Loading...

299 Big Street, Govindpur, India

Open daily 10:00 AM to 10:00 PM

ନୀଲମ ରତ୍ନ କେଉଁ ରାଶିର ବ୍ୟକ୍ତି ପିନ୍ଧିବା ଉଚିତ୍ ଓ କେଉଁମାନେ ନୁହେଁ ଜାଣନ୍ତୁ

ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ନୀଲମ ପିନ୍ଧିବାକୁ ଉପଦେଶ ଦେଇଥାନ୍ତି । କିନ୍ତୁ ଏହା ପିନ୍ଧିବା ପୂର୍ବରୁ ଜାଣିବା ବୁଝିବା ଉଚିତ୍ ଯେ ଏହି ରତ୍ନ କେଉଁମାନେ ପିନ୍ଧିବା ଜରୁରୀ ଓ କେଉଁମାନେ ନ ପିନ୍ଧିବା ଉଚିତ୍, କାରଣ ଏହା ବହୁତ କ୍ଷତି ମଧ୍ୟ ହୋଇପାରେ । ନୀଲମ ରତ୍ନ ପରି ଆଉ ଏକ ରତ୍ନ ଅଛି ଲାଜବତ । କିଛି ଲୋକମାନେ ଏହାକୁ ନୀଲମ ଭାବି ପିନ୍ଧି ଦିଅନ୍ତି । ଏହି ରତ୍ନର ଦୁଇଟି ଉପରତ୍ନ ହେଲା ଲିଲିଆ ଓ ଯମୁନିଆ ।

ସାବଧାନୀ- ନୀଲମ ରତ୍ନ ପିନ୍ଧିଲେ କିଛି ଲୋକମାନଙ୍କର ବହୁତ ଲାଭ ହୁଏ ଓ କିଛି ଲୋକଙ୍କର କ୍ଷତି ମଧ୍ୟ କରିଥାଏ । ସେଥିପାଇଁ ଜରୁରୀ ଅଟେ କି ଜାତକ ଦେଖାଇ ଭଲ ଭାବରେ ବୁଝିବା ଜାଣିବା ପରେ ହିଁ ପିନ୍ଧିବା ଉଚିତ୍ । ଏହି ରତ୍ନ ଦୂରଦୃଷ୍ଟି, କାର୍ଯ୍ୟକୁଶଳତା ଓ ଜ୍ଞାନକୁ ବିକାଶ କରିଥାଏ । ଏହା ଶୀଘ୍ର ବ୍ୟକ୍ତିକୁ ପ୍ରସିଦ୍ଧ କରିଥାଏ । ଯଦି ଏହା ବ୍ୟକ୍ତିକୁ ସୁଟ୍ କରୁନାହିଁ ତେବେ ଏହା ହାତ ପାଦରେ କଷ୍ଟ ହୁଏ, ବୁଦ୍ଧି ବିପରୀତ ହୁଏ, ଚକ୍ଷୁପୀଡା ଭୋଗିବାକୁ ପଡିଥାଏ ଓ ସଂଘର୍ଷ ବଢିଯାଏ ।

କେଉଁମାନେ ଜ୍ୟୋତିଷଙ୍କ ଉପଦେଶରେ ନୀଲମ ପିନ୍ଧିବା ଉଚିତ୍ ?

୧- ଶନିଙ୍କ ରାଶି କୁମ୍ଭ ଓ ମକର ରାଶିର ବ୍ୟକ୍ତିମାନଙ୍କୁ ନୀଲମ ପିନ୍ଧିବା ପାଇଁ କୁହାଯାଏ ।

୨- ମକର ଓ କୁମ୍ଭ ଲଗ୍ନ ର ବ୍ୟକ୍ତିମାନେ ମଧ୍ୟ ନୀଲମ ପିନ୍ଧି ପାରିବେ ।

୩- ଜାତକରେ ଯଦି ଶନି ଦୁର୍ବଳ, ବକ୍ରୀ ଓ ଅସ୍ତ ହୋଇ ରହିଛନ୍ତି ଓ ଶୁଭ ଭାବରେ ବସିଛନ୍ତି ଅଥବା ଶୁଭ ଭାବର ସ୍ଵାମୀ ହୋଇଥିବେ ସେହି ବ୍ୟକ୍ତିମାନେ ନୀଲମ ପିନ୍ଧି ପାରିବେ ।

୪- ଯଦି ଜାତକରେ ଶନି ଚତୁର୍ଥ, ପଞ୍ଚମ, ଦଶମ ଓ ଏକାଦଶ ଭାବରେ ଥିବେ ସେମାନେ ଜ୍ୟୋତିଷଙ୍କ ପରାମର୍ଶରେ ନୀଲମ ପିନ୍ଧିବା ଉଚିତ୍ ।

୫- ଯଦି ଶନିଙ୍କ ଜନ୍ମାଙ୍କରେ ଅନ୍ୟ ଶୁଭ ଗ୍ରହ ବା ଶୁଭ ଭାବେଶରେ ପ୍ରତିଯୋଗ ଅଥବା ଦୃଷ୍ଟି ହେଉ ନଥିବ ସେମାନେ ଜ୍ୟୋତିଷଙ୍କ ଠାରୁ ବୁଝିବା ପରେ ନୀଲମ ପିନ୍ଧିବା ଉଚିତ୍ ।

୬- ଶନି ଷଷ୍ଠେଶ ବା ଅଷ୍ଟମେଶ ସହିତ ରହିଛନ୍ତି ତେବେ ମଧ୍ୟ ନୀଲମ ପିନ୍ଧିବା ଶୁଭ ହୋଇଥାଏ । ଶନି ନିଜର ଭାବରେ ଷଷ୍ଠ ବା ଅଷ୍ଟମ ସ୍ଥାନରେ ଥିବେ ତେବେ ମଧ୍ୟ ନୀଲମ ପିନ୍ଧି ପାରିବେ ।

୭- ଶନି ବକ୍ରୀ, ଅସ୍ତ ବା ଦୁର୍ବଳ ହୋଇଥିବେ ଓ ଶୁଭ ଭାବକୁ ପ୍ରତିନିଧିତ୍ଵ କରୁଥିବେ ତେବେ ନୀଲମ ପିନ୍ଧି ପାରିବେ ।

୮- ଶନି ମହାଦଶା, ଅନ୍ତର୍ଦଶା, ସାଢେସାତି ବା ଅଢେଇର ଅବଧି ଚାଲୁଥାଏ, ତେବେ ନୀଲମ ଧାରଣ କରିପାରିବେ ।

୯- ଜନ୍ମାଙ୍କରେ ଶନି, ଗୁରୁଙ୍କ ନବପଞ୍ଚମ ଯୋଗ ଥାଏ ତଥା ଶନିଙ୍କର ଅନ୍ୟ ଗ୍ରହଙ୍କ ସହିତ ପ୍ରତିଯୋଗ ନାହିଁ, ତେବେ ନୀଲମ ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କ ସହିତ ବିଚାର କରିବା ଉଚିତ୍ ।

କେଉଁମାନେ ନୀଲମ ନ ପିନ୍ଧିବା ଉଚିତ୍ –

୧- ଲାଲ୍ କିତାବ ଅନୁସାରେ ଶନି ଲଗ୍ନ, ପଞ୍ଚମ ବା ଏକାଦଶ ସ୍ଥାନରେ ଥିବେ ତେବେ ନୀଲମ ଧାରଣ କରିବ ନାହିଁ ।

୨- ଶନି ଗ୍ରହ ଶୁଭ ଭାବର ସ୍ଵାମୀ ହୋଇଥିବେ ତଥା ନିର୍ବଳ ସ୍ଥିତିରେ ଥିବେ, ତେବେ ଜ୍ୟୋତିଷଙ୍କ ଠାରୁ ପରାମର୍ଶ ନେଇ ବିଚାର କରି ପିନ୍ଧିବା ଉଚିତ୍ ।

୩- ଶନି ଗ୍ରହଙ୍କ ରବି, ଚନ୍ଦ୍ର, ମଙ୍ଗଳ ଯୁକ୍ତ ଅଥବା ଦୃଷ୍ଟି ହେଉଥିଲେ ବ୍ୟକ୍ତିକୁ ନୀଲମ ଧାରଣ ନ କରିବା ଉଚିତ୍ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00