ସବୁ ଲୋକମାନେ ଜୀବନରେ ଖୁସିରେ ରହିବା ପାଇଁ ଚେଷ୍ଟା କରିଥାନ୍ତି । ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପାଇବାକୁ ଇଛା କରିଥାନ୍ତି । ବେଳେବେଳେ ପରିସ୍ଥିତି ବ୍ୟକ୍ତିର ବିପରୀତ ହୋଇଯାଏ । ଘରେ କଳହ ସୃଷ୍ଟି ହୁଏ । ଏହିପରି ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି । ଏହି ଉପାୟ କରିଲେ ପରିବାରରେ ସୁଖ ଶାନ୍ତି ମିଳିଥାଏ । ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ । ଏହି ଉପାୟ ପ୍ରତି ଧ୍ୟାନ ରଖିବା ଉଚିତ୍ । ଆସନ୍ତୁ ଜାଣିବା କଣ ଉପାୟ କରିଲେ ଘରେ ସୁଖ ସମୃଦ୍ଧି ମିଳିଥାଏ ।
ପୂର୍ବ କାଳରେ ଗୃହରେ ଏକ ଅଗଣା ରହୁଥିଲା, ସେହି ଅଗଣାର ମଝିରେ ଏକ ତୁଳସୀ ଗଛ ଲଗାଉଥିଲେ । କାରଣ ହିନ୍ଦୁ ଧର୍ମରେ ତୁଳସୀ ପୂଜା କରିବାର ମହତ୍ଵ ରହିଛି । ଏହାକୁ ପୂଜା କରିବା ସହିତ ଔଷଧୀୟ ଗୁଣ ମଧ୍ୟ ଭରପୁର ରହିଛି ।
ଭଗବାନ ବିଷ୍ଣୁଙ୍କର ତୁଳସୀ ଅତି ପ୍ରିୟ ଅଟେ । ସେଥିପାଇଁ ତାଙ୍କ ପୂଜାରେ ତୁଳସୀ ବ୍ୟବହାର କରାଯାଏ । ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ତୁଳସୀରେ ଏକ ଲୋଟା ପାଣି ଦେବା ଉଚିତ୍ । କାରଣ ଘରର ସବୁ ସମସ୍ୟା ଦୂର ହୋଇଯାଏ । ଭଗବାନ ବିଷ୍ଣୁ ପ୍ରସନ୍ନ ହେବା ସହିତ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ । ଘରର ଅଗଣାରେ ତୁଳସୀ ଗଛ ରହିଲେ ବାସ୍ତୁଦୋଷ ମଧ୍ୟ ଦୂର ହୋଇଯାଏ ।
ଓସ୍ତ ଗଛକୁ ଦେବତାଙ୍କ ଗଛ ବୋଲି କୁହାଯାଏ । ସ୍କନ୍ଦ ପୁରାଣ ଅନୁସାରେ ଓସ୍ତ ଗଛରେ ବିଷ୍ଣୁ ବାସ କରିଥାନ୍ତି । ପ୍ରତିଦିନ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କଲେ ବୃହସ୍ପତି ଗ୍ରହ ମଜବୁତ୍ ହୋଇଥାନ୍ତି । ବୃହସ୍ପତି ଗ୍ରହଙ୍କୁ ଗୃରୁ ଗ୍ରହ ମଧ୍ୟ କୁହାଯାଏ । ପ୍ରତିଦିନ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରୁଥିବା ବ୍ୟକ୍ତିର ଘରେ ଧନ ଅଭାବ ହୁଏ ନାହିଁ ।
ପ୍ରତିଦିନ ସକାଳେ ଉଠି ଘରକୁ ସଫା ସୁତୁରା କରିବା ଉଚିତ୍ । ଏହାପରେ ଘରର ମୁଖ୍ୟ ଦ୍ଵାରରେ ପାଣି ଢାଳି ସଫା କରିବା ଉଚିତ୍ । ଏହିପରି କଲେ ମାତା ଲକ୍ଷ୍ମୀ ଘରେ ବାସ କରିଥାନ୍ତି । ସେହିପରି ପ୍ରତିଦିନ ସକାଳେ ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପିତ କରିବା ଉଚିତ୍ ।
ଯେ କୌଣସି ପକ୍ଷୀମାନଙ୍କୁ ଦାନା ପାଣି ଦେଲେ ମଧ୍ୟ ଘରେ ଆର୍ଥିକ ସମାସ୍ୟା ଦୂର ହୋଇଥାଏ । ସେଥିପାଇଁ ଘରର ଛାତ ବା ଅନ୍ୟ ଏକ ଖୋଲା ସ୍ଥାନରେ ଏକ ପାତ୍ରରେ ପାଣି ଓ ଆଉ ଏକ ପାତ୍ରରେ ଖାଦ୍ୟ ରଖିବା ଆବଶ୍ୟକ । ଏହିପରି କଲେ ପରିବାରରେ ଆସୁଥିବା ସଙ୍କଟ ଦୂର ହୁଏ ଓ ଘରେ ଶାନ୍ତି ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।