ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ରାଜନୀତି କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। କାମ-କାର୍ଯ୍ୟରେ ନୂଆ ଉପଲବ୍ଧି ଆପଣଙ୍କ ପ୍ରତୀକ୍ଷାରେ ରହିବ। ସମସ୍ତ କ୍ଷେତ୍ରରେ ଖୁସି ମିଳିବ। କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ ଓ ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ। ବ୍ୟବସାୟୀମାନେ ଅଧିକ ଲାଭବାନ ହେବେ। କାରଣ ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ। ପ୍ରେମିକ ପ୍ରେମିକାମାନଙ୍କର ମନଖୁସି ରହିବ। ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ବୃଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ସାଧାରଣ ବ୍ୟକ୍ତି ବିଶେଷଙ୍କଠାରୁ ବିଶେଷ ଲାଭବାନ ହେବେ। ପ୍ରତ୍ୟକ୍ଷ ଓ ପରୋକ୍ଷ ଶତ୍ରୁତା ଥିବା ବ୍ୟକ୍ତି ବା ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ଵାରା ପୂରସ୍କୃତ ହେବେ। କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ। ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇ ପାରେ। ବ୍ୟବସାୟ ସମ୍ବନ୍ଧିତ ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ। ଉତ୍ତମ ରୋଜଗାର ହେଲେ ମଧ୍ୟ ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ସ୍ଥାନାନ୍ତର ହେବାକୁ ଚେଷ୍ଟାକଲେ ଉତ୍ତମ ସ୍ଥାନରେ ଅବସ୍ଥାପିତ ହେବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର- ପ୍ରତ୍ୟେକଦିନ ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।
ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନିଜର କାର୍ଯ୍ୟ ଶୈଳୀରେ ନିଜେ ସନ୍ତୁଷ୍ଟ ହେବେ। ନିଜ ଜୀବନସାଥୀଙ୍କ ଭାବନାପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପ୍ରେମିକା ପ୍ରେମିକମାନେ ନିଜ ନିଜ ସହିତ ଭଲରେ ସମୟ ବିତାଇପାରନ୍ତି। ବ୍ୟବସାୟରେ ଆଶା କରାଯାଉଥିବା ଠାରୁ ଅଧିକ ଲାଭ ହେବ। ନିଜର ଚିନ୍ତାଧାରାକୁ ଭଲପାଉଥିବା ଲୋକଙ୍କ ସହିତ ବାଣ୍ଟି ପାରିବେ। କୌଣସି ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।ଲୋକମାନେ ଆପଣଙ୍କ ଗୁଣକୁ ପ୍ରଶଂସା କରିବେ। ଘର ପାଇଁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ କିଣି ପାରିବେ। କଠିନ ପରିଶ୍ରମ ଭଲ ଫଳାଫଳ ଦେବ। ପିଲାମାନଙ୍କ ସହିତ ପିକନିକ୍ ଯୋଜନା କରି ପାରିବେ। ବିଚାରାଧୀନ କାର୍ଯ୍ୟରେ କିଛି ଅଗ୍ରଗତି ହେବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ହେବା ଫଳରେ ଶାନ୍ତି ପାଇବେ। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି ପରିସ୍ଥିତିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନିଜର ନୂଆଲକ୍ଷ ନିର୍ଦ୍ଧାରିତ କରିବେ। ସେୟାର ବଜାରରୁ ବଡ ଲାଭ ହୋଇ ପାରିବ। ବ୍ୟବସାୟରେ ଆଶା କରାଯାଉଥିବା ଫଳାଫଳର ଆଧିକ୍ୟହେତୁ, ଆପଣ କିଛି ପରିବର୍ତ୍ତନ ବିଷୟରେ ଚିନ୍ତା କରି ପାରନ୍ତି। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁ ଶାନ୍ତି ପାଇବେ। ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗଦେବେ। ନୂତନ ବସ୍ତୁ କ୍ରୟ କରି ପାରିବେ। ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ। ପ୍ରେମ ସଂପର୍କରେ ଭାବପ୍ରବଣତା ସମସ୍ୟାର ସାମ୍ନା କରିବାକୁ ପଡିପରେ। ଆପଣ ଏକ ନୂତନ ଚାକିରି ଅଫର୍ ପାଇପାରନ୍ତି। ଲୁକ୍କାୟିତ ପ୍ରତିଭାର ବିକାଶ କରିବାକୁ ସମର୍ଥ ହେବେ। ସାମାଜିକ ସମ୍ପର୍କର ପରିସର ବିସ୍ତାର ହେବ ଓ ପ୍ରଦର୍ଶନ ବହୁତ ଭଲ ହେବ। ପିଲାମାନଙ୍କ ପାଇଁ ନୂତନ କ୍ୟାରିୟର ସୁଯୋଗ ପାଇବାର ସମ୍ଭାବନା ଅଛି। ପ୍ରତିକାର- ପ୍ରତ୍ୟେକଦିନ ଘିଅ ବା କ୍ରିମରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।
ସିଂହ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ। ଷ୍ଟକ୍ ମାର୍କେଟ୍ ସହିତ ଜଡିତ ଲୋକମାନେ ସାବଧାନତାର ସହିତ ବିନିଯୋଗ କରିବା ଉଚିତ୍ କାରଣ ବହୁତ ଭଲ ଲାଭ ପାଇ ପାରିବେ। ଆପଣଙ୍କର ଚିନ୍ତାଧାରାକୁ ଘନିଷ୍ଠ ବନ୍ଧୁମାନଙ୍କ ସହିତ ଅଂଶୀଦାର କରିପାରିବେ। ବୈଷୟିକ ଶିକ୍ଷା ସହିତ ଜଡିତ ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ବୃତ୍ତି ବିକଳ୍ପ ପାଇପାରିବେ। ସୋସିଆଲ ମିଡିଆ ମାଧ୍ୟମରେ ଭଲ ସୂଚନା ପାଇପାରିବେ। ଦଳଗତ କାର୍ଯ୍ୟ ଆପଣଙ୍କୁ ଅସୁବିଧାରେ ସାହାଯ୍ୟ କରିବ। ପରିବାର ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିବେ। ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। ଆତ୍ମବିଶ୍ୱାସର ସହିତ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ଆପଣଙ୍କର କାର୍ଯ୍ୟ ସୁରୁଖୁରୁରେ ହୋଇଯିବ। ଉଚ୍ଚପଦାଧିକାରୀଙ୍କ ସହ ଆପଣଙ୍କର ସମ୍ପର୍କ ଆନ୍ତରିକ ହେବ। ନୂତନ ଯାନ କିଣି ପାରିବେ ଓ ପୂଜାଅର୍ଚ୍ଚନାରେ ନିୟୋଜିତ ହେବେ। ପ୍ରତିକାର- ପ୍ରତ୍ୟେକ ଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କନ୍ୟା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପରିଶ୍ରମ ଓ କଷ୍ଟକରି ଶାନ୍ତିବଜାୟ ରଖିବେ। ସମସ୍ତ ଅଫିସ୍ କାର୍ଯ୍ୟ ସୁରୁଖୁରୁରେ ଚାଲିବ। ଜୀବନସାଥିଙ୍କ ସମର୍ଥନ ଆପଣଙ୍କ ଚିନ୍ତାକୁ ହ୍ରାସ କରିବ ଓ ଅନେକ କାର୍ଯ୍ୟ ସଫଳତାରେ ପରିପୂର୍ଣ୍ଣ ହେବ। ବନ୍ଧୁ ବାନ୍ଧବଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି। ଅନ୍ୟମାନଙ୍କ ଚିନ୍ତାଧାରାକୁ ଗୁରୁତ୍ୱ ଦେବାକୁ ନିଶ୍ଚିତ ହୁଅନ୍ତୁ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ ଓ ନୂତନ ବାଣିଜ୍ୟର ପରିକଳ୍ପନା କରିବେ। ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ସୁବକ୍ତା, ଜନପ୍ରିୟ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ। କର୍ମକ୍ଷେତ୍ରରେ ସନ୍ତୋଷ ଲାଭ କରିବେ। ଉଧାର ଦେଇଥିବା ଟଙ୍କା ମିଳି ଯାଇ ପାରେ। ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ ଓ ଆର୍ଥିକ ଅବସ୍ଥା ଭଲ ରହିବ। ଜୀବନସାଥିଙ୍କ ସହିତ ସପିଂ କରିବାକୁ ଯାଇ ପାରନ୍ତି। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବ୍ୟବସାୟରେ ଆଶା କରାଯାଉଥିବା ଠାରୁ ଆପଣ ଅଧିକ ଟଙ୍କା ପାଇବେ। ନୂତନ ଚିନ୍ତାଧାରା ଏବଂ କାର୍ଯ୍ୟ ଶୈଳୀର ପରାକାଷ୍ଠା ଯୋଗେ ବିଶେଷ ଲାଭ ପାଇବେ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ। କର୍ମକ୍ଷେତ୍ରରେ ସନ୍ତୋଷ ଲାଭ କରିବେ। ଉଧାର ଦେଇଥିବା ଟଙ୍କା ମିଳି ଯାଇ ପାରେ। ନୂତନ ଦ୍ରବ୍ୟ କ୍ରୟ କରିବେ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ନିଜର ପ୍ରତିଦ୍ୱନ୍ଦୀଙ୍କୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ। ବିରୋଧୀମାନେ ଆପଣଙ୍କ ବିଷୟରେ ଗୁଜବ ପ୍ରଚାର କରିପାରନ୍ତି। ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାମାଜିକ କାର୍ଯ୍ୟରେ ନିଜର ସକ୍ରିୟତା ବୃଦ୍ଧି ପାଇବା ଫଳରେ ସମ୍ମାନିତ ହେବେ। ବ୍ୟବସାୟରେ କରିଥିବା ପରିଶ୍ରମର ଫଳ ଅଳ୍ପସମୟ ମଧ୍ୟରେ ବିସ୍ତାର ରୂପରେ ପାଇବେ। ଅନ୍ୟମାନଙ୍କ ଠାରୁ ପରାମର୍ଶ ନେବା ଅପେକ୍ଷା ନ୍ନିଜର ଚିନ୍ତାଧାରାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ। କଠିନ ପରିସ୍ଥିତିରେ ପ୍ରିୟଜନଙ୍କୁ ସାହାଯ୍ୟ କରିଥିବାରୁ ପ୍ରଶଂସିତ ହେବେ। କିଛି ସମ୍ପର୍କୀୟ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ପାରନ୍ତି। ଜାଗାଜମି, ସମ୍ପତ୍ତିଆଦି କ୍ରୟ ବିକ୍ରୟରୁ ପ୍ରବଳ ଲାଭ ପାଇବେ। ପୁରୁଣା ସାଙ୍ଗମାନଙ୍କ ସହ ଭେଟହେବା ଫଳରେ ଅନେକ ପ୍ରକଳ୍ପ ଠିକ୍ ସମୟରେ ଶେଷ କରିବାର ଦୃଢତା ଆସିବ। ଅଫିସ୍ ରେ ଆପଣଙ୍କ ସିନିୟରମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବା ସହ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ। ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ସଫଳତା ଲାଭ କରିବେ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।
ଧନୁ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସମ୍ପର୍କୀୟଙ୍କ ସହ ବାଦବିବାଦର ସମାଧାନ ହେବ। ବ୍ୟବସାୟୀ ମାନେ ନିଜର ଉତ୍ପାଦନର ସର୍ବୋତ୍ତମ ବ୍ରାଣ୍ଡିଂ ଏବଂ ମାର୍କେଟିଂ କରିପାରିବେ। ପୂର୍ଣ୍ଣ ଉତ୍ସାହ ଓ କଠିନ ପରିଶ୍ରମ ସହିତ କାର୍ଯ୍ୟରେ ନିୟୋଜିତ ହେବା ଫଳରେ ବିଶେଷ ଲାଭ ପାଇବେ। ପିଲାମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖି ଖୁସିହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ଅଛି। ନିଶ୍ଚିତ ଭାବରେ ପୁରୁଣା ବିନିଯୋଗର ଲାଭ ପାଇବେ। ନୂତନ ଉଦ୍ୟୋଗ ଆରମ୍ଭ କରିବା ଫଳରେ ନିଜର ଦକ୍ଷତା ବୃଦ୍ଧି ପାଇବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବା ସହ ଗୋଷ୍ଠୀ କାର୍ଯ୍ୟରେ ଅଂଶଗ୍ରହଣ କରି ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ। ଅଦାଲତ ସଂପର୍କରେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ। ବିରୋଧୀମାନେ ଆପଣଙ୍କ ଠାରୁ ଦୂରେଇ ଯାଇ ପାରନ୍ତି। ପ୍ରତିକାର:- ପ୍ରତ୍ୟେକଦିନ ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।
ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସହଭାଗୀତା ବ୍ୟବସାୟରେ ଭଲ ଲାଭ ପାଇବେ। ଲୋକମାନେ ଆପଣଙ୍କ ନେତୃତ୍ୱ ଓ ଦକ୍ଷତାକୁ ପ୍ରଶଂସା କରିବେ। ପିଲାମାନେ କ୍ୟାରିଅରରେ ଭଲ ଲାଭ ପାଇ ନିଜକୁ ଗର୍ବିତ ଅନୁଭବ କରିବେ। ନିଜର ମତାମତକୁ ଫଳପ୍ରଦ ଭାବରେ ପ୍ରକାଶ କରିବାକୁ ସମର୍ଥ ହେବେ। ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ଆପଣଙ୍କୁ ଘରେ ଅଫିସ୍ କାମ କରିବାକୁ ପଡି ପାରେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବା ସହ ନିଜର ଉତ୍ପାଦନର ସର୍ବୋତ୍ତମ ବ୍ରାଣ୍ଡିଂ ଏବଂ ମାର୍କେଟିଂ କରିପାରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ଅଛି। ନିଜର ଭାବନାକୁ ପରିବାର ସଦସ୍ୟଙ୍କ ସହ ବାଣ୍ଟିବେ। ଧର୍ମାନୁଷ୍ଠାନରୁ ପରାମର୍ଶ ପାଇ ପ୍ରେମ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଉତ୍ସର୍ଗ ସହିତ ସମ୍ମତି ମିଳିପାରିବ। ବନ୍ଧୁ ବାନ୍ଧବ ଓ ଶୁଭେଚ୍ଛୁମାନେ ସାହାଯ୍ୟ ସହଯୋଗ କରିବେ। ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ସଫଳତା ଲାଭ କରିବେ। ପ୍ରତିକାର- ପ୍ରତ୍ୟେକଦିନ ଦହି ମିଠା ଖାଇ ଘରୁ ବାହାରନ୍ତୁ।
କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସହକର୍ମୀ ମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରହିବ। ଜୀବନସାଥୀ ଓ ପିଲାମାନେ ଆପଣଙ୍କଠାରୁ ଅଧିକ ଆଶା କରିବେ। ବିଚାରାଧୀନ କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରିବେ। ଭବିଷ୍ୟତ ଯୋଜନା ବିଷୟରେ ଉତ୍ସାହିତ ହେବେ। ଟେକ୍ନୋଲୋଜି ବ୍ୟବହାର କରିବାକୁ ଶିଖିପାରିବେ। ଦୀର୍ଘ ଦିନର ଅସୁସ୍ଥତାରୁ ଆପଣ ଆରାମ ପାଇବେ। ନୂତନ ସମ୍ପର୍କ ବିଷୟରେ ମନରେ ଉତ୍ସାହ ଆସିବ। କ୍ୟାରିଅର୍ ଅନୁସରଣ କରିବାରେ ନିୟୋଜିତ ହେବେ। ବିପରୀତ ଲିଙ୍ଗର ଲୋକଙ୍କ ପ୍ରତି ଆକର୍ଷିତ ହେବା ଫଳରେ ସମସ୍ୟା ସୃଷ୍ଟି କରିପାରେ। ସାମାଜିକ ରୀତିନୀତିରେ ଅଂଶଗ୍ରହଣ କରିପାରିବେ। ଅଜ୍ଞାତ ଲୋକମାନଙ୍କ ଯୋଗେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ନିଜର ମତାମତକୁ ଫଳପ୍ରଦ ଭାବରେ ପ୍ରକାଶ କରିବାକୁ ସମର୍ଥ ହେବେ। ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ପ୍ରତିକାର:- ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସମ୍ପର୍କୀୟ ମାନଙ୍କ ସହିତ ଭଲରେ ସମୟ ଅତିବାହିତ କରି ପାରିବେ। କମ୍ ସମୟ ମଧ୍ୟରେ ଏକ ବଡ଼ ସଫଳତା ପାଇ ଆପଣ ସନ୍ତୁଷ୍ଟ ହେବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ଉତ୍ସାହିତ ହୋଇ ପାରନ୍ତି। ସ୍ୱାସ୍ଥ୍ୟ ସୁଖ ବହୁତ ଭଲ ହେବ। ବିରୋଧୀମାନେ ନିଷ୍କ୍ରିୟ ହୋଇପାରନ୍ତି। କ୍ୟାରିୟର ଦୃଷ୍ଟିକୋଣରୁ ବହୁତ ଲାଭଦାୟକ ହେବ। ଅପ୍ରତ୍ୟାଶିତ ଆର୍ଥିକ ବୃଦ୍ଧି ହୋଇପାରେ। ଆଇନଗତ ପ୍ରସଙ୍ଗରେ ସାବଧାନ ରହିଲେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ଗବେଷଣା ମନୋବୃତ୍ତିରେ ରହି ପାରନ୍ତି। ପ୍ରେମିକ ପ୍ରେମିକାମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇବେ। ବଜେଟକୁ ଧ୍ୟାନରେ ରଖି କାର୍ଯ୍ୟ କରନ୍ତୁ। କୌଶଳ ସହିତ ବଡଧରଣର ବ୍ୟବସାୟ ପାଇଁ ଚୁକ୍ତିନାମା କାର୍ଯ୍ୟକାରୀ କରି ପାରିବେ। ଦାମ୍ପତ୍ୟ ଜୀବନରେ ଶାନ୍ତି ମିଳିବ। ପ୍ରତିକାର- ସର୍ବଦା ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।