Table of Contents
Your Astrology Guru Lyrics
ଏଡ଼େ ତେଣେ ଟାଣୁ କେତେ
Mo Bhagya Daudi Hatare Dhari Tu Your Astrology Guru Lyrics In Odia Language
ମୋ ଭାଗ୍ୟ ଦଉଡି ହାତରେ ଧରି ତୁ
ଏଡ଼େ ତେଣେ ଟାଣୁ କେତେ
ତୋ ରଥ ଦଉଡି ହୋ…
ତୋ ରଥ ଦଉଡି ଆଜି ମୋ ହାତରେ
ଟାଣିବି ମୋ ଇଛା ମତେ ରେ କାଳିଆ
ଟାଣିବି ମୋ ଇଛା ମତେ
ମୋ ଭାଗ୍ୟ ଦଉଡି ହାତରେ ଧରି ତୁ
ଏଡ଼େ ତେଣେ ଟାଣୁ କେତେ ରେ କାଳିଆ
ଏଡ଼େ ତେଣେ ଟାଣୁ କେତେ
ମୋ ଜୀବନ ହେଲା ତୋ ପାଇଁ କଣ୍ଢେଇ
ଖେଳନା କଲୁ ତୁ ମତେ
ଆଜି ତୁ କଣ୍ଢେଇ ଖେଳିବି ତୋ ସାଥେ
କରିବୁନି ମନା ମତେ
ମୋ ଜୀବନ ହେଲା ତୋ ପାଇଁ କଣ୍ଢେଇ
ଖେଳନା କଲୁ ତୁ ମତେ
ଆଜି ତୁ କଣ୍ଢେଇ ଖେଳିବି ତୋ ସାଥେ
କରିବୁନି ମନା ମତେ
ଆଜି ତୁ କେମିତି…
ଆଜି ତୁ କେମିତି ଉଠାପକା ହଉ
ଭାରି ମଜା ଲାଗେ ମତେ ରେ କାଳିଆ
ଭାରି ମଜା ଲାଗେ ମତେ
ମୋ ଭାଗ୍ୟ ଦଉଡି ହାତରେ ଧରି ତୁ
ଏଡ଼େ ତେଣେ ଟାଣୁ କେତେ ରେ କାଳିଆ
ଏଡ଼େ ତେଣେ ଟାଣୁ କେତେ
ମୋ ଜୀବନ ରଥ ଗଡି ଗଡି ଯାଏ
ମିଛ ମାୟା ମୋହ ପଥେ
ଜାଣି ନାହିଁ ମୋର କେଉଁ ଆଡେ ଗତି
ଜାଣୁ ତୁହି ଏକା ସତେ
ମୋ ଜୀବନ ରଥ ଗଡି ଗଡି ଯାଏ
ମିଛ ମାୟା ମୋହ ପଥେ
ଜାଣି ନାହିଁ ମୋର କେଉଁ ଆଡେ ଗତି
ଜାଣୁ ତୁହି ଏକା ସତେ
ଜୀବ ଗଲା ବେଳେ….
ଜୀବ ଗଲା ବେଳେ ତୋ ଡୋର ଲଗାଇ
ପାରି କରିଦେବୁ ମତେ ରେ କାଳିଆ
ପାରି କରିଦେବୁ ମତେ
ମୋ ଭାଗ୍ୟ ଦଉଡି ହାତରେ ଧରି ତୁ
ମୋ ଭାଗ୍ୟ ଦଉଡି ହାତରେ ଧରି ତୁ
ଏଡ଼େ ତେଣେ ଟାଣୁ କେତେ