଲିବୁ ବୋଲି
ମୋ ମନକୁ କରିଦେଲୁ ମାଟି ଖେଳନା
ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୁନା
ତୋ ହୃଦୟକୁ ମନ୍ଦିରଟେ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟ ହୀନା
ଏ ଦୁନିଆକୁ ଭୁଲି ତତେ ଭଲ ପାଇଲି
ତୁ ଏମିତି ବଦଳି ଯିବୁ ଭାବି ନଥିଲି
ତୋ ପ୍ରେମରେ ପାଗଳ ଏତେ କାହଁକି ହେଲି
ତୁ ଅଧା ବାଟେ ଏକା କରି ଗଲୁ ଲୋ ଚାଲି
ଏ ଦୁନିଆକୁ ଭୁଲି ତତେ ଭଲ ପାଇଲି
ତୁ ଏମିତି ବଦଳି ଯିବୁ ଭାବି ନଥିଲି
ତୋ ପ୍ରେମରେ ପାଗଳ ଏତେ କାହଁକି ହେଲି
ତୁ ଅଧା ବାଟେ ଏକା କରି ଗଲୁ ଲୋ ଚାଲି
ତୁ ଏତେ ବେଇମାନି ପ୍ରିୟା କେମିତି ହେଲୁ
ତୋ ସ୍ୱାର୍ଥ ସରିଗଲା ବୋଲି ଭୁଲି ତୁ ଗଲୁ
ତୁ ନୂଆ ସାଥିଟିଏ ପାଇ ହସୁଚୁ ସିନା
ମୁଁ ଜଳୁଚି ଲୋ ଏକା ଏକା ଆଜି ତୋ ବିନା
ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୁନା
ତୋ ହୃଦୟକୁ ମନ୍ଦିରଟେ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟ ହୀନା
ମୋ ମନ ପଞ୍ଜୁରୀରେ ଥିଲୁ ତୁ ସୁନା ସାରି
ତୁ କେମିତି ଲୋ ଚାଲିଗଲୁ ମୋ ଛାତି ଚିରି
ମୁଁ ତତେ ନେଇ ଦେଖିଥିଲି କେତେ ସପନ
ମୁଁ ଜିଇଁ ଥାଉ ଥାଉ ମୋର ନେଲୁ ଜୀବନ
ମୋ ମନ ପଞ୍ଜୁରୀରେ ଥିଲୁ ତୁ ସୁନା ଶାରୀ
ତୁ କେମିତି ଲୋ ଚାଲିଗଲୁ ମୋ ଛାତି ଚିରି
ମୁଁ ତତେ ନେଇ ଦେଖିଥିଲି କେତେ ସପନ
ମୁଁ ଜିଇଁ ଥାଉ ଥାଉ ମୋର ନେଲୁ ଜୀବନ
ତୋ ବାହାନାକୁ ପ୍ରେମ ଭାବି ଭରସା କଲି
ତୁ ଏମିତି ମିଛେଇ ବୋଲି ଜାଣି ନଥିଲି
ମୁଁ କେମିତି ବଞ୍ଚିବି ଆଜି କହ ତୋ ବିନା
ତୁ ଦେଲୁ ଏମିତିକା ଦୁଃଖ ସହି ହୁଏନା
ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୁନା
ତୋ ହୃଦୟକୁ ମନ୍ଦିରଟେ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟ ହୀନା
kemiti bhulibi se abhula dina Your Astrology Guru Lyrics in odia language
Thank You