ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା ।
(୭)- ତୁଳାରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର କେ, ରା, ରୀ, ରୁ, ରେ, ରୋ, ତା, ତୀ, ତୂ ହୋଇଥାଏ ତେବେ ଆପଣଙ୍କ ରାଶି ତୁଳା ହେବ । ଆପଣଙ୍କ ରାଶିର ଚିହ୍ନ-ତରାଜୁ ବା ନିକିତି, ରାଶିସ୍ୱାମୀ-ଶୁକ୍ର, ରାଶିତତ୍ୱ-ବାୟୁ, ରାଶିସ୍ୱରୂପ-ଚର, ରାଶିଦିଗ-ପଶ୍ଚିମ । ରାଶିଗୁଣ-ପୁରୁଷ, ରଜୋଗୁଣୀ । ରାଶିଜାତି-ଶୁଦ୍ର । ରାଶିପ୍ରକୃତି-ତ୍ରିଧାତୁ । ରାଶିସ୍ୱଭାବ-କ୍ରୁର । ରାଶିଅଙ୍ଗ-ଗୁପ୍ତାଙ୍ଗ । ରାଶିର ଶୁଭରତ୍ନ-ହୀରା । ରାଶିର ଶୁଭରଙ୍ଗ-ଧଳା । ରାଶିର ଶୁଭବାର-ଶୁକ୍ରବାର । ରାଶିର ଶୁଭ ଦେବତା-କୁବେର । ରାଶିର ଶୁଭ ଦେବୀ-ସନ୍ତୋଷି ମା ।
ରାଶିର ବ୍ରତ, ଉପବାସ-ଶୁକ୍ରବାର । ରାଶିର ଅଙ୍କ ବା ସଂଖ୍ୟା-୬ । ରାଶିର ତାରିଖ-୬, ୧୫, ୨୪ । ରାଶିର ମିତ୍ରରାଶି-ମିଥୁନ, କର୍କଟ, କନ୍ୟା, ମକର, କୁମ୍ଭ । ରାଶିର ଶତୃରାଶି-ସିଂହ । ଘାତବାର-ଗୁରୁବାର, ଘାତନକ୍ଷତ୍ର-ଶତଭିଷା, ଘାତତିଥି-ଦ୍ୱାଦଶୀ, ଘାତଚନ୍ଦ୍ର- ଧନୁଚନ୍ଦ୍ର । ରାଶିବ୍ୟକ୍ତିତ୍ୱ-ପରାକ୍ରମୀ, ବୈଭବଶାଳୀ, ଧାର୍ମିକ, ଭୋଗୀ, ସୁଖି, ଚତୁର, ବୁଦ୍ଧିମାନ, କଳାପ୍ରେମୀ, ଦେବ ବ୍ରାହ୍ମଣଭକ୍ତ, ବାହନ ଓ ପଶୁଯୁକ୍ତ, ରାଜାଙ୍କପ୍ରିୟ, ବାପାମାଙ୍କ ପୂଜକ, ଗୁରୁଭକ୍ତି, ବିଦ୍ୱାନ, ବହୁତ ଗପନ୍ତି, କାବ୍ୟପ୍ରେମୀ, ଯୁଦ୍ଧପ୍ରେମୀ, ସୁନ୍ଦର ଶରୀର, ସର୍ବତ୍ର ମାନନୀୟ, ଶ୍ରେଷ୍ଠ ସଂଗ୍ରହ କାରୀ, ବହୁତ ଦାସଦାସୀଙ୍କ ଦ୍ୱାରା ସୁଶୋଭିତ ।
ଶ୍ରେଷ୍ଠ ଶ୍ରୀମାନ, ପଣ୍ଡିତ, ଉତ୍ସାହୀ, ଶିକ୍ଷିତକୁ ସମ୍ମାନଦିଅନ୍ତି, ଆସ୍ତିକ, ପରୋପକାରୀ, ବ୍ୟାପାରରେ ଧନପ୍ରାପ୍ତି, ନିତ୍ୟ ଆଦର ପୂର୍ବକ ଜୀବନସାଥିଙ୍କ କଥା ମାନିଥାନ୍ତି, କୂଅ, ପୋଖରୀ ଇତ୍ୟାଦି ଲୋକାର୍ପଣ କରନ୍ତି । ରାଶିର ସକରାତ୍ମକ ତଥ୍ୟ-ଆତ୍ମବିଶ୍ୱାସୀ, ଆକର୍ଷକ, ମଧୁରବାଣୀ, ମିଷ୍ଟାନ୍ନ ଭୋଜନ ପ୍ରିୟ, ଭାଇ ତଥା ପୁତ୍ର ପ୍ରେମୀ ଓ କୃଷି କର୍ମରେ ଚତୁର ହେବେ । ରାଶିର ନକରାତ୍ମକ ତଥ୍ୟ-ଈର୍ଷାଳୁ, ଘମଣ୍ଡି, ଧୂର୍ତ୍ତ, ଦୁଷ୍ଟଜନଙ୍କ ସହ ମିତ୍ରତା, ଅନ୍ୱେଷକ, ବିଚକ୍ଷଣ ବୁଦ୍ଧି ହେବ ।
ରାଶିର ନକ୍ଷତ୍ର :-ଚିତ୍ରା, ସ୍ୱାତୀ, ବିଶାଖା ।
ଚିତ୍ରା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର କେ, ରା ହୋଇଥାଏ, ତେବେ ଆପଣଙ୍କର ତୁଳାରାଶି ଚିତ୍ରା ନକ୍ଷତ୍ରରେ ୭ବର୍ଷ ମଙ୍ଗଳଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ହରିଣ, ଯୋନି-ବାଘ, ଗଣ-ଦାନବ, ବର୍ଣ୍ଣ-ଶୂଦ୍ର, ହଂସକ ବା ତତ୍ୱ-ବାୟୁ, ନାଡ଼ୀ-ଆଦ୍ୟ, ପାଦ-ଚାନ୍ଦି ହେବ । ଆପଣ ଅତ୍ୟନ୍ତ ଉତ୍ସାହୀ, ବହୁମୁଖୀ ପ୍ରତିଭାରେ ଧନୀ, ସମସ୍ତ ଅସୁବିଧାକୁ ସାମ୍ନା କରିବାର ଶକ୍ତି ରହିବ ।
ସ୍ୱାତୀ- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ରୀ, ରୁ, ରେ, ରୋ ହୋଇଥାଏ ତେବେ ଆପଣଙ୍କର ତୁଳାରାଶି ସ୍ୱାତୀ ନକ୍ଷତ୍ରରେ ୧୮ବର୍ଷ ରାହୁଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ମୃଗ, ଯୋନି-ମୂଷିକ, ଗଣ-ଦେବତା, ବର୍ଣ୍ଣ-ଶୂଦ୍ର, ହଂସକ ବା ତତ୍ୱ- ବାୟୁତତ୍ୱ, ନାଡ଼ୀ-ଆଦ୍ୟ, ପାଦ-ଚାନ୍ଦି, ବୈଶ୍ୟ-ମାନବ ହେବ । ଆପଣ ଧନୀ, ମାନି, ଜ୍ଞାନୀ, ପରୋପକାରୀ, କଳା ପ୍ରେମୀ, ସହନଶୀଳ, ସମସ୍ତ କ୍ଷେତ୍ରରେ ସଫଳତା ପାଇବେ ।
ବିଶାଖା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ତା, ତୀ, ତୂ ହୋଇଥାଏ ତେବେ ଆପଣଙ୍କର ତୁଳାରାଶି ବିଶାଖା ନକ୍ଷତ୍ରରେ ୧୬ବର୍ଷ ବୃହସ୍ପତିଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ସର୍ପ, ଯୋନି-ବାଘ, ଗଣ-ଦାନବ, ବର୍ଣ୍ଣ-ଶୂଦ୍ର, ହଂସକ ବା ତତ୍ୱ-ବାୟୁ, ନାଡ଼ୀ-ମଧ୍ୟ, ପାଦ-ତମ୍ବା ହେବ । ଆପଣ ସ୍ଵାଧୀନଚେତା, ଉଦାରମନା, ଦୟାଳୁ, ଚତୁର, ବିଚାରବନ୍ତ, ପ୍ରୟୋଗାତ୍ମକ ଚିନ୍ତା, ଭଲ ପ୍ରଶାସକ, ଭଲ ଉପଦେଶକ, ଯୁକ୍ତି ତର୍କରେ ଦକ୍ଷତା ଯୋଗେ ବିରୋଧୀମାନଙ୍କୁ ହରାଇପାରିବେ ।
ଶୁଭଫଳ ପାଇବା ପାଇଁ ୧-କାହାଠାରୁ କୌଣସି ବସ୍ତୁ ମାଗଣାରେ କେବେବି ନିଅନ୍ତୁ ନାହିଁ । ୨- ବିବାହ ସମୟରେ ଶ୍ୱଶୁର ଘରୁ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଅବଶ୍ୟ ନିଅନ୍ତୁ । ( ମୋତି ରତ୍ନ, ସୁନା, ରୂପା, ଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳାବଳଦ ଓ ଗାଈ, ଧଳା ଚନ୍ଦନ) ୩- ଏକ ମାଟିଘଡିରେ ଗଙ୍ଗାଜଳ ଭର୍ତ୍ତିକରି ଘରେ ରଖନ୍ତୁ ତଥା ପ୍ରତ୍ୟେକ ରାତ୍ରିରେ ସେହି ସ୍ଥାନରେ ଦୀପ ଜାଳନ୍ତୁ । ୪- ରାତ୍ରରେ ଖୋଲା ସ୍ଥାନରେ ଏକ ପାତ୍ରରେ କ୍ଷୀର ରଖନ୍ତୁ । ୩- ଶ୍ଵଶୁର ଘରର ସଦସ୍ୟଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ୫- ଧର୍ମ ବିରୁଦ୍ଧ ଆଚରଣ ଦ୍ଵାରା ଜୀବନ ନଷ୍ଟ ହୋଇପାରେ । ୬- ସୋମବାର ଦିନ ବହିଯାଉଥିବା ପାଣିରେ ଚାଉଳ କିଛି ପକାନ୍ତୁ । ୭- ପ୍ରତ୍ୟେକବର୍ଷ ଜନ୍ମଦିନରେ କ୍ଷୀରି ତିଆରି କରି ପିଲାମାନଙ୍କୁ ଖୁଆନ୍ତୁ । ୮- ଯେତେକଷ୍ଟ ପଡୁପଛେ ସୁନା ଅଳଙ୍କାର ଟିକେ ଦେହରେ ପିନ୍ଧନ୍ତୁ ।