Table of Contents
Your Astrology Guru Lyrics
ଆସିବ ଲୋ ତୋର ବର
Mahuri Bajiba Your Astrology Guru Lyrics In Odia Language
ଆସିବ ଲୋ ତୋର ବର
ତୁ ଚାଲିଯିବୁ ତୋ ଶାଶୁଘର
ମୁଁ ହେଇଯିବି ପର
ମହୁରୀ ବାଜିବ ରୋଷଣୀ ସାଜିବ
ଆସିବ ଲୋ ତୋର ବର
ତୁ ଚାଲିଯିବୁ ତୋ ଶାଶୁଘର
ମୁଁ ହେଇଯିବି ପର
ଦେଖିଚୁ ସପନ ଗଢ଼ିବୁ ଜୀବନ
ଦେଖିଚୁ ସପନ ଗଢ଼ିବୁ ଜୀବନ
ଭୁଲିଯିବୁ ଭୁଲିଯିବୁ ଭୁଲିଯିବୁ ପିଲାବେଳ
ମହୁରୀ ବାଜିବ ରୋଷଣୀ ସାଜିବ
ଆସିବ ଲୋ ତୋର ବର
ମୋ କଥା ଜଦି କେବେ ମନେ ପଡ଼ିଯିବ ତୋର
ଚିଠିଟେ ଦବୁଲୋ ତୁ
ମାଟି ସିଲଟରେ ଲେଖା ସେଇ ସେ ପୁରୁଣା କଥା
ମନେ ରଖିଚି ଲୋ ମୁଁ
ଆରେ ମୋ କଥା ଜଦି କେବେ ମନେ ପଡ଼ିଯିବ ତୋର
ଚିଠିଟେ ଦବୁଲୋ ତୁ
ମାଟି ସିଲଟରେ ଲେଖା ସେଇ ସେ ପୁରୁଣା କଥା
ମନେ ରଖିଚି ଲୋ ମୁଁ
ପକେଇ ଓଢଣୀ ନବୁ ଲୋ ମେଲାଣି
ପକେଇ ଓଢଣୀ ନବୁ ଲୋ ମେଲାଣି
ବୋହୁଚୋରି ବୋହୁଚୋରି ଭୁଲି ବୋହୁଚୋରି ଖେଳ
ମହୁରୀ ବାଜିବ ରୋଷଣୀ ସାଜିବ
ଆସିବ ଲୋ ତୋର ବର
ତୁ ଦିନେ ନଈ କୂଳେ ଗଢୁଥିଲୁ ବାଲିଘର
ଭାଙ୍ଗି ଦଉଥିଲି ମୁଁ
ଶାଶୁଘର ନୁହେଁ ଜମା ବାଲିଗଢ଼ା ଘରଟିଏ
ସଜେଇ ରଖିବୁ ତୁ
ହୋ ତୁ ଦିନେ ନଈ କୂଳେ ଗଢୁଥିଲୁ ବାଲିଘର
ଭାଙ୍ଗି ଦଉଥିଲି ମୁଁ
ଶାଶୁ ଘର ନୁହେଁ ଜମା ବାଲିଗଢ଼ା ଘରଟିଏ
ସଜେଇ ରଖିବୁ ତୁ
ଲେଖିବୁ କାହାଣୀ ସେ ରାଜା ତୁ ରାଣୀ
ଲେଖିବୁ କାହାଣୀ ସେ ରାଜା ତୁ ରାଣୀ
ଆରେ ଭୁଲିଯିବୁ ଭୁଲିଯିବୁ ଭୁଲିଯିବୁ ସାଙ୍ଗମେଳ
Mahuri Bajiba Rosani Sajiba Your Astrology Guru Lyrics In Odia Font
Thank You