Loading...

299 Big Street, Govindpur, India

Open daily 10:00 AM to 10:00 PM

Mars Transit: ମଙ୍ଗଳ ଚଳିଲେ ପୂର୍ବାଫାଲ୍ଗୁନୀ ନକ୍ଷତ୍ର ସିଂହ ରାଶିକୁ, ଏହି 3ଟି ରଶିଙ୍କ ପାଇଁ ବନୁଛି ଭୟଙ୍କର ରାଜଯୋଗ

ଉଦ୍ୟମ, ସାହସୀ, ପରାକ୍ରମୀ ଓ ଭୂମି ପୁତ୍ର ମଙ୍ଗଳ ଗ୍ରହ ନୀଚ କର୍କଟ ରୁ ପରିବର୍ତ୍ତନ କରି ୨୦୨୧ମସିହା ଜୁଲାଇ ୨୦ତାରିଖରେ ମଘା ନକ୍ଷତ୍ର ସିଂହ ରାଶିରେ ପ୍ରବେଶ କରିଛନ୍ତି । ଅଗଷ୍ଟ ୧୦ ତାରିଖ ମଙ୍ଗଳବାର ପୂର୍ବା ଫାଲଗୁନି ସିଂହ ରେ ପ୍ରବେଶ କରିବେ । ସିଂହରାଶିରେ ସେପ୍ଟମ୍ବର ୫ତାରିଖ ପର୍ଯ୍ୟନ୍ତ ରହିବେ । ଏହାପରେ କନ୍ୟାରାଶିରେ ପ୍ରବେଶ କରିବେ । ସିଂହରାଶିରେ ଗୋଚର କରିବା ବେଳେ ମଙ୍ଗଳ ଗ୍ରହ ଅଧିକ ପ୍ରଭାଶାଳି ହୋଇଥାନ୍ତି, କାରଣ ଏହି ରାଶିରୁ ଉଚ୍ଚ ଗାମୀ ହେଉ ଥିବାରୁ ଅଧିକ ଯୋଗକାରକ ହୋଇଥାନ୍ତି ।

ସେଥିପାଇଁ ଏହି ଗୋଚର ଏକ ବରଦାନ ଠାରୁ କମ ନୁହେଁ । ଯେଉଁ ଲୋକମାନଙ୍କର ଜାତକ କୁଣ୍ଡଳୀରେ ମଙ୍ଗଳ ଗ୍ରହ ଶୁଭ ଭାବରେ ଗୋଚର କରିଥିବେ ସେହି ଲୋକମାନଙ୍କ ପାଇଁ ଏହା ଶୁଭ ସଂକେତ ଅଟେ, କିନ୍ତୁ ଯେଉଁ ଲୋକମାନଙ୍କର ଜାତକ କୁଣ୍ଡଳୀରେ ମଙ୍ଗଳ ଗ୍ରହ ଅଶୁଭ ଭାବରେ ଗୋଚର କରିଥିବେ ସେହି ଲୋକମାନେ ସାବଧାନ ରହିବା ଆବଶ୍ୟକ ଅଟେ । ମେଷ ଓ ବିଛା ର ସ୍ଵାମୀ ମଙ୍ଗଳ ଗ୍ରହ କର୍କଟ ରେ ନିଚ୍ଚ ତଥା ମକର ରେ ଉଚ୍ଚ ବୋଲି କୁହାଯାଏ । ମଙ୍ଗଳ ଗ୍ରହଙ୍କ ପରିବର୍ତ୍ତନ ହେତୁ ତାଙ୍କ ପ୍ରଭାବରେ ଅନ୍ୟ ସମସ୍ତ ରାଶିରେ କେଉଁଭଳି ପ୍ରଭାବ ପଡିବ ଆସନ୍ତୁ ଜାଣିବା ।

ମେଷ ରାଶି:- ରେ ପଞ୍ଚମଭାବ ଉଚ୍ଚବିଦ୍ୟାଭାବରେ ଗୋଚର କରିବା ବେଳେ ମଙ୍ଗଳ ଗ୍ରହଙ୍କ ଶୁଭ ପ୍ରଭାବରେ ଶିକ୍ଷା ପ୍ରତିଯୋଗିତାରେ ଭଲ ସଫଳତା ପ୍ରାପ୍ତି ହେବ । ଉଚ୍ଚାଧିକାରୀଙ୍କ ସହଯୋଗ ମିଳିବ । ବିଜ୍ଞାନ ଓ ଟେକ୍ନୋଲୋଜି କ୍ଷେତ୍ରରେ ଭଲ ଶୁଭଫଳ ମିଳିବ । ସନ୍ତାନର ଦାୟିତ୍ଵ ପୂରଣ କରି ପାରିବେ ।

ବୃଷ ରାଶି:- ରେ ଚତୁର୍ଥଭାବରେ ଗୋଚର କରିବା ବେଳେ ମଙ୍ଗଳଗ୍ରହଙ୍କ ପ୍ରଭାବ ଶୁଭ ଅଶୁଭ ଫଳ ମିଳିବ । ଯେକୌଣସି କାରଣରୁ ପାରିବାରିକ କଳହ ଓ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିବ । ସାଙ୍ଗ ଓ ସମ୍ପର୍କୀୟଙ୍କ ଠାରୁ ଅଶୁଭ ସମାଚାର ଶୁଣିବେ । ଜାଗା ଜମି ଧନ ସମ୍ପତ୍ତିର ସମସ୍ୟା ମାମଲା ସମାଧାନ ହୋଇଯିବ ।

ମିଥୁନ ରାଶି:- ରେ ତୃତୀୟଭାବ ପରାକ୍ରମଭାବରେ ଗୋଚର କରିବା ବେଳେ ମଙ୍ଗଳ ଗ୍ରହଙ୍କ ପ୍ରଭାବରେ ଏକ ବରଦାନ ଭଳି ପ୍ରାପ୍ତି ହେବ । ଯେ କୌଣସି ବଡ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଅଥବା କୌଣସି ଅନୁବନ୍ଧନ ପାଇଁ ହସ୍ତାକ୍ଷର କରିବାକୁ ଚାହୁଁଛନ୍ତି ତେବେ ମଧ୍ୟ ସମୟ ଅନୁକୂଳ ରହିବ ।

କର୍କଟରାଶି:- ରେ ଦ୍ଵିତୀୟଭାବ ଧନଭାବରେ ଗୋଚର ସମୟରେ ମଙ୍ଗଳ ଗ୍ରହ ଭଲ ଉପଲବ୍ଧି ପାଇବେ । ନିଜ ସାହସ, ବୁଦ୍ଧି ତଥା ବାଣୀ ବଳରେ ସାମାଜିକ କାର୍ଯ୍ୟର ଦାୟିତ୍ଵକୁ ଅତି ସହଜରେ ପୂରଣ କରି ସଫଳ ହେବେ । ଆର୍ଥିକ ପରିସ୍ଥିତି ମଜବୁତ ରହିବ । ଦୀର୍ଘ ଦିନର ଦେଇଥିବା ଧନ ମଧ୍ୟ ମିଳିବାର ଆଶଙ୍କା ରହିଛି ।

ସିଂହ:- ରାଶିରେ ଗୋଚର କରିବା ବେଳେ ମଙ୍ଗଳ ଗ୍ରହଙ୍କ ପ୍ରଭାବରେ ଏକ ବରଦାନ ଭଳି ଫଳ ପ୍ରାପ୍ତି ହେବ । ରୋଜଗାର ଦିଗରେ କରିଥିବା ଚେଷ୍ଟାରେ ସଫଳ ହେବେ । ଜମି ସମ୍ପତ୍ତି ମାମଲା ସମସ୍ୟା ସମାଧାନ ହୋଇଯିବ । ନୂଆ ଘର ବା ବାହନ କିଣିବାକୁ ଚାହୁଁଥିଲେ ଏହି ସମୟ ଅନୁକୂଳ ରହିବ ।

କନ୍ୟା:- ରାଶିରେ ଦ୍ଵାଦଶଭାବ ବ୍ୟୟଭାବରେ ଗୋଚର ବେଳେ ମଙ୍ଗଳ ଗ୍ରହଙ୍କ ପ୍ରଭାବରେ ସମିକ୍ଷା କରିବାକୁ ପଡିବ । ଅଧିକ ଭାଗଦୌଡ କରିବାକୁ ପଡିବ । ମିତ୍ର ତଥା ସମ୍ପର୍କୀୟଙ୍କ ଠାରୁ କିଛି ଅପ୍ରିୟ ସମାଚାର ଶୁଣିବାକୁ ମିଳିପାରେ । ଯାତ୍ରା କରିବା ସମୟରେ ସାବଧାନ ରହିବାକୁ ହେବ ।

ତୁଳା:- ରାଶିରେ ଏକାଦଶଭାବ ଲାଭଭାବରେ ଗୋଚର କରିବା ବେଳେ ମଙ୍ଗଳ ଗ୍ରହଙ୍କ ପ୍ରଭାବରେ ଭଲ ସଫଳତା ମିଳିବ । ଯେ କୌଣସି ବଡ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଅଥବା କୌଣସି ଅନୁବନ୍ଧନ ପାଇଁ ହସ୍ତାକ୍ଷର କରିବାକୁ ଚାହୁଁଛନ୍ତି ତେବେ ମଧ୍ୟ ସେଥିରେ ସଫଳ ହେବେ ।

ବିଚ୍ଛା:- ରାଶିରେ ଦଶମଭାବ କର୍ମଭାବରେ ଗୋଚର କରିବା ବେଳେ ମଙ୍ଗଳ ଗ୍ରହଙ୍କ ପ୍ରଭାବରେ ରୋଜଗାରରେ ଉନ୍ନତି କରିବାର ବାଟ ଦେଖାଦେବ । ଆୟରେ ମଧ୍ୟ ବୃଦ୍ଧି ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ମାଆ ବାପାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତାଶୀଳ ରହିବେ ।

ଧନୁ:- ରାଶିରେ ନବମଭାବ ଭାଗ୍ୟଭାବରେ ଗୋଚର କରିବା ବେଳେ ମଙ୍ଗଳ ଗ୍ରହଙ୍କ ପ୍ରଭାବରେ ଧର୍ମ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ପ୍ରଦାନ କରିବେ । ଚାକିରୀରେ ମଧ୍ୟ ପଦୋନ୍ନତି ତଥା ନୂଆ ଅନୁବନ୍ଧନ ପ୍ରାପ୍ତି ହେବାର ସମ୍ଭାବନା । ପରିବାରରେ ମାଙ୍ଗଳିକ କାର୍ଯ୍ୟ କରିବାର ସୁଯୋଗ ପାଇବେ ।

ମକର:- ରାଶିରେ ଅଷ୍ଟମଭାବ ଆୟୁଭାବରେ ଗୋଚର କରିବା ବେଳେ ମଙ୍ଗଳ ଗ୍ରହଙ୍କ ପ୍ରଭାବରେ ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ପାରିବାରିକ ବିବାଦ ତଥା ଜମି ସମ୍ପତ୍ତି ସହିତ ଜଡିତ ସମସ୍ୟାକୁ ବାହାରେ ସମାଧାନ କରିବା ହିଁ ବୁଦ୍ଧିମାନ ହେବ । ବହୁତ ଦିନରୁ ଦେଇଥିବା ଟଙ୍କା ମଧ୍ୟ ମିଳିବାର ଆଶଙ୍କା ରହିଛି ।

କୁମ୍ଭ:- ରାଶିରେ ସପ୍ତମଭାବ ଦାମ୍ପତ୍ୟ ଭାବରେ ଗୋଚର କରିବା ବେଳେ ମଙ୍ଗଳ ଗ୍ରହଙ୍କ ପ୍ରଭାବ ପାରିବାରିକ ଜୀବନ ପାଇଁ ଭଲ ହେବ ନାହିଁ । ବିବାହ ସମ୍ବନ୍ଧିତ ଆଲୋଚନାରେ ବିଳମ୍ବ ହୋଇପାରେ । ଶ୍ଵଶୁର ଘରର ସମ୍ବନ୍ଧକୁ ବିଗିଡିବାକୁ ଦିଅନ୍ତୁ ନାହିଁ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଇଛା କରୁଥିଲେ ସେଥିରେ ସଂପୂର୍ଣ୍ଣ ସଫଳ ହେବେ ।

ମୀନ:- ରାଶିରେ ଷଷ୍ଠଭାବ ଶତୃଭାବରେ ଗୋଚର କରିବା ବେଳେ ମଙ୍ଗଳ ଗ୍ରହଙ୍କ ପ୍ରଭାବରେ ରୋଗ, ଋଣ, ଶତୃ ନାଶ ହେବା ସହିତ ଯେଉଁ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିବେ ସେଥିରେ ପ୍ରଶଂସା ପାଇବେ । ନିଜର ଊର୍ଜାଶକ୍ତି ଓ ସଠିକ ବୁଝାମଣା ହେତୁ କଠିନ ପରିସ୍ଥିତିକୁ ସହଜରେ ନିୟନ୍ତ୍ରଣ କରିପାରିବେ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00