Loading...

299 Big Street, Govindpur, India

Open daily 10:00 AM to 10:00 PM

କୁଣ୍ଡଳୀରେ ମୀନ ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

ମୀନ ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, ଘିଅ, ଗୁଡ, କେଶର, ଲାଲ୍‌ ଚନ୍ଦନ, ଲାଲ୍‌ ଫୁଲ, ଲାଲ୍‌ ବସ୍ତୁ, ଅଗ୍ନି, ପୃଥିବୀ, ରାଜ୍ୟ ଓ ଘରର କାରକ ଗ୍ରହ ।

ଭୂମି ସମ୍ବନ୍ଧିତ ସମସ୍ତ ସମ୍ପତ୍ତିର ମାଲିକ । ଥାନା, ଫାଣ୍ଡି, କୋର୍ଟ, କଚେରୀ ଓ ମାଲିମୋକଦ୍ଦମାର ମଧ୍ୟ କାରକ । ଜାତକ କୁଣ୍ଡଳୀରେ ମଙ୍ଗଳ ଅଶୁଭ ଥିଲେ ବ୍ୟକ୍ତି ଜୀବନରେ କେବେବି ଗୃହସୁଖ ପାଏ ନାହିଁ । ମଙ୍ଗଳ ସାହାସ, ସୌର୍ଯ୍ୟ, ଧୈର୍ଯ୍ୟ, ଉର୍ଜା, ବଳ ବିକ୍ରମ, ଆତ୍ମବିଶ୍ୱାସ, ଉତ୍ସାହର କାରକ । ସାନ ଭାଇ, ଭଉଣୀଙ୍କ ସହ ସମ୍ବନ୍ଧର କାରକ । ତମ୍ବା, ପ୍ରବାଳ ରତ୍ନ, କ୍ରୋଧ, ହିଂସା ମଙ୍ଗଳର କାରକ ।

ମୀନ ରାଶିରେ ମଙ୍ଗଳ ରହିଲେ ଜାତକ- ସର୍ବଜ୍ଞ, ଶତୃ ବିଜୟୀ, ଦୂରଦେଶ ଯାତ୍ରା, ଚତୁର, ଅନ୍ନଦାନୀ, ସାମାନ୍ୟ ସୁଖୀ, ଉଚ୍ଚବିଦ୍ୟାସମ୍ପନ୍ନ, ରାଜ୍ୟ ଅଧିକାରୀ ପଦ ପ୍ରାପ୍ତ, ସୁନ୍ଦର ପୁତ୍ର ପ୍ରାପ୍ତ ଓ ଧନଧାନ୍ୟ ଯୁକ୍ତହୋଇ ଥାନ୍ତି । କିନ୍ତୁ ମଙ୍ଗଳ ଯଦି ଶନି କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ତେବେ ସେ ଜାତକ ମଙ୍ଗଳଦଶା, ଅନ୍ତର୍ଦ୍ଦଶା ଭୋଗ ହେଲାବେଳେ ଦୟାହୀନ, ବ୍ୟସନୀ, ବିକଳ, ନଷ୍ଟବୁଦ୍ଧି, ଦୁଷ୍ଟ ସଙ୍ଗତି, ପରଦେଶ ବାସୀ, ଋଣଗ୍ରସ୍ତ, ପୁତ୍ରଚିନ୍ତା, ମସ୍ତକ, ଆଖି, କାନ ରୋଗୀ, ନାସ୍ତିକ, ଅତ୍ୟାଚାରୀ, ବାଚାଳ କୁଟୁମ୍ବ ବିରୋଧୀ ଓ ଅପବ୍ୟୟୀ ହୋଇଥାଆନ୍ତି ।

ଜୀବନର ୩, ୧୨, ୨୧, ୩୯, ୪୮, ୫୭ ଓ ୬୬ ବର୍ଷ ବୟସ ମାନଙ୍କରେ ଅଶୁଭଫଳ ଭୋଗ କରିବା ସହ ସଙ୍କଟମୟ ପରିସ୍ଥିତି ସୃଷ୍ଟିହୁଏ । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ୧- ପ୍ରତ୍ୟେକବର୍ଷ ଜନ୍ମଦିନରେ ଅସହାୟମାନଙ୍କୁ ଖାଇବାକୁ ଦିଅନ୍ତୁ ଓ ନିଜର ଶକ୍ତି ଅନୁସାରେ କିଛି ଦାନ ଦିଅନ୍ତୁ । ୨- ତୁଲସୀ ଗଛ ଘର ଭିତରେ ଲଗାନ୍ତୁ ନାହିଁ । ୩- ବର୍ଷକୁ ଥରେ ମଙ୍ଗଳବାର ଦିନ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ବା ଅରୁଆଚାଉଳ, ଚାନ୍ଦି, ଚିନି ଓ ଶଙ୍ଖଟିଏ ମନ୍ଦିରରେ ଦାନ କରି ଦିଅନ୍ତୁ ।

୪- ରବିବାରରେ ସୂର୍ଯ୍ୟଙ୍କୁ କ୍ଷୀର ଅର୍ପଣ କରନ୍ତୁ । ୫- କଳା ରଙ୍ଗର ଅନ୍ତରବସ୍ତ୍ର ପିନ୍ଧନ୍ତୁ । ୬- ଏକ ମୁଠି ମୁଗଡାଲି ଜଳରେ ପ୍ରବାହିତ କରନ୍ତୁ । ୭- ମଙ୍ଗଳବାର ଦିନ କୌଣସି ଲୁଣିଆ ଜିନିଷ ଖାଆନ୍ତୁ ନାହିଁ । ୮- ଡାଳିମ୍ବ ଗଛଟିଏ ଘର ଅଗଣାଭିତରେ ଲଗାନ୍ତୁ । ୯- ମଙ୍ଗଳବାର ଦିନ ବ୍ରତ ପାଳନ କରନ୍ତୁ ଓ ମାତା ଦୂର୍ଗାଙ୍କ ପୂଜା କରନ୍ତୁ । ୧୦- ନିଜ ଭଉଣୀକୁ ଖୁସିରେ ରଖନ୍ତୁ ଓ ଶପଥ କରିଥିବା କଥାକୁ ପାଳନ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00