Loading...

299 Big Street, Govindpur, India

Open daily 10:00 AM to 10:00 PM

ମାଙ୍ଗଳିକ ଦୋଷ- କୁଣ୍ଡଳୀରେ ଥିଲେ ମାଙ୍ଗଳିକ ଦୋଷ କରନ୍ତୁ ଏହି ସହଜ ଉପାୟ

ମାଙ୍ଗଳିକ ଦୋଷ କଣ ? ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକରେ ମଙ୍ଗଳ ଦୋଷକୁ ମାଙ୍ଗଳିକ ଦୋଷ କୁହାଯାଏ । ମଙ୍ଗଳଙ୍କ ସ୍ଥିତିର ଆଧାରରେ ମାଙ୍ଗଳିକ ଦୋଷ ନିର୍ଭର କରିଥାଏ । ଜାତକରେ ମାଙ୍ଗଳିକ ଦୋଷ ଜାଣିଲା ପରେ ମନୁଷ୍ୟ ଡରିଯାଏ, କାରଣ ଏହା ବୈବାହିକ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ବିଶ୍ଵାସ କରାଯାଏ ଯେ ଯେଉଁ ବ୍ୟକ୍ତିର ଜାତକରେ ମାଙ୍ଗଳିକ ଦୋଷ ଥାଏ ସେହି ବ୍ୟକ୍ତି ମାଙ୍ଗଳିକ ଦୋଷ ଥିବା ଜାତକକୁ ହିଁ ବିବାହ କରିବା ଉଚିତ୍ । ଯାହା ବୈବାହିକ ଜୀବନ ସଫଳ ହୋଇଥାଏ ।

କିପରି ସୃଷ୍ଟି ହୁଏ ମାଙ୍ଗଳିକ ଦୋଷ- ମଙ୍ଗଳ ଦୋଷ ବହୁତ ପ୍ରଭାବଶାଳି ଅଟେ । ମଙ୍ଗଳ ଗ୍ରହଙ୍କ ଉଭୟ ସ୍ଥିତି ଓ ଦୃଷ୍ଟି ସଂଘାତିକ ପ୍ରଭାବ ପକାଇଥାଏ । ବୈବାହିକ ଜୀବନ ଉପରେ ମଙ୍ଗଳ ଦୋଷର ପ୍ରଭାବ ଅଧିକ ପଡେ । ତେଣୁ ବିବାହ ପୂର୍ବରୁ ଜାତକ ମେଳକ କରି ମଙ୍ଗଳ ଦୋଷକୁ ବିଚାର କରାଯିବା ଆବଶ୍ୟକ । ଜାତକରେ ମଙ୍ଗଳ ଗ୍ରହ ପ୍ରଥମ, ଚତୁର୍ଥ, ସପ୍ତମ, ଅଷ୍ଟମ ଓ ଦ୍ଵାଦଶ ଭାବରେ ରହିଲେ ମଙ୍ଗଳ ଦୋଷ ସୃଷ୍ଟି ହୁଏ । ଏହି ପ୍ରଥମ, ଚତୁର୍ଥ, ସପ୍ତମ, ଅଷ୍ଟମ ଓ ଦ୍ଵାଦଶ ଭାବରେ ମଙ୍ଗଳ ରହିଲେ ବିଶେଷ କରି ବୈବାହିକ ଜୀବନ ଉପରେ ପ୍ରଭାବ ପକାଇଥାଏ ।

ମାଙ୍ଗଳିକ ଦୋଷ ଥିବା ଜାତକକୁ ବିବାହରେ ବାଧା ସୃଷ୍ଟି ହୁଏ କାହିଁକି ?

ମାଙ୍ଗଳିକ ଦୋଷ ଥିବା ଜାତକର ବିଳମ୍ବରେ ବିବାହ ହୁଏ, କାରଣ ମଙ୍ଗଳ ଗ୍ରହ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ଅନ୍ୟ ଗ୍ରହଙ୍କ ସହିତ ରହିଲେ ଝଗଡା କରନ୍ତି । ମଙ୍ଗଳଙ୍କ ଏହି ସ୍ଵଭାବ ହେତୁ ଜାତକର ଜୀବନ ସାଥିଙ୍କ ସହିତ ସମସ୍ୟା ସୃଷ୍ଟି ହୁଏ ।

ପ୍ରଭାବିତ ଜାତକ – ମଙ୍ଗଳ ଗ୍ରହଙ୍କୁ ଯୁଦ୍ଧ ର ଦେବତା କୁହାଯାଏ, କାରଣ ଅନ୍ୟଠାରୁ ଦୂରରେ ଏକୁଟିଆ ରହିବାକୁ ପସନ୍ଦ କରିଥାଏ । ଏମାନଙ୍କର ପ୍ରବୃତି କ୍ରୋଧଭାବ ଅଟେ । ଏହି ମଙ୍ଗଳ ଗ୍ରହଙ୍କ ପ୍ରଭାବରେ ଜାତକ କ୍ରୋଧୀ, ଲଢେଇ ଝଗଡା ବା ବିବାଦ ଯୁକ୍ତ ହୋଇଥାନ୍ତି । ଜାତକ ନିଜର ଏହି ସ୍ଵାଭାବ ଠାରୁ ଯେତେ ଦୂରେଇ ରହିଲେ ମଧ୍ୟ ତାହା କିଛି ନା କିଛି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ଯେଉଁ କାରଣରୁ ବ୍ୟକ୍ତି କ୍ରୋଧ ଜନିତ ସମାଧାନ କରିବାକୁ ପଡିଥାଏ । ଏହି ଜାତକ ଚିଡିଚିଡା ଓ ଝଗଡାଳୁ ହୋଇଥାନ୍ତି ।

ପ୍ରଭାବ – ବିବାହରେ ବିଳମ୍ବ ହେବା । ବିବାହ ସମ୍ବନ୍ଧ ଠିକ୍ ହେବା ପରେ ବିବାହ ଭାଙ୍ଗିଯିବା । ବିବାହ ସମୟରେ ବାଧା ବିଘ୍ନ ଦେଖାଦେବା । ବିବାହ ପରେ ଜୀବନ ସାଥିଙ୍କ ସହିତ ଝଗଡା ହେବା ଓ ସମ୍ବନ୍ଧରେ ତିକ୍ତତା ଆସିବା । ବୈବାହିକ ଜୀବନରେ ଦୁଃଖ ପାଇବା । ଅଯଥା କଥାରେ କ୍ରୋଧ କରିବା । ମାଙ୍ଗଳିକ ଦୋଷର ପ୍ରଭାବରେ ଜାତକ କ୍ରୋଧୀ, ଅହଂକାରୀ ଓ ଝଗଡାଳୁ ହୋଇଥାନ୍ତି ।

ଉପାୟ –

୧- ମାଙ୍ଗଳିକ ଦୋଷ ଥିଲେ ଜାତକ ମାଙ୍ଗଳିକ ଦୋଷ ଥିବା ଜାତକ ସହିତ ବିବାହ କରିବା ଉଚିତ୍ । ଏଥିରେ ବୈବାହିକ ଜୀବନରେ ମାଙ୍ଗଳିକ ଦୋଷର ପ୍ରଭାବ କମ୍ ହୋଇଯାଏ ।

୨- ଯଦି ମାଙ୍ଗଳିକ ଜାତକ ଅନ୍ୟ ମାଙ୍ଗଳିକ ଦୋଷ ନଥିବା ଜାତକ ସହିତ ବିବାହ କରିବାକୁ ଇଛା କରେ ତେବେ ମାଙ୍ଗଳିକ ଜାତକକୁ ଅଶୋସ୍ଥବୃକ୍ଷ ବିବାହ, କୁମ୍ଭ ବିବାହ, ସାଳଗ୍ରାମ ବିବାହ, ମଙ୍ଗଳ ଯନ୍ତ୍ର ପୂଜା କରିବା କିମ୍ବା ବଗଳାମୁଖୀଯନ୍ତ୍ର ପୂଜା କରିବା ଉଚିତ୍ । ଏହି ଉପାୟରେ ମାଙ୍ଗଳିକ ଦୋଷର ପ୍ରଭାବ ଦୂର ହୋଇଯାଏ ।

୩- ମାଙ୍ଗଳିକ ଦୋଷ ଜାତକ ଶ୍ରୀ ହନୁମାନ ଚାଳିଶା ପାଠ କରିବା, ଶ୍ରୀ ଗଣେଶଙ୍କୁ ପୂଜା କରିବା ଓ ମଙ୍ଗଳ ଯନ୍ତ୍ର ପୂଜା କରିଲେ ଲାଭ ମିଳିଥାଏ ।

୪- ପ୍ରତ୍ୟେକ ମଙ୍ଗଳବାର ଦିନ ବ୍ରତ ରଖିବା ସହ ଶ୍ରୀ ହନୁମାନ ମନ୍ଦିରକୁ ଯିବା ଉଚିତ୍ । ଏହା କରିବା ଦ୍ଵାରା ମଙ୍ଗଳଙ୍କ ପ୍ରଭାବ କମ୍ ହୋଇଯାଏ ।

୫- ଯଦି ମାଙ୍ଗଳିକ ଦୋଷଥିବା କନ୍ୟାର ବିବାହ ମାଙ୍ଗଳିକ ଦୋଷ ନଥିବା ବ୍ୟକ୍ତି ସହିତ ହୁଏ, ତେବେ ଏହି ଦୋଷ ନିବାରଣ ହେତୁ ମଙ୍ଗଳା ଗୌରୀ ଓ ବଟସାବିତ୍ରୀ ବ୍ରତ କରିଲେ ସୌଭାଗ୍ୟ ପ୍ରଦାନ କରିଥାନ୍ତି ।

୬- ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଲେ ସବୁ କଷ୍ଟ ନିବାରଣ ହୋଇଥାଏ ।

୭- ପ୍ରତ୍ୟେକ ମଙ୍ଗଳବାର ଦିନ ବ୍ରତ ରଖିବା ସହ ପ୍ରତ୍ୟେକ ମାସରେ ଥରେ ମଙ୍ଗଳା ମନ୍ଦିରକୁ ଯାଇ ମାଆଙ୍କୁ ଦର୍ଶନ କରି କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବା ଉଚିତ୍ । ଏହା କରିବା ଦ୍ଵାରା ମଙ୍ଗଳଙ୍କ ପ୍ରଭାବ କମ୍ ହୋଇଯାଏ ।

୮- ସବୁପରେ ଉପୋରକ୍ତ ବିଧାନ କରିବାକୁ ଅକ୍ଷମ ହେଲେ ପ୍ରାଣ ପ୍ରତିଷ୍ଠିତ ସଂପୂର୍ଣ୍ଣ ବଗଳାମୁଖୀ ଯନ୍ତ୍ର ସାରାଜୀବନ ପୂଜା କରିଚାଲିଲେ ମଙ୍ଗଳଦୋଷ ଖଣ୍ଡନ ହୋଇ ଦାମ୍ପତ୍ୟ ଜୀବନ ସୁଖମୟ ହେବାସହ ଭବିଷ୍ୟତ ବଂଶଧର ମାନଙ୍କର ଉନ୍ନତି ହେବ ।

ଆଂଶିକ ମାଙ୍ଗଳିକ ଦୋଷ – ଏହି ଦୋଷ ଜାତକର ୧୮ ବର୍ଷ ବୟସରେ ସମାପ୍ତ ହୋଇଯାଏ । ଏହାର ପ୍ରଭାବ କମ୍ ହୋଇଥାଏ ଏବଂ ଏହାର ନିବାରଣ ପାଇଁ ପୂଜା ଓ ଅନୁଷ୍ଠାନ ଦ୍ଵାରା ଦୂର କରାଯାଏ । ଶାନ୍ତି ପୂଜାରେ ମଧ୍ୟ ଏହି ଦୋଷ ସମାପ୍ତ କରାଯାଏ ।

ଏକାଧିକ ମାଙ୍ଗଳିକ ଦୋଷ – ଯଦି ଆପଣଙ୍କ ଜାତକରେ ଡବଲ ବା ତ୍ରିପଲ ମାଙ୍ଗଳିକ ଦୋଷ ଥାଏ ତେବେ ଏହାକୁ ଏକାଧିକ ମାଙ୍ଗଳିକ ଦୋଷ କୁହାଯାଏ । ଏହି ଦୋଷ ଖଣ୍ଡନ ପାଇଁ ବାରବର୍ଷ ବୟସରୁ ପ୍ରାଣ ପ୍ରତିଷ୍ଠିତ ସଂପୂର୍ଣ୍ଣ ବଗଳାମୁଖୀ ଯନ୍ତ୍ର ସାରାଜୀବନ ପୂଜା କରିଚାଲିଲେ ମଙ୍ଗଳଦୋଷ ଖଣ୍ଡନ ହୋଇ ଦାମ୍ପତ୍ୟ ଜୀବନ ସୁଖମୟ ହେବାସହ ଭବିଷ୍ୟତ ବଂଶଧର ମାନଙ୍କର ଉନ୍ନତି ହେବ । ବିବାହ ସମୟରେ କୁମ୍ଭ ବା ଘଟବିବାହ କରେଇନବା ଉଚିତ୍ । ଯାହା କି ମାଙ୍ଗଳିକ ଜାତକର ଏକ ମାଟିର କଳସ ସହିତ ବିବାହ କରାଇ ବିବାହ ପରେ ଏହି ମାଟି ଘଟକୁ ଜଳରେ ପ୍ରବାହିତ କରାଯାଏ । ଏହି ଉପାୟରେ ଏକାଧିକ ମାଙ୍ଗଳିକ ଦୋଷ ସମାପ୍ତ ହୋଇଯାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00