ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନିଶ୍ଚିତ ଭାବରେ ପୁରୁଣା ବିନିଯୋଗର ଲାଭ ପାଇବେ। ବିରୋଧୀମାନେ ଆପଣଙ୍କ ଠାରୁ ଦୂରେଇ ଯାଇ ପାରନ୍ତି। ବନ୍ଧୁ ବାନ୍ଧବ ଓ ଶୁଭେଚ୍ଛୁମାନେ ସାହାଯ୍ୟ ସହଯୋଗ କରିବେ। ଜୀବନସାଥୀ ଓ ପିଲାମାନେ ଆପଣଙ୍କଠାରୁ ଅଧିକ ଆଶା କରିବେ। ବିରୋଧୀମାନେ ନିଷ୍କ୍ରିୟ ହୋଇପାରନ୍ତି। ନିଜର କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ହୋଇ ଅତ୍ୟଧିକ ଆତ୍ମବିଶ୍ୱାସ ଯୋଗେ ସମ୍ମାନ ପାଇବେ। ଆତ୍ମନିର୍ଭରଶୀଳ ହୋଇ ଅନେକ ସମସ୍ୟା ନିଜେ ସମାଧାନ କରିଦେବା ଫଳରେ ବନ୍ଧୁମାନେ ଆପଣଙ୍କ ଉପରେ ଖୁସିହେବେ। ଦାମ୍ପତ୍ୟ ଜୀବନର ଚାପ ଦୂର ହୋଇ ପରିବାରର ପରିବେଶ ସୁଖଦପୂର୍ଣ୍ଣ ରହିବ। ସହଭାଗୀତାରେ କୌଣସି ଏକ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି। ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ। ପ୍ରତିକାର- ସର୍ବଦା ନାଲିରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।
ବୃଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବାସହ ମାନସିକ ଶାନ୍ତି ପାଇବେ। ସହଭାଗୀତାରେ କୌଣସି ଏକ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରି ପାରନ୍ତି। ପୁରୁଣା ସାଙ୍ଗମାନଙ୍କ ସହ ଭେଟ ହେବା ଫଳରେ ଛାତ୍ର ଛାତ୍ରୀମାନେ ଅଧ୍ୟୟନ ପାଇଁ ଉତ୍ସାହିତ ହୋଇପାରନ୍ତି। ସରକାରୀ ଚାକିରି କରୁଥିବା ଲୋକଙ୍କୁ ଅତିରିକ୍ତ ପରିଶ୍ରମ କରିବାକୁ ପଡ଼ିବ। ମାର୍କେଟିଂ ସମ୍ବନ୍ଧୀୟ ବ୍ୟବସାୟରେ ବିଶେଷଲାଭ ହେବ। ବୈବାହିକ ସଂପର୍କରେ ଆନନ୍ଦ ଅନୁଭବ କରିବେ। ଜୀବନଶୈଳୀରେ ନୂତନ ଷ୍ଟାଇଲ ଅନୁସରଣ କରିବେ। ରିଅଲ ଇଷ୍ଟେଟରେ ଯତ୍ନର ସହିତ ବିନିଯୋଗ କଲେ ପ୍ରଚୁର ଲାଭ ପାଇବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇ ପ୍ରଶଂସା ପାଇବେ। ଆଚରଣ ଓ ଉଚ୍ଚାରଣରେ ସାଧାରଣ ଲୋକମାନେ ବଶୀଭୂତ ହେବେ। ପ୍ରତିକାର- ପ୍ରତ୍ୟେକଦିନ ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।
ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ଉଚ୍ଚ ଅଧ୍ୟୟନରେ ଛାତ୍ରଛାତ୍ରୀ ମାନଙ୍କୁ କିଛି ଅସୁବିଧା ହେବନାହିଁ। ନିଜର କାମକୁ ପୂର୍ଣ୍ଣ ଉପଭୋଗ କରିବେ। ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ବ୍ୟବସାୟ ପାଇଁ ଯାତ୍ରା କରିବାର ସମ୍ଭାବନା ଅଛି। ପରିସ୍ଥିତି ଉପରେ କ୍ରୋଧିତ ହେବା ପରିବର୍ତ୍ତେ, ଶାନ୍ତ ଭାବରେ ଏହାର ମୁକାବିଲା କରନ୍ତୁ। ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ପରିବାରରେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ପଡୋଶୀ ବା କୁଟୁମ୍ବଙ୍କ ସହ ମାନମନାନ୍ତର ଥିଲେ ମେଣ୍ଟିଯିବ। ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ। ପାରିବାରିକ ତଥା ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସମ୍ପର୍କୀୟଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ପଡିପାରେ। ବିଦେଶ ଭ୍ରମଣ କରିବାର ସମ୍ଭାବନା ଅଛି। ସପିଂ କରିବା ସମୟରେ ଆପଣଙ୍କର ବଜେଟ୍ ଉପରେ ଧ୍ୟାନ ରଖନ୍ତୁ। ଅନଲାଇନ୍ ସପିଂରେ ବହୁତ ବ୍ୟସ୍ତ ରହିବେ। ପରିସ୍ଥିତି ଉପରେ କ୍ରୋଧିତ ହେବା ପରିବର୍ତ୍ତେ, ଶାନ୍ତ ଭାବରେ ଏହାର ମୁକାବିଲା କରନ୍ତୁ। ଶରୀର ଭଲ ରହିବାସହ ଜାଗା ଜମି ଗାଡିମୋଟର ଓ ନୂତନ ସମ୍ପତ୍ତି କିଣିପାରିବେ। ବ୍ୟବସାୟକୁ ବିସ୍ତାର କରିବା ପାଇଁ ସହଜ ସରଳ ହେବ। ନିଜର ଇଚ୍ଛା ପୂରଣ କରିବାକୁ ଆପ୍ରାଣ ଚେଷ୍ଟା କରିବେ। ନୂତନ ନିଯୁକ୍ତି ପାଇବାର ସୁଯୋଗ ପାଇ ଉତ୍ସାହିତ ହେବେ। ପ୍ରେମ ବିବାହ ପାଇଁ ପରିବାରର ସହମତି ମିଳିଯିବା ଫଳରେ ଆନନ୍ଦିତ ହେବେ। ଇଞ୍ଜିନିୟରିଂ ଛାତ୍ରମାନେ ଚାକିରି ପାଇବାର ସୂଚନା ପାଇବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରତିକାର- ପ୍ରତ୍ୟେକଦିନ ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।
ସିଂହ:-ଏ ସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପରିବାର ସଦସ୍ୟଙ୍କଠାରୁ ଉତ୍ତମ ସମର୍ଥନ ପାଇବାର ସମ୍ଭାବନା ଅଛି। ରାଜନୀତି ସହ ଜଡିତ ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ଥିଲେବି ଦୟାକରି କୌଣସି ପ୍ରସଙ୍ଗକୁ ସତର୍କତାର ସହିତ ଜବାବ ଦିଅନ୍ତୁ। ନୂତନ ନିଯୁକ୍ତି ପାଇବାର ସୁଯୋଗ ପାଇ ଉତ୍ସାହିତ ହେବେ। ଛୋଟ ପିଲାମାନଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ। ଆପଣ ଦ୍ୱନ୍ଦ୍ୱରେ ଥିବା ଟଙ୍କା ପାଇବେ। ସମ୍ପର୍କୀୟମାନେ ଧାର୍ମିକ କାର୍ଯ୍ୟକଳାପରେ ବହୁତ ଆଗ୍ରହ ଦେଖାଇବେ। ପ୍ରେମବିବାହ ପାଇଁ ପରିବାରର ସହମତି ମିଳିଯିବା ଫଳରେ ଆନନ୍ଦିତ ହେବେ। କଳା ସଙ୍ଗୀତ ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ସାମାଜିକ ପତିଆରା ଅମଳିନ ରହିବ। ସହକର୍ମୀ ମାନଙ୍କ ସହିତ ଭଲ ସମ୍ପର୍କ ରହିବ ଓ ନିଜର ଦକ୍ଷତା ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ସେମାନଙ୍କ କ୍ୟାରିଅରରେ କିଛି ପରିବର୍ତ୍ତନ କରିପାରିବେ। ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କନ୍ୟା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବିଦେଶ ଭ୍ରମଣ କରିବାର ସମ୍ଭାବନା ଅଛି। ଶାରିରୀକ ଅସୁସ୍ଥତା ଦୂରହେବା ସହ ସନ୍ତାନମାନଙ୍କ ଉନ୍ନତି ପାଇଁ ଆନନ୍ଦିତ ହେବେ। ଉଚ୍ଚ ପଦାଧିକାରୀଙ୍କ ସହ ଆପଣଙ୍କର ସମ୍ପର୍କ ମଜବୁତ ହେବ ଓ ସହଯୋଗ ପାଇ ମନ ଖୁସୀ ରହିବ। ବ୍ୟବସାୟୀ ମାନେ ପ୍ରଚୁର ଲାଭ ପାଇବେ। ଖେଳ, କୁଦ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ଶତୃ ପରାଜିତ ହେବେ। ପଡା-ପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ଶାନ୍ତ ହେବ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ସ୍ୱାର୍ଥପର ଲୋକଙ୍କ ସହିତ ମିଶିବା ଯୋଗେ ଅସୁବିଧା ହେବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇବା ଫଳରେ ପାରିବାରିକ ଜୀବନ ମଧୁମୟ ହେବ। ବନ୍ଦହୋଇ ପଡିଥିବା କାର୍ଯ୍ୟ ସହଜରେ ସମାପ୍ତ ହେବ। ପ୍ରେମିକ ପ୍ରେମିକାଙ୍କ ଠାରୁ ଉପହାର ପାଇପାରିବେ। ପ୍ରତିକାର:- ପ୍ରତ୍ୟେକଦିନ ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।
ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ। ବନ୍ଧୁ ମିତ୍ରଙ୍କ ଆଗମନ ଫଳରେ ଘରର ପରିବେଶ ଆନନ୍ଦ ଦାୟକ ହେବ। କୃଷିଜାତ ଦ୍ରବ୍ୟ ବାଣିଜ୍ୟରେ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ। ବିଦ୍ୟା କ୍ଷେତ୍ରରେ ଯଶ ପ୍ରାପ୍ତି ହେବ। ଅଚାନକ ଭାବରେ କୌଣସି ସୁସମ୍ବାଦ ଶୁଣିବେ। ସୋସିଆଲ ମିଡିଆରେ ଯତ୍ନର ସହ ପୋଷ୍ଟ କରନ୍ତୁ ବହୁତ ପପୁଲାର ହେବେ। ଛାତ୍ରଛାତ୍ରୀମାନେ ନୂତନ ପାଠ୍ୟକ୍ରମରେ ଆଡମିଶନ ନେବାକୁ ଚେଷ୍ଟା କରିବେ। ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳୀୟାନ ହେବେ। ପ୍ରେମ ବିବାହ ପାଇଁ ପରିବାରର ସମ୍ମତି ମିଳିପାରିବ। ବ୍ୟବସାୟରେ ବଡ ଅର୍ଡର ପାଇବା ସମ୍ଭାବନା ଅଛି। ଋଣଦେଇଥିବା ଟଙ୍କା ଫେରସ୍ତ ପାଇବେ। ହାସ୍ୟ ଏବଂ ବ୍ୟଙ୍ଗ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରି ସମାଜରେ ଭିନ୍ନ ନାମ ବୃଦ୍ଧି ପାଇବ। ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ। ନତୁବା ଧଳା ରୁମାଲ ଟିଏ ପାଖରେ ରଖନ୍ତୁ।
ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ପ୍ରମୋଶନର ସୂଚନା ପାଇ ଖୁସି ହୋଇଯିବେ। ଧାର୍ମିକ ଅନୁଷ୍ଠାନରୁ ପ୍ରେରଣା ପାଇ ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ। ପିଲାମାନଙ୍କ ପାଇଁ ବିଶେଷ ସମୟ ଦେବେ। ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ସହଜରେ ପୁରଣ କରି ପାରିବେ। ଅତୀତରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଆପଣଙ୍କୁ ଭଲ ଲାଭଦେବ। ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବା ସହ କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିପାରିବେ। ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ। ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷାରେ ଜୟଯୁକ୍ତ ହେବେ। ରାଜନୈତିକ କ୍ଷେତ୍ରରେ ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସ ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିପାଇବ। କର୍ମ କ୍ଷେତ୍ରରେ ଉନ୍ନତି ହେତୁ ମନ ଖୁସି ରହିବ। ପ୍ରତିକାର- ପ୍ରତ୍ୟେକଦିନ ସିନ୍ଦୁର ଟିକେ ମସ୍ତକରେ ଧାରଣ କରନ୍ତୁ।
ଧନୁ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସରକାରୀ କ୍ଷେତ୍ରରେ ସଂଘର୍ଷ ଦ୍ଵାରା ସଫଳତା ମିଳିବ। ବନ୍ଧୁମାନଙ୍କ ସାହାଯ୍ୟ ପାଇ ପାରିବାରିକ ତିକ୍ତତାର ସମାପ୍ତି ହେବ। ଉଚ୍ଚଅଧିକାରୀଙ୍କଠାରୁ ସହଯୋଗ ମିଳିବା ଫଳରେ କର୍ମକ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହୋଇ ପାରିବେ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ଉଚିତ୍ ପନ୍ଥା ଗ୍ରହଣ କରି ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ପୁରଣ କରିବା ପାଇଁ ଉଦ୍ୟମ କରିବେ। ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷାରେ ଜୟଯୁକ୍ତ ହେବେ। ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ଠିକ୍ ହେବ ନାହିଁ। କୌଣସି ପ୍ରସଙ୍ଗରେ ପରିବାରରେ ସୁଖମୟ ପରିସ୍ଥିତି ସୃଷ୍ଟି ହୋଇ ପାରେ। ଅଫିସ୍ ପରିବେଶ ଅନୁକୂଳ ହେବ। ଶତୃ ପରାଜିତ ହେବେ। ପଡା-ପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ଶାନ୍ତ ହେବ। ପ୍ରତିକାର:- ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସମାଜ ସେବାରେ ସ୍ଵନାମ ଅର୍ଜନ କରିପାରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ଉଚିତ୍ ପନ୍ଥା ଗ୍ରହଣ କରି ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ପୁରଣ କରିବା ପାଇଁ ଉଦ୍ୟମ କରିବେ। ବ୍ୟବସାୟୀମାନେ ଧୈର୍ଯ୍ୟଧରୀ ପରିଶ୍ରମ କରିବା ଫଳରେ କିଛିଟା ଲାଭବାନ୍ ହେବେ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ। ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷାରେ ଜୟଯୁକ୍ତ ହେବେ। ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ଶତୃମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା କାଏମ୍ ରଖି ପାରିଲେ ଲାଭ ପାଇବେ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ସ୍ୱାର୍ଥପର ଲୋକଙ୍କ ସହିତ ମିଶିବା ଯୋଗେ ଅସୁବିଧା ହେବ। ପ୍ରତିକାର- ପ୍ରତ୍ୟେକଦିନ ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ। ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ ଓ ଆଡମ୍ବରରେ ଆଗ୍ରହ ବଢିବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷାରେ ବିଜୟୀ ହେବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବା ଯୋଗେ ଅଧିକାରୀମାନେ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ ଓ କର୍ମକ୍ଷେତ୍ରରେ ସମସ୍ତ ଚିନ୍ତା ଦୂର ହେବ। କିଛି ଧନ ପାଇବାର ଯୋଗ ଅଛି। ସ୍ୱାସ୍ଥ୍ୟ ଭଲ ରହିବା ସହ ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ଦେଖାଦେବ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ ଓ ଯାନବାହାନ କିଣି ପାରିବେ। ନିଜର ଶବ୍ଦବ୍ୟବହାର ଦ୍ୱାରା ଲୋକଙ୍କୁ ପ୍ରଭାବିତ କରି ପାରିବେ। ବ୍ୟବସାୟରେ ଶତ୍ରୁମାନଙ୍କୁ ପରାସ୍ତ କରି ସଫଳତା ଅର୍ଜନ କରିବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇବା ଫଳରେ ଦାମ୍ପତ୍ୟଜୀବନ ମଧୁମୟ ହେବ। ପ୍ରତିକାର- ପ୍ରତ୍ୟେକଦିନ କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।
ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ପାଇ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତି ଘଟିବା ସହ ଭଲ ଲାଭ ପାଇବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। କର୍ମନିଯୁକ୍ତି ପାଇଁ ଚେଷ୍ଟା କଲେ ସହଜ ସରଳରେ ନୂତନ କର୍ମପ୍ରାପ୍ତି ହେବ। ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବା ଫଳରେ ନୂତନ ପ୍ରୋଜେକ୍ଟରେ କାମ ଆରମ୍ଭ କରିପାରିବେ। ଆକସ୍ମିକ କିଛି ଧନ ପାଇବା ଫଳରେ ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ। ମାଲିମୋକଦ୍ଦମାରେ ଶୁଭ ଫଳ ପାଇ ସମସ୍ତ ଚିନ୍ତା ଦୂର ହେବ। ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ଦ୍ଵାରା ସାମାଜିକ ପତିଆରା ଅମଳିନ ରହିବ। ଇଲୋକଟ୍ରୋନିକ୍ସମିଡିଆ ଓ ପ୍ରିଣ୍ଟ ମିଡିଆ ଦ୍ୱାରା ଲୋକସଂପର୍କ ବୃଦ୍ଧିହେବ। ଛାତ୍ରଛାତ୍ରୀମାନେ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ପ୍ରତିକାର- ହଳଦୀରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ନତୁବା ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।