Loading...

299 Big Street, Govindpur, India

Open daily 10:00 AM to 10:00 PM

କୁଣ୍ଡଳୀରେ ତୁଳା ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

ତୁଳା ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, ଘିଅ, ଗୁଡ, କେଶର, ଲାଲ୍‌ ଚନ୍ଦନ, ଲାଲ୍‌ ଫୁଲ, ଲାଲ୍‌ ବସ୍ତୁ, ଅଗ୍ନି, ପୃଥିବୀ, ରାଜ୍ୟ ଓ ଘରର କାରକ ଗ୍ରହ ।

ଭୂମି ସମ୍ବନ୍ଧିତ ସମସ୍ତ ସମ୍ପତ୍ତିର ମାଲିକ । ଥାନା, ଫାଣ୍ଡି, କୋର୍ଟ, କଚେରୀ ଓ ମାଲିମୋକଦ୍ଦମାର ମଧ୍ୟ କାରକ । ଜାତକ କୁଣ୍ଡଳୀରେ ମଙ୍ଗଳ ଅଶୁଭ ଥିଲେ ବ୍ୟକ୍ତି ଜୀବନରେ କେବେବି ଗୃହସୁଖ ପାଏ ନାହିଁ । ମଙ୍ଗଳ ସାହାସ, ସୌର୍ଯ୍ୟ, ଧୈର୍ଯ୍ୟ, ଉର୍ଜା, ବଳ ବିକ୍ରମ, ଆତ୍ମବିଶ୍ୱାସ, ଉତ୍ସାହର କାରକ । ସାନ ଭାଇ, ଭଉଣୀଙ୍କ ସହ ସମ୍ବନ୍ଧର କାରକ । ତମ୍ବା, ପ୍ରବାଳ ରତ୍ନ, କ୍ରୋଧ, ହିଂସା ମଙ୍ଗଳର କାରକ । ତୁଳା ରାଶିରେ ମଙ୍ଗଳ ରହିଲେ ଜାତକ- ସାହସୀ, ବୀରପଣ, ଶୌର୍ଯ୍ୟ, ଶକ୍ତି, ସେନାପତି, ଯୁଦ୍ଧଜୟୀ, ଶତୃନାଶକାରୀ, ବ୍ୟବସାୟୀ, ଭଲବକ୍ତା, ଅସ୍ତ୍ରଶସ୍ତ୍ର ପ୍ରସ୍ତୁତକାରୀ, ଭୂମି ଓ ଅଚଳ ସମ୍ପତ୍ତିର ମାଲିକ, ଛୋଟ ଭାଇଭଉଣୀ ପ୍ରେମୀ ।

ବୈଜ୍ଞାନିକ, ଡାକ୍ତର, ଯାନ୍ତ୍ରୀକ, ପୁଲିସ୍‌, ଅସ୍ତିଶଲ୍ୟ ଚିକିତ୍ସକ, ଅପରେସନ୍‌ ଇତ୍ୟାଦିର ଚିକିତ୍ସକ ହୋଇ ଥାଆନ୍ତି । କିନ୍ତୁ ମଙ୍ଗଳ ଯଦି ଶନି କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ତେବେ ସେ ଜାତକ ମଙ୍ଗଳଦଶା, ଅନ୍ତର୍ଦ୍ଦଶା ଭୋଗ ହେଲାବେଳେ କ୍ରୋଧି, ପଶୁଭୟ, ଦୁର୍ଘଟଣା, ଅଗ୍ନିଭୟ, ଘା, ଉଚ୍ଚ ରକ୍ତଚାପ, ଗର୍ଭପାତ ଇତ୍ୟାଦି ଅଙ୍ଗହୀନ, ବିକଳ, ଅପବ୍ୟୟୀ, ଦାମ୍ପତ୍ୟ ସୁଖ ରହିତ, ଗୁରୁଜନ ଦ୍ୱେଷି, ଦୁଃଖୀ, ବନ୍ଧୁଙ୍କ ସହ କୁଟିଳତା ବ୍ୟବହାର, ପ୍ରବାସୀ, ପରଧନ ଅପହରଣ କାରୀ, ଶ୍ରେଷ୍ଠଜନଙ୍କ ବିରୋଧୀ ହୋଇ ଥାଆନ୍ତି ।

ଜୀବନର ୭, ୧୬, ୨୫, ୩୪, ୪୩, ୫୨ ଓ ୬୧ ବର୍ଷ ବୟସ ମାନଙ୍କରେ ଅଶୁଭଫଳ ଭୋଗ କରିବା ସହ ସଙ୍କଟମୟ ପରିସ୍ଥିତି ସୃଷ୍ଟିହୁଏ । ୧- ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ଚାନ୍ଦିରେ ଏକ ଗୋଲି ତିଆରି କରି ଘରେ ରଖନ୍ତୁ । ୨- ନଳା ବା ଭୂମିରେ କେବେ ମଧ୍ୟ କ୍ଷୀର ଢ଼ାଳନ୍ତୁ ନାହିଁ । ୩- ମଙ୍ଗଳ ଗ୍ରହ ଅଶୁଭ ଥିଲେ କେବେ ମଧ୍ୟ କୌଣସି ବସ୍ତୁ ମାଗଣାରେ ଦାନ ନିଅନ୍ତୁ ନାହିଁ । ୪- ଧଳା ବସ୍ତ୍ର ଦାନ କରନ୍ତୁ । ୫- ଶୁକ୍ରବାର ଦିନ ପାଣିରେ କିଛି ଅଂଶ ଦହି ମିଶାଇ ସ୍ନାନ କରନ୍ତୁ ।

୬- ନିଜ ଖାଦ୍ୟରୁ କିଛି ଅଂଶ ଗାଈ, କୁକୁର ଓ କାଉ ମାନଙ୍କୁ ଖାଇବାକୁ ଦିଅନ୍ତୁ । ୭- ନିଜର ଶରୀର ଓ ଘରକୁ ସଫା ସୁତୁରା ରଖନ୍ତୁ, ସଫା ବସ୍ତ୍ର ପିନ୍ଧନ୍ତୁ ଓ ସୁଗନ୍ଧିତ ଅତର ବା ସେଣ୍ଟ ବ୍ୟବହାର କରନ୍ତୁ । ୮- ଶୁକ୍ରବାର ବ୍ରତ ପାଳନ କରନ୍ତୁ, ଖଟା ଦ୍ରବ୍ୟ ଖାଆନ୍ତୁ ନାହିଁ । ୯- ମାତା ଲକ୍ଷ୍ମୀଙ୍କ ଉପାସନା କରନ୍ତୁ । ୧୦- ଯଦି ବିବାହ କରିଛନ୍ତି ତେବେ ଜୀବନସାଥି ଓ ପରିବାରର ସଦସ୍ୟଙ୍କୁ ଖୁସିରେ ରଖନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00