Your Astrology Guru Lyrics
ମିଠା ମିଠା ଛୁଆଁରେ ଝରେ ମୋତି ଚୁନା ଚୁନା




ମିଠା ମିଠା ଛୁଆଁରେ ଝରେ ମୋତି ଚୁନା ଚୁନା
ଭିଜିଯାଏ ମନ ମୋର ଆଖି ହୁଏ ଆନମନା
ଓ….ଓ….ଓ….ଓ….ଓ…..
ମିଠା ମିଠା ଛୁଆଁରେ ଝରେ ମୋତି ଚୁନା ଚୁନା
ମିଠା ମିଠା ଛୁଆଁରେ ଝରେ ମୋତି ଚୁନା ଚୁନା
ଭିଜିଯାଏ ମନ ମୋର ଆଖି ହୁଏ ଆନମନା
ଇଛା ପୁଣି ଏଇ ସ୍ମୃତି ରଖିବି ମୁଁ ସାଇତି
ଜିଇଁ ଯିବି କିଛି ଦିନ ଆଉ କିଛି ରାତି
ସ୍ବପ୍ନ କାଳେ ସରିଯିବ ଲାଗେ ଭାରି ଭୟ
ତୁ ଧୀରେ ଧୀରେ ଚାଲରେ ସମୟ
ତୁ ଧୀରେ ଧୀରେ ଚାଲରେ ସମୟ
ତୁ ଧୀରେ ଧୀରେ ଚାଲରେ ସମୟ
ତୁ ଧୀରେ ଧୀରେ ଚାଲରେ ସମୟ
ଲାଜକୁଳି ଚାନ୍ଦ ମୁହେଁ କାଳାଟିପା ନାଇ ଦେବି
ଫାସ ବୁଣି ପବନକୁ ଆଖିବୁଜି ଧରି ନେବି
ଢଳ ଢଳ କାକରକୁ ଖରାଠାରୁ ଲୁଚେଇବି
ଇନ୍ଦ୍ରଧନୁ ରଙ୍ଗ ଆଣି ତା ବାଟରେ ବୁଣି ଦେବି
ଦେଖିବାକୁ ସବୁଦିନେ ତା ମିଠା ଅଝଟ
ଲାଞ୍ଚ ଦେଇ ବୟସର ରଖି ଦେବି ବାଟ
ତଥାପି ଆଜି କାହିଁକି ଏତେ ଲାଗେ ଭାରି ଭୟ
ତୁ ଧୀରେ ଧୀରେ ଚାଲ ରେ ସମୟ
ତୁ ଧୀରେ ଧୀରେ ଚାଲ ରେ ସମୟ
ତୁ ଧୀରେ ଧୀରେ ଚାଲ ରେ ସମୟ
ତୁ ଧୀରେ ଧୀରେ ଚାଲ ରେ ସମୟ
ଓ…..ଓ…..ଓ…..ଓ…..ଓ…..
ମୋ ହସରେ ଲେଖେ ଯିଏ ତା ଖୁସିର କାହାଣି
ତା ବିନା ବଞ୍ଚିବି ପୁଣି କେମିତି ପାରୁନି ଜାଣି
ଆଙ୍କିଚି ମୁଁ ଛବି ତାର ହାତେ ରଙ୍ଗ ତୁଳି ଧରି
କେମିତି ଚିରିବି ତାକୁ ବରଷାରେ ଓଦା କରି
ମନ କୁହେ ଦେବି ତାକୁ ମୋର ବାକି ଆୟୁଷ
ତା ସାଥିରେ ଗୋଟେ ଦିନ ମୋର ଶହେ ବରଷ
ଅନ୍ଧାର ତାକୁ ଦବ ଲୁଚେଇ ଲାଗେ ଭାରି ଭୟ
ତୁ ଧୀରେ ଧୀରେ ଚାଲ ରେ ସମୟ
ତୁ ଧୀରେ ଧୀରେ ଚାଲ ରେ ସମୟ
ତୁ ଧୀରେ ଧୀରେ ଚାଲ ରେ ସମୟ
ତୁ ଧୀରେ ଧୀରେ ଚାଲ ରେ ସମୟ
Thank You