Table of Contents
Your Astrology Guru Lyrics
ଜାଣିଚ କି ତାର ନାଆଁ
Maa Ama Maa Your Astrology Guru Lyrics In Odia Language
ହୁଁ…ଲା ଲା ଲା ଲା ଲା
ନିଜେ ଦୁଖେ ରହି ଆମକୁ ହସାଏ
ଜାଣିଚ କି ତାର ନାଆଁ
ନିଜେ ଭୋକେ ରହି ଆମକୁ ଖୁଆଏ
ଜାଣିଚ କି ତାର ନାଆଁ
ସିଏ ମାଆ….ଆମ ମାଆ….
ସିଏ ମାଆ….ଆମ ମାଆ….
ମନ ଯାର ମମତାର ସାତ ସାଗର
ଝରୁଥାଏ ଟୋପା ଟୋପା ଅମ୍ବୁତ ଝର
ଯା ପାଦେ ମଥା ପାତେ ଏଇ ସାରା ଦୁନିଆ
ମାଆ ଆମ ମାଆ….
ସିଏ ମାଆ….ଆମ ମାଆ…..
ହୋ….ଲା ଲା ଲା ଲା ଲା
ମା ବୋଲି ଏଇ ଗୋଟେ ଅକ୍ଷର
ଦୁନିଆରେ ସବୁଠାରୁ ମଧୁର
ପଣତରେ ସିଏ ଘୋଡେଇ ଦେଲେ
ଛୋଟ ଲାଗେ ଏଇ ସାରା ସଂସାର
ହୋ ମା ବୋଲି ଏଇ ଗୋଟେ ଅକ୍ଷର
ଦୁନିଆରେ ସବୁଠାରୁ ମଧୁର
ପଣତରେ ସିଏ ଘୋଡେଇ ଦେଲେ
ଛୋଟ ଲାଗେ ଏଇ ସାରା ସଂସାର
ଧନ ବୋଲି କହି ଥରେ ଦେଲେ ସେ ଡାକ
ସରି ଯାଏ ଜୀବନର ଅସରା ଦୁଃଖ
ତାର ଗାଳି ଫୁଲ ପରି ଆହା କଅଳ ଛୁଆଁ
ମାଆ ଆମ ମାଆ….
ସିଏ ମାଆ….ଆମ ମାଆ….
ସକାଳର ପକ୍ଷୀ ଫେରେ ସଞ୍ଜକୁ
ଖୋଜି ଖୋଜି ସେଇ ମାଆ କୋଳକୁ
ସେ କୋଳରେ ଥରେ ଯିଏ ଝୁଲିଚି
ଜୀବନରେ ଡରି ନାହିଁ କାହାକୁ
ହୋ ସକାଳର ପକ୍ଷୀ ଫେରେ ସଞ୍ଜକୁ
ଖୋଜି ଖୋଜି ସେଇ ମାଆ କୋଳକୁ
ସେ କୋଳରେ ଥରେ ଯିଏ ଝୁଲିଚି
ଜୀବନରେ ଡରି ନାହିଁ କାହାକୁ
ବୁକୁ ଚିରି ଢାଳି ଦିଏ କ୍ଷୀର ଝରଣ
ସୁଝିବାକୁ କହେ ନାହିଁ ସେ କ୍ଷୀର ଋଣ
କହେ ସିଏ ଦବୁ ଖାଲି ମୋର ମୁହଁରେ ନିଆଁ
ମାଆ….ଆମ ମାଆ….
ସିଏ ମାଆ….ଆମ ମା….
ଓ….ଲା ଲା ଲା ଲା ଲା
ହୁଁ…. ରା ରା ରା ରା