Loading...

299 Big Street, Govindpur, India

Open daily 10:00 AM to 10:00 PM

ମହାବିଷୁବ ପଣାସଙ୍କ୍ରାନ୍ତିରେ କଣ କରିବେ ପ୍ରତିକାର, ଏହିସବୁ ରାଶିଙ୍କର ହେବ ଭାଗ୍ୟୋଦୟ

ରବି ମହାଗ୍ରହ ୨୦୨୧ ମସିହା ଅପ୍ରେଲମାସ ୧୪ ତାରିଖ ବୁଧବାରରେ ମୀନରାଶିରୁ ମେଷରାଶିକୁ ଗମନ କରିବେ । ମେଷ ରାଶିରେ ରବି ସଂକ୍ରମଣ କରିବା ଫଳରେ ପରମ୍ପରା ଦୃଷ୍ଟିରୁ ଏହି ଦିନଟିକୁ ମହାବିଷୁବ ପଣାସଙ୍କ୍ରାନ୍ତି ଭାବେ ଓଡିଶାରେ ପାଳନ କରିଥାନ୍ତି । ଏହିଦିନ ୧୯୪୩ ଶକାବ୍ଦ ଆରମ୍ଭ ହୋଇ ଓଡିଆ ନବବର୍ଷ ଭାବେ ପାଳନ କରାଯିବ । କାରଣ ଏହିଦିନ ଠାରୁ ଓଡିଆ ନୂତନ ପଞ୍ଜିକା ପ୍ରଚଳନ ହୋଇଥାଏ । ଓଡିଆ ନବବର୍ଷର ଶୁଭେଛା ଜଣଉଛି । ମେଷରାଶିରେ ରବି ସଂକ୍ରମଣ କରିବା ସମୟରେ ବସନ୍ତ ଋତୁର ଦ୍ଵିତୀୟ ମାସ ଭୋଗ ହୋଇଥାଏ ।  ବସନ୍ତ ଋତୁରେ ରୋଗ ଜୀବାଣୁ ବା ଭୂତାଣୁ ମାନେ ଶକ୍ତିଶାଳୀ ହୋଇଥାନ୍ତି ତେଣୁ ଶରୀରରେ ଅନେକ ପ୍ରକାର ରୋଗ ଦେଖାଦେଇ ଥାଏ ସର୍ବସାଧାରଣ ସେଥିରୁ ରକ୍ଷା ପାଇବାପାଇଂ ପୂର୍ବସୂରୀ ମାନେ କେତେ ଗୁଡିଏ ଦ୍ରବ୍ୟକୁ ଔଷଧୀୟ ଭାବେ ବ୍ୟବହାର କରିବାପାଇଁ ବ୍ୟବସ୍ଥା କରି ଯାଇଛନ୍ତି ।

ଯଥା ପୁରୁଣା ପାଞ୍ଜି ମାନଙ୍କରେ ଅଛି ମେଷସଙ୍କ୍ରାନ୍ତି ଦିନ ୧୦ ଗ୍ରାମ ମସୁରଡାଲି ଓ ୧୦ ଗ୍ରାମ ଲିମ୍ବପତ୍ର ବାଟିକରି ପିଇଲେ ରୋଗପ୍ରତି ସେଧକ ଜୀବାଣୁ ଶରୀରରେ ସୃଷ୍ଟିହେବେ । ପଣାସଙ୍କ୍ରାନ୍ତିରେ ଅରୁଆଚାଉଳ, ଗହମ, ବୁଟ, ମୁଗ, ମକା, ମାଣ୍ଡିଆ, ଖସା ଭାଜି ସମ ପରିମାଣରେ ଏକତ୍ରିତ ଛତୁଆକରି ଗୁଡ, ଛେନା, କଦଳୀ, ନଡିଆ, ଆମ୍ବ, ଅଦା, ଗୋଲମରୀଚ ଆଦି ପକେଇ ପଣାକରି ପିଇଲେ ମୋଦକଭଳି କାର୍ଯ୍ୟ କରିଥାଏ । ବିଶେଷତଃ ମାସସାରା ବେଲପଣା ପିଇଲେ ମଧ୍ୟ ଶରୀର ସୁସ୍ଥ ରହିବ ।

ରବି ସଂକ୍ରମଣ କରିବା ଫଳରେ ବାରୋଟି ରାଶିର ବ୍ୟକ୍ତିମାନେ ଶିକ୍ଷା, ସ୍ୱାସ୍ଥ୍ୟ, ସୁଖ, ସମ୍ପତ୍ତି, ସନ୍ତାନ, ପେଷା, ବେଉଷା, ଦାମ୍ପତ୍ୟ, ପ୍ରେମ, ଚାଷ, ବାସ, କର୍ମ, ବ୍ୟବସାୟ, ଆୟ, ବ୍ୟୟ, ଜମା, ଖର୍ଚ, ରାଜନୀତି ଓ ପାରିବାରିକ କ୍ଷେତ୍ରରେ କଣ ଶୁଭାଶୁଭ ଫଳ ଭୋଗକରିବେ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା । ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ ମଧ୍ୟ ରବି ମହାଗ୍ରହ ଶୁଭ ସ୍ଥିତିରେ ରହିବା ଆବଶ୍ୟକ ।

ରବି ମହାଗ୍ରହ ଆତ୍ମାର ପ୍ରତିନିଧିତ୍ୱ କରିଥାନ୍ତି । ସ୍ୱୟଂ ଶକ୍ତି, ଜ୍ଞାନବିଜ୍ଞାନ, ମାନସମ୍ମାନ, ପଦପ୍ରତିଷ୍ଠା, ଜନ୍ମଦାତାଙ୍କ ସୁଖ, ସରକାରୀ ଚାକିରୀ, ଉଚ୍ଚପଦ ପଦବୀ, ଯଶ, କୀର୍ତ୍ତି, ପ୍ରଶସ୍ତି, ଆୟୁ, ରାଜା, ରାଜନୀତି, ମସ୍ତିସ୍କ, ହାଡ, ସ୍ୱାସ୍ଥ୍ୟ ଚିକିତ୍ସା, ହୃଦୟ, ଉଋ, ପିତ୍ତ, ଚକ୍ଷୁ, ରକ୍ତ ପ୍ରବାହ, ଗରମ ତଥା କରେଣ୍ଟ ଆଦିର କାରକ ସୂର୍ଯ୍ୟ ବା ରବି ମହାଗ୍ରହ ଅଟନ୍ତି । ରବିଗ୍ରହ ଯଦି ଶୁଭରେ ରହିଥାନ୍ତି ତେବେ ଶୁଭଫଳ ପ୍ରଦାନ କରି ଥାନ୍ତି । ଯଦି ଅଶୁଭରେ ସ୍ଥିତ ହୋଇଥାନ୍ତି ତେବେ ଜୀବନରେ ସୁଖ ମିଳେ ନାହିଁ । ପାଳକ ନିର୍ଣ୍ଣୟ

ଏ ସମ୍ବତ୍ସରରେ ପାଳକାଧିପତି- ବୁଧ, ପ୍ରତି ପାଳକାଧିପତି- ବୃହସ୍ପତି, ଗଣିତାଧିପତି- ଶୁକ୍ର, ରାଜା ମନ୍ତ୍ରୀ ବିଚାର- ରାଜା- ଶନି, ମନ୍ତ୍ରୀ- ମଙ୍ଗଳ, ପୁରୋହିତ- ଶୁକ୍ର, ପରିକ୍ଷକ- ଚନ୍ଦ୍ର, କରଣ- ବୃହସ୍ପତି, ଡଗର- ରବି, ଜ୍ୟୋତିଷ- ବୁଧ, ତାଡନୀୟ- ଶନି ।

ଏ ସମ୍ବତ୍ସରରେ ଅର୍ଥ ରକ୍ଷକ- ମଙ୍ଗଳ, ଆସ୍ଥାନ ରକ୍ଷକ- ଶୁକ୍ର, ପ୍ରତିହାରୀ- ଚନ୍ଦ୍ର, ଦଣ୍ଡକାର- ବୃହସ୍ପତି, ସଂଗ୍ରମାଧିପ- ରବି, ଶସ୍ୟାଧିପ- ବୁଧ, ଅର୍ଘ୍ୟଧିପ- ଶନି, ରସାଧିପ- ମଙ୍ଗଳ, ନିରସାଧିପ-ଶୁକ୍ର, ଦୂର୍ଗାଧିପ- ଚନ୍ଦ୍ର, ଧାନ୍ୟାଧିପ- ବୃହସ୍ପତି, ମେଘାଧିପ- ରବି, କଳାଧିପ- ବୁଧ, ଧନାଧିପ- ଶନି ।

ଏ ସମ୍ବତ୍ସରରେ ମେଘ ନାମ ସମ୍ବର୍ତ୍ତକ (ଯୁବାବସ୍ଥା)- ପାଞ୍ଚପଦ୍ମ ସୈନ୍ୟ ନେଇ ଉତ୍ତର ଦିଗରୁ ବର୍ଷା କରିବେ । ମେଘଙ୍କ ଗୃହ ଆଗ୍ନେୟକୋଣ ଓ ଆସ୍ଥାନ ପୁଷ୍କର ଦ୍ଵୀପ । ଏ ସମ୍ବତ୍ସରରେ ଇନ୍ଦ୍ର ଇକ୍ଷୁ ସମୁଦ୍ରରୁ ବୃଷ୍ଟି କରିବେ ୮୦ଦିନ, ସେଥିମଧ୍ୟରୁ ସମୁଦ୍ରେ ୪୦ଦିନ, ନଦୀ ପାର୍ବତେ ୨୪ଦିନ ଓ ଦେଶରେ ୧୬ଦିନ ବର୍ଷା କରିବେ । ଆଢକର ପରିମାଣ ୧୦୦ ଯୋଜନ ମଧ୍ୟେ ଉତ୍ସର୍ଗ ୩୦ ଯୋଜନ, ଗଭୀର ୬୦ ଯୋଜନ, ବହଳ ୧୦ଯୋଜନ । ଏ ଆଢକ ଇନ୍ଦ୍ର ଇକ୍ଷୁ ସମୁଦ୍ରରୁ ବୃଷ୍ଟି କରିବେ ମୋଟ ୨୦ ଭାଗକୁ ୨ମାଣ ୮ବିଶ୍ଵା, ସମୁଦ୍ରେ ୧୦ ଭାଗକୁ ବୃଷ୍ଟି ହେବ ୧ମାଣ ୪ବିଶ୍ଵା, ନଦୀ ପାର୍ବତେ ୬ ଭାଗକୁ ବୃଷ୍ଟି ହେବ ୦ମାଣ ୧୨ବିଶ୍ଵା, ପୃଥିବୀରେ ୪ଭାଗକୁ ବୃଷ୍ଟି ହେବ ୦ମାଣ ୮ବିଶ୍ଵା । ତଦନୁସାରେ ଏ ସମ୍ବତ୍ସରରେ ଶସ୍ୟାୟ ୮ବିଶ୍ଵା ୦ ଗଣ୍ଡା ୫୦ପ୍ରତିଶତ ମାତ୍ର ହେବ ।

ମେଘ ସଞ୍ଚାର- ବୃଷ ମାସରେ କୁପସଞ୍ଚାର ଅଶ୍ଵବାହନରେ ସ୍ୱଳ୍ପଜଳ ବୃଷ୍ଟି । ମିଥୁନ ମାସରେ କୁକ୍ଷିସଞ୍ଚାର ଗଜବାହନରେ ସ୍ୱଳ୍ପଜଳ ବୃଷ୍ଟି । କର୍କଟ ମାସରେ ଅବଦାଢସଞ୍ଚାର ନୌକାବାହନରେ ହୀନଜଳ ବୃଷ୍ଟି । ସିଂହ ମାସରେ ନଦୀସଞ୍ଚାର ଦୋଳାବାହନରେ ବହୁଜଳ ବୃଷ୍ଟି । କନ୍ୟା ମାସରେ କୁକ୍ଷିସଞ୍ଚାର ଗଜବାହନରେ ସ୍ୱଳ୍ପଜଳ ବୃଷ୍ଟି । ତୁଳା ମାସରେ କୂପସଞ୍ଚାର ଅଶ୍ଵବାହନରେ ସ୍ୱଳ୍ପଜଳ ବୃଷ୍ଟି । ବିଛା ମାସରେ ଗିରିସଞ୍ଚାର ଦୋଳାବାହନରେ ହୀନଜଳ ବୃଷ୍ଟି ।

ଅଗ୍ନି- ବର୍ଷସାରା ଅଗ୍ନି ହନୁମାନଙ୍କ ଲାଞ୍ଜରେ ରହିବେ । ପବନ- ପବନ ୪୯ଖଣ୍ଡ ମଧ୍ୟରୁ ବହିବ ୪୫ ଖଣ୍ଡ । ତନ୍ମଧ୍ୟରୁ ସମୁଦ୍ରରେ ୨୩ଖଣ୍ଡ, ନଦୀ ଓ ପର୍ବତରେ ୧୨ଖଣ୍ଡ ଓ ଦେଶରେ ୧୦ଖଣ୍ଡ । ଫଳରେ ଦେଶରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବାତ୍ୟା ହେବ । ବଡ ଧରଣର ବାତ୍ୟା ହେବାର ଯୋଗ ରହିଛି ।

ଲଗାଣ- ତା-୨୬-୪-୨୦୨୧ ସୋମବାର ଠାରୁ ଡହକ ଲଗାଣ । ତା-୯-୬-୨୦୨୧ ବୁଧବାର ଠାରୁ ଖଣ୍ଡ ଲଗାଣ । ତା-୬-୭-୨୦୨୧ ମଙ୍ଗଳବାର ଠାରୁ ଚକଡା ଲଗାଣ । ତା-୪-୮-୨୦୨୧ ବୁଧବାର ଠାରୁ ସର୍ବତ୍ର ଲଗାଣ ହେବ ।

ଆଢକ- ବର୍ଷସାରା ତାମ୍ର ଆଢକ କେରଳୀ(ପାର୍ବତୀଙ୍କ)ହସ୍ତେ ରହିବ (ରାଜ୍ୟକୁ ସୁଖ) ।

ଏ ସମ୍ବତ୍ସରରେ ଦ୍ଵାଦଶରାଶିର ଆୟ ବ୍ୟୟ-

ବିଂଶୋତ୍ତରୀ = ରାଶି-ମେଷର- ଆୟ-୮, ବ୍ୟୟ-୫, ସ୍ଥିତି-୩ । ବୃଷର- ଆୟ-୨, ବ୍ୟୟ-୮, ଋଣ-୬ । ମିଥୁନର- ଆୟ-୮, ବ୍ୟୟ-୭, ସ୍ଥିତି-୧ । କର୍କଟର- ଆୟ-୨, ବ୍ୟୟ-୬, ଋଣ-୪ । ସିଂହର- ଆୟ-୫, ବ୍ୟୟ-୫, ସ୍ଥିତି-୦ । କନ୍ୟାର- ଆୟ-୮, ବ୍ୟୟ-୭, ସ୍ଥିତି-୧ । ତୁଳାର- ଆୟ-୨, ବ୍ୟୟ-୮, ଋଣ-୬ । ବିଛାର- ଆୟ-୮, ବ୍ୟୟ-୫, ସ୍ଥିତି-୩ । ଧନୁର- ଆୟ-୫, ବ୍ୟୟ-୭, ଋଣ-୨ । ମକରର- ଆୟ-୧୪, ବ୍ୟୟ-୭, ସ୍ଥିତି-୭ । କୁମ୍ଭର- ଆୟ-୧୪, ବ୍ୟୟ-୭, ସ୍ଥିତି-୭ । ମୀନର- ଆୟ-୫, ବ୍ୟୟ-୭, ଋଣ-୨ ।

ଅଷ୍ଟୋତ୍ତରୀ = ରାଶି-ମେଷର- ଆୟ-୧୪, ବ୍ୟୟ-୩, ସ୍ଥିତି-୧୧ । ବୃଷର- ଆୟ-୮, ବ୍ୟୟ-୬, ସ୍ଥିତି-୨ । ମିଥୁନର- ଆୟ-୧୧, ବ୍ୟୟ-୫, ସ୍ଥିତି-୬ । କର୍କଟର- ଆୟ-୫, ବ୍ୟୟ-୫, ସ୍ଥିତି-୦ । ସିଂହର- ଆୟ-୮, ବ୍ୟୟ-୩, ସ୍ଥିତି-୫ । କନ୍ୟାର- ଆୟ-୧୧, ବ୍ୟୟ-୫, ସ୍ଥିତି-୬ । ତୁଳାର- ଆୟ-୮, ବ୍ୟୟ-୬, ସ୍ଥିତି-୨ । ବିଛାର- ଆୟ-୧୪, ବ୍ୟୟ-୩, ସ୍ଥିତି-୧୧ । ଧନୁର- ଆୟ-୨, ବ୍ୟୟ-୬, ଋଣ-୪ । ମକରର- ଆୟ-୫, ବ୍ୟୟ-୪, ସ୍ଥିତି-୧ । କୁମ୍ଭର- ଆୟ-୫, ବ୍ୟୟ-୪, ସ୍ଥିତି-୧ । ମୀନର- ଆୟ-୨, ବ୍ୟୟ-୬, ଋଣ-୪ ।

ମେଷ:-ପ୍ରତିକାର:- ଅଶ୍ୱସ୍ଥବୃକ୍ଷ ମୂଳରେ ଗୁଡପଣା ଢାଳନ୍ତୁ । ବୃଷ:-ପ୍ରତିକାର- ହନୁମାନ ମନ୍ଦିରରେ ବୁନ୍ଦିଲଡୁ ଭୋଗ କରି ବାଣ୍ଟନ୍ତୁ । ମିଥୁନ:-ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ । କର୍କଟ:-ପ୍ରତିକାର- ତିଳକଚନ୍ଦନ ଧାରଣ କରନ୍ତୁ । ସିଂହ:-ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ । କନ୍ୟା:-ପ୍ରତିକାର-ଜଗନ୍ନାଥଙ୍କ ପାଖରେ ଭୋଗ ଲଗେଇ ବାଣ୍ଟି ଦିଅନ୍ତୁ । ତୁଳା:-ପ୍ରତିକାର:- ଆମ୍ବଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ । ବିଚ୍ଛା:-ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ । ଧନୁ:-ପ୍ରତିକାର- ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ । ମକର:-ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ । କୁମ୍ଭ:-ପ୍ରତିକାର- ନୀଳ ରୁମାଲ ଟିଏ ପାଖରେ ରଖନ୍ତୁ । ମୀନ:-ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ । ପ୍ରତ୍ୟେକ ରାଶିର ବ୍ୟକ୍ତି ବେଲ ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିମନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି କମଳାରଙ୍ଗର ସୂତାରେ ଗୁଡେଇ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିଲେ ଶୁଭଫଳ ମିଳିବ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00