ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା ।
(୧୧)- କୁମ୍ଭରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦ ହୋଇଥାଏ ତେବେ ଆପଣଙ୍କ ରାଶି କୁମ୍ଭ ହେବ । ଆପଣଙ୍କ ରାଶିର ଚିହ୍ନ-କଳସ ଧରିଥିବା ସ୍ତ୍ରୀ, ରାଶିସ୍ୱାମୀ-ଶନି, ରାଶିତତ୍ୱ-ବାୟୁ, ରାଶିସ୍ୱରୂପ-ସ୍ଥିର, ରାଶିଦିଗ-ପଶ୍ଚିମ । ରାଶିଗୁଣ-ପୁରୁଷ, ତମୋଗୁଣୀ । ରାଶିଜାତି-ଶୂଦ୍ର । ରାଶିପ୍ରକୃତି-ତ୍ରିଧାତୁ । ରାଶିସ୍ୱଭାବ-କ୍ରୁର । ରାଶିଅଙ୍ଗ-ପାଦ ।
ରାଶିର ଶୁଭରତ୍ନ-ନୀଳା । ରାଶିର ଶୁଭରଙ୍ଗ-ନୀଳ, ଆକାଶିଆ, କଳା । ରାଶିର ଶୁଭବାର-ଶୁକ୍ରବାର, ଶନିବାର । ରାଶିର ଶୁଭ ଦେବତା-ଶନିଦେବ ଓ ଶିବଭଗବାନ । ରାଶିର ଶୁଭ ଦେବୀ-ମା ଦକ୍ଷିଣକାଳୀ । ରାଶିର ବ୍ରତ, ଉପବାସ-ଶନିବାର । ରାଶିର ଅଙ୍କ ବା ସଂଖ୍ୟା- ୮ । ରାଶିର ତାରିଖ-୮, ୧୭, ୨୬ । ରାଶିର ମିତ୍ରରାଶି-ବୃଷ, ମକର, ମୀନ ।
ରାଶିର ଶତୃରାଶି-ମେଷ, କର୍କଟ, ସିଂହ । ଘାତବାର-ଗୁରୁବାର , ଘାତନକ୍ଷତ୍ର-ଆର୍ଦ୍ରା, ଘାତତିଥି-ଚତୁର୍ଥୀ, ଘାତଚନ୍ଦ୍ର- ଧନୁଚନ୍ଦ୍ର । ରାଶିବ୍ୟକ୍ତିତ୍ୱ- ସାହସୀ, ନିଷ୍କପଟ, ଶତୃଜୟୀ, ଦୟାଳୁ, ଦାନୀ, ପ୍ରିୟଭାଷୀ, ପଣ୍ଡିତ, କାର୍ଯ୍ୟକୁଶଳ, ଶିଳ୍ପୀ, ଯାତ୍ରାପ୍ରିୟ, ମିଷ୍ଟାନଭୋଜୀ, ପ୍ରସନ୍ନଚିତ୍ତ, ସୁଗନ୍ଧପ୍ରିୟ, ସୁନ୍ଦରମୁଖ, ଅଳ୍ପାହାରୀ, ବିନୟୀ, କଷ୍ଟସହିଷ୍ଣୁ, ତପସ୍ୱୀ, ଶାନ୍ତସ୍ୱଭାବ, ବୁଦ୍ଧିମାନ, ଅନେକ ବିଦ୍ୟାଭାସୀ, ବ୍ୟବସାୟ କୁଶଳ, ବାଲ୍ୟାବସ୍ଥାରେ ଧନୀ, ଧର୍ମାତ୍ମା, ଚତୁର, ପୁତ୍ରବାନ, ବ୍ରାହ୍ମଣ ତଥା ଦେବତାଙ୍କ ଭକ୍ତ ଓ ସମସ୍ତ ପ୍ରକାର ବସ୍ତୁକୁ ସଂଗ୍ରହ କରିଥାନ୍ତି ।
ରାଶିର ସକରାତ୍ମକ ତଥ୍ୟ- ସୁନ୍ଦର, ଶିଳ୍ପଜ୍ଞ, ସମ୍ବେଦନଶୀଳ, ସମାଜପ୍ରିୟ, କୁଟୁମ୍ବପ୍ରେମୀ, ଦୟାବାନ, ସ୍ଥିରଚିତ୍ତ, ଶ୍ରେଷ୍ଠ ଧନପ୍ରାପ୍ତି, ସନ୍ତାନସୁଖି ଓ ଧର୍ମ କାର୍ଯ୍ୟରେ ତତ୍ପରହେବେ । ରାଶିର ନକରାତ୍ମକ ତଥ୍ୟ- ଅବଧୂତ, ଯୋଗୀ, ସାଧକ, ତପସ୍ୱୀ, ସତ୍ୟଖୋଜି, ଦାମ୍ପତ୍ୟଆସକ୍ତ, ବିଚକ୍ଷଣବୁଦ୍ଧି, ଦୁଷ୍ଟସାଙ୍ଗ ଓ ନିରନ୍ତର ବିଚାରକୁ ବଦଳାଇବା ପ୍ରବୃତି ହେବ ।
ରାଶିର ନକ୍ଷତ୍ର:-ଧନିଷ୍ଠା, ଶତଭିଷା, ପୂର୍ବଭାଦ୍ରପଦ ।
ଧନିଷ୍ଠା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଗୂ, ଗେ ହୋଇଥାଏ, ତେବେ ଆପଣଙ୍କର କୁମ୍ଭରାଶି ଧନିଷ୍ଠା ନକ୍ଷତ୍ରରେ ୭ବର୍ଷ ମଙ୍ଗଳଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ମାର୍ଜାର, ଯୋନି-ସିଂହ, ଗଣ-ଦାନବ, ବର୍ଣ୍ଣ-ଶୂଦ୍ର, ହଂସକ ବା ତତ୍ୱ-ବାୟୁ, ନାଡ଼ୀ-ଅନ୍ତ୍ୟ, ପାଦ-ତମ୍ବା ହେବ । ଆପଣ ନିର୍ଭିକ, ସଙ୍ଗୀତ ପ୍ରେମୀ, କୁଳଶ୍ରେଷ୍ଠ, ବିଚାରକ, ଶ୍ରେଷ୍ଠବ୍ୟକ୍ତିତ୍ଵ, ସବୁକ୍ଷେତ୍ରରେ ମୁଖ୍ୟ ଓ ସମାଜରେ ପ୍ରତିଷ୍ଠା ଅର୍ଜନ କରିବେ ।
ଶତଭିଷା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଗୋ, ସା, ସୀ, ସୂ ହୋଇଥାଏ, ତେବେ ଆପଣଙ୍କର କୁମ୍ଭରାଶି ଶତଭିଷା ନକ୍ଷତ୍ରରେ ୧୮ବର୍ଷ ରାହୁଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କର ପ୍ରଥମ ଚରଣର ବର୍ଗ-ମାର୍ଜାର, ଓ ଅନ୍ତିମ ତିନି ଚରଣର ବର୍ଗ-ମେଣ୍ଢା, ଯୋନି-ଅଶ୍ୱ, ଗଣ-ଦାନବ, ବର୍ଣ୍ଣ-ଶୂଦ୍ର, ହଂସକ ବା ତତ୍ୱ-ବାୟୁ, ନାଡ଼ୀ-ଅନ୍ତ୍ୟ, ପାଦ-ତମ୍ବାହେବ । ଆପଣ ଶିଳ୍ପୀ, କାର୍ଯ୍ୟକୁଶଳ, ଯାତ୍ରାପ୍ରିୟ, ମିଷ୍ଟାନଭୋଜୀ, ପ୍ରସନ୍ନଚିତ୍ତ, ସୁଗନ୍ଧପ୍ରିୟ, ସୁନ୍ଦରମୁଖ, ଅଳ୍ପାହାରୀ, କୂଟନୀତିଜ୍ଞ, ଅନ୍ୟକୁ ବୋକାକରି ନିଜ କାର୍ଯ୍ୟରେ ସିଦ୍ଧହସ୍ତ ହେବେ ।
ପୂର୍ବଭାଦ୍ରପଦ- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ସେ, ସୋ, ଦ ହୋଇଥାଏ ତେବେ ଆପଣଙ୍କର କୁମ୍ଭରାଶି ପୂର୍ବଭାଦ୍ରପଦ ନକ୍ଷତ୍ରରେ ୧୬ବର୍ଷ ବୃହସ୍ପତିଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ପ୍ରଥମ ବା ଦ୍ୱିତୀୟ ଚରଣରେ ବର୍ଗ-ମେଶ ଓ ତୃତୀୟ ଚରଣର ବର୍ଗ-ସର୍ପ, ଯୋନି-ସିଂହ, ଗଣ-ମାନବ, ବର୍ଣ୍ଣ-ଶୂଦ୍ର, ହଂସକ ବା ତତ୍ୱ-ବାୟୁ, ନାଡ଼ୀ-ମଧ୍ୟ, ପାଦ-ଲୁହା ହେବ । ଆପଣ ସ୍ୱାଭିମାନି, ବୁଦ୍ଧିମାନ, ଅନେକ ବିଦ୍ୟାଭାସୀ, ବ୍ୟବସାୟ କୁଶଳ, ବାଲ୍ୟାବସ୍ଥାରେ ଧନୀ, ଧର୍ମାତ୍ମା, ଚତୁର, ପୁତ୍ରବାନ, ବ୍ରାହ୍ମଣ ତଥା ଦେବତାଙ୍କ ଭକ୍ତ ଓ ସମସ୍ତ ପ୍ରକାର ବସ୍ତୁକୁ ସଂଗ୍ରହ କରିବେ । ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତ ହେବେ ।
ଶୁଭଫଳ ପାଇବା ପାଇଁ ୧- ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ମୋତିରତ୍ନ, ରୂପା, ଅରୁଆଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳାଚନ୍ଦନ ଆଦି ଘରେ ସ୍ଥାପିତ କରନ୍ତୁ । ୨- ପ୍ରତିଦିନ ଯେ କୌଣସି ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରନ୍ତୁ । ୩- ଭୈରବଙ୍କ ଉପାସନା କରନ୍ତୁ । ୪- ମାଆବାପାଙ୍କ ସେବା କରନ୍ତୁ ଓ ଆଶୀର୍ବାଦ ରୂପରେ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଦାନ ନିଅନ୍ତୁ । ୫- ଘରେ ନୂଆ କଳ ଲଗାନ୍ତୁ ଅଯଥାରେ ପାଣି ବୋହିଯିବାକୁ ଦିଅନ୍ତୁ ନାହିଁ । ୬- ବେଳେବେଳେ କ୍ଷୀରରେ ତିଆରି ହୋଇଥିବା ମିଠା ପିଲାମାନଙ୍କୁ ବାଣ୍ଟନ୍ତୁ । ୭- ପ୍ରତିଦିନ ଅଶୋସ୍ଥ ବୃକ୍ଷମୂଳରେ ଦୀପ ଜଳାନ୍ତୁ । ୮- ପ୍ରତିଦିନ ସକାଳୁ ଉଠି ସୂର୍ଯ୍ୟଙ୍କୁ ନମସ୍କାର କରିଲେ ଚନ୍ଦ୍ର ପ୍ରସନ୍ନ ହୁଅନ୍ତି ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।