Loading...

299 Big Street, Govindpur, India

Open daily 10:00 AM to 10:00 PM

Numerology: ମୂଳାଙ୍କ 1 ବା (1, 10, 19, 28)ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

୧-ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ । A B C D E F G H I J K L M N O P Q R S T U V W X Y Z ନାମର ପ୍ରଥମ ଅକ୍ଷର ଯେଉଁ ଲେଟରରୁ ଆରମ୍ଭ ହେଉଥିବ ସେହି ଲେଟର ହିସାବରେ ସଂଖ୍ୟା ଠିକ୍ କରିପାରେବେ ଯଥା- 1 2 3 4 5 6 7 8 9 1 2 3 4 5 6 7 8 9 1 2 3 4 5 6 7 8 । ଯଦି ଆପଣଙ୍କ ନାମ ଅଶୋକ ତେବେ ଆପଣଙ୍କ ମୂଳାଙ୍କ ୧ ହେବ । ଯଦି ଆପଣଙ୍କ ନାମ କେଶବ ତେବେ ଆପଣଙ୍କ ମୂଳାଙ୍କ ୨ ହେବ । ଯଦି ଆପଣଙ୍କ ନାମ ୟାରିଆନ ତେବେ ଆପଣଙ୍କ ମୂଳାଙ୍କ ୭ ହେବ ।

ଅଙ୍କ ଜ୍ୟୋତିଷରେ ସଂଖ୍ୟାର ଆଧାରରେ ବ୍ୟକ୍ତିର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜଣାଯାଇଥାଏ । ଯଦି ଆପଣ ୨୦୨୧ ମସିହାର ଅଙ୍କକୁ ଯୋଗ କରିବେ ଯାହା ଯୋଗଫଳ ହେବ ତାହା ଏହି ବର୍ଷର ମୁଳାଙ୍କ ହେବ । ଯେପରି ସୂର୍ଯ୍ୟ ସମସ୍ତଙ୍କୁ ସମାନ ଭାବରେ ପ୍ରକାଶ ବିତରିତ କରିଥାନ୍ତି ଓ ସୂର୍ଯ୍ୟଙ୍କ ଆଲୋକ ଅଲଗା ଅଲଗା କ୍ଷେତ୍ରରେ ଅଲଗା ପ୍ରକାରର ଆବୃତି ସହ ପହଞ୍ଚି ଥାଏ । ଠିକ୍ ସେହିପରି ଏହି ସଂଖ୍ୟା ମଧ୍ୟ ଅଲଗା ଅଲଗା ପ୍ରକାରରେ ପ୍ରଭାବିତ କରିଥାଏ । ଯେପରି ୨୦୨୧ ମସିହାକୁ ମିଶାଇଲେ ୨ + ୦ + ୨ + ୧ = ୫ ଉତ୍ତର ୫ ହେବ ।

ଠିକ୍ ସେହିପରି ଜନ୍ମତିଥି ବା ଜନ୍ମତାରିଖକୁ ମିଶେଇ ଏକ ଅଙ୍କ କରିବାକୁ ହେବ ଯାହାକି ୧ ଠାରୁ ୯ ପର୍ଯ୍ୟନ୍ତ ଏକକ ଅଙ୍କ ସଂଖ୍ୟା ହୋଇଥାଏ । ଏହି ସଂଖ୍ୟାର ଆଧାରରେ ଭବିଷ୍ୟତ ବିଚାର କରାଯାଇ ପାରିବ । ଯଥା- ଯେଉଁ ମାନଙ୍କର ଯେ କୌଣସି ମାସର ୧, ୧୦, ୧୯ ଓ ୨୮ ତାରିଖରେ କିମ୍ବା ପ୍ରତିପଦ ବା ଦଶମୀତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟାର ମୂଳାଙ୍କ ୧ ହେବ । ମୂଳାଙ୍କ ୧ ର ସ୍ଵାମୀ ରବି ଗ୍ରହ ହେବେ । ଅଙ୍କ ଜ୍ୟୋତିଷ ଆଧାରରେ ମୂଳାଙ୍କ ୧ ଜାତ ଲୋକମାନଙ୍କ ପାଇଁ ବହୁତ ଭଲ ରହିବ । ଆପଣ ଊର୍ଜାବାନ ଅନୁଭବ କରିବେ ।

କିନ୍ତୁ କିଛି ସମୟ ପରେ ଧୀରେ ଧୀରେ ସମସ୍ୟା ଦେଖାଦେଇପାରେ । ଚାକିରୀ କରୁଥିବା ଲୋକମାନେ କାର୍ଯ୍ୟ କ୍ଷେତ୍ରରେ ସାବଧାନ ରହିବାକୁ ହେବ, କାରଣ ସହକର୍ମୀ ମାନଙ୍କ ପାଇଁ ଚିନ୍ତା ବଢିଯିବ । ଆପଣଙ୍କ କାର୍ଯ୍ୟରେ ଉପର ଅଫିସରମାନେ କ୍ରୋଧିତ ହେବେ । ବୈବାହିକ ଜୀବନରେ ମଧ୍ୟ ଅନେକ ସମସ୍ୟା ସାମ୍ନା କରିବାକୁ ପଡିବ । ସେଥିପାଇଁ ଜୀବନସାଥୀଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ଯେଉଁ ଲୋକମାନେ ପ୍ରେମରେ ଲିପ୍ତ ରହିଛନ୍ତି ସେମାନେ ଜୀବନସାଥୀଙ୍କ ଇଛାପ୍ରତି ଧ୍ୟାନ ଦେବାକୁ ହେବ । ଯେଉଁମାନେ ଅବିବାହିତ ଅଛନ୍ତି ସେମାନେ ଭଲ ଫଳ ପାଇବେ । ବିଦ୍ୟାର୍ଥୀମାନଙ୍କର ମଧ୍ୟ ଭଲ ଫଳ ମିଳିବ । ପଢାରେ ମନ ଲାଗିବ ।

ଯେଉଁ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ସେହି ପରୀକ୍ଷାରେ ଭଲ ପରିଣାମ ହାସଲ କରିପାରିବେ । ଯେଉଁ ଲୋକମାନେ ସରକାରୀ ବା ଅନ୍ୟ କିଛି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଛନ୍ତି ସେମାନେ ମଧ୍ୟ ଭଲ ସଫଳତା ପାଇବେ । ଆର୍ଥିକ ଅଭାବର ସାମ୍ନା କରିବାକୁ ହେବ । ଅନାବଶ୍ୟକ ଖର୍ଚ୍ଚ କରିବେ । ପରିବାରର ସଦସ୍ୟମାନେ ମଧ୍ୟ ଟଙ୍କା ମାଗିବେ, ଯାହା କି ମାନସିକ ଚିନ୍ତା ଗ୍ରସ୍ତ କରିବ । ସ୍ୱାସ୍ଥ୍ୟ ଖରାପ ରହିବ । ଆପଣ ଦାନ୍ତ, ବାଳ, ହାଡ ସହିତ ଜଡିତ ରୋଗ ସମସ୍ୟା ଭୋଗ କରିପାରନ୍ତି । ୨୦୨୧ମସିହାରେ ଶୁଭଫଳ ପାଇବା ପାଇଁ ଏହି ୧୦ଟି ବିଶେଷ ଉପାୟ ଯଦିକରି ଚାଲନ୍ତି ତେବେ ବହୁତ ଭଲରେ ସମୟ କଟେଇ ଦେଇ ପାରିବେ ।

ଆସନ୍ତୁ ଜାଣିବା ସେଉପାୟ ଗୁଡିକ କଣ ? ୧- ମୂଳାଙ୍କ ୧ ର ବ୍ୟକ୍ତିମାନେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ । ୨- ରବିବାର ଦିନ ବ୍ରତ ପାଳନ କରନ୍ତୁ । ୩- ଭଗବାନ ବିଷ୍ଣୁଙ୍କ ପୂଜା ଉପାସନା କରନ୍ତୁ । ୪- ଅବିବାହିତ ଯୁବକ ଯୁବତୀମାନେ ଶୁଭ ସମାଚାର ପାଇବେ । ୫- ଘରୁ ବାହାରିବା ସମୟରେ ମୁହଁ ମିଠା କରି ପାଣି ପିଇବା ପରେ ବାହାରକୁ ଯାଆନ୍ତୁ । ୬- ନିଜର ଯାନ ବାହନକୁ ବେଳେ ବେଳେ ସର୍ଭିସିଙ୍ଗ କରିଲେ ଭଲ ହେବ । ୭- ଫିକା ଗୋଲାପି ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଓ ଘରର ଦକ୍ଷିଣ ଦିଗ ପଟରେ ଗୋଲାପ ଫୁଲ ରଖନ୍ତୁ । ୮- ବାପା ମାଆଙ୍କୁ ସମ୍ମାନ କରନ୍ତୁ ଓ ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ତାଙ୍କ ଠାରୁ ଆଦେଶ ନିଅନ୍ତୁ । ୯- ସମୟ ଗୁଡିକ ବିଶେଷ ଅନୁକୂଳ ରହିବ । ୧୦- ଏହି ବର୍ଷ ଚାକିରୀ, ମଡେଲିଂ, ବିକ୍ରୟ, ଲେଖନ, ଓକିଲ, ସମ୍ପତ୍ତି ମଧ୍ୟସ୍ଥତା ଓ ବ୍ୟବସାୟୀ ମାନଙ୍କ ପାଇଁ ଅନୁକୂଳ ରହିବ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00