ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ସାଧାରଣ ଲୋକଙ୍କ ଠାରୁ ସମ୍ମାନ ପାଇବେ । ଶିକ୍ଷାକ୍ଷେତ୍ରରେ ହସ ଖୁସିରେ ସମୟ କଟାଇବେ । ରାଜନୀତି ସହ ଜଡିତ ଲୋକମାନେ ଜନସାଧାରଣଙ୍କ ମଧ୍ୟରେ ବହୁତ ଭଲ ସମର୍ଥନ ପାଇବେ । ପ୍ରେମିକ ପ୍ରେମିକାଙ୍କ ସହିତ ଏକାକୀ ସମୟ ବିତାଇ ପାରିବେ । କଳା ଏବଂ କ୍ରୀଡା ସହିତ ଜଡିତ ଥିଲେ ପୁରସ୍କାର ପାଇପାରିବେ । କର୍ମନିଯୁକ୍ତି ପାଇଁ ଚେଷ୍ଟା କଲେ ସହଜ ସରଳରେ ନୂତନ କର୍ମପ୍ରାପ୍ତି ହେବ । ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବା ଫଳରେ ନୂତନ ପ୍ରୋଜେକ୍ଟରେ କାମ ଆରମ୍ଭ କରିପାରିବେ । କର୍ମକ୍ଷେତ୍ରରେ ସମସ୍ତ ଚିନ୍ତା ଦୂର ହେବ । ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ । ମାଲିମୋକଦ୍ଦମାରେ ଶୁଭ ଫଳ ପାଇବେ । ମନର ଭାବ କେହି ଠିକ୍ ଭାବେ ବୁଝିପାରିବେ ନାହିଁ ତେଣୁ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗତି କରି ପାରନ୍ତି । ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ବୃଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶତୃମାନେ ପରାଜିତ ହେବା ସହ ଶାରିରୀକ ଅସୁସ୍ଥତା ଦୂର ହେବ । ନୂତନ ଚାକିରୀ ପାଇଁ ପ୍ରୟାସ ରତ ଥିଲେ ଉତ୍ସାହବର୍ଦ୍ଧକ ସମାଚାର ମିଳିବ । ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ମାନେ କ୍ଷାତି ଅର୍ଜନ କରିବେ । କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ପ୍ରଶଂସିତ ହେବ । ନୂତନ ବନ୍ଧୁ ସୃଷ୍ଟି ହୋଇପାରିବେ ଓ ପରିବାରରେ ଅନୁକୂଳ ପରିସ୍ଥିତି ବଜାୟ ରହିବ । ବୟସ୍କ ବ୍ୟକ୍ତିଙ୍କ ସମର୍ଥନ ପାଇ ବ୍ୟବସାୟରେ ହରେଇଥିବା ଟଙ୍କା ଫେରି ପାଇପାରନ୍ତି ଓ ବ୍ୟବସାୟକୁ ବିସ୍ତାର କରିବାକୁ ଯୋଜନା କରି ପାରିବେ । ଜୀବନସାଥୀଙ୍କ ସହିତ ସମୟ ବିତାଇବାକୁ ଭଲ ସୁଯୋଗ ପାଇବେ । ପୁରୁଣା ଅନୁଭୂତି ଉପଯୋଗୀ ହେବ ଓ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନିଜର ମନୋବଳ ଦୃଢ ରଖି ପାରିବେ । ଗୁପ୍ତ ଶତ୍ରୁମାନେ ଆପଣଙ୍କ ବିରୁଦ୍ଧରେ ସକ୍ରିୟ ହୋଇ ପାରନ୍ତି । ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାକୁ ଆପଣ ଟିକେ ଚିନ୍ତିତ ହେବେ । ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ଛାତ୍ର ଛାତ୍ରୀମାନେ ଭଲ କାମ କରିବା ସାଙ୍ଗକୁ ନିଜ ଚେଷ୍ଟାରେ ବିଦ୍ୟା କ୍ଷେତ୍ରରେ ସଫଳତା ପାଇବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ନୂତନ ବାହନ, ଜାଗା, ଜମି, ଗୃହ ଆଦି କ୍ରୟ କରିବାର ଯୋଜନା କରିବେ । ଟେକ୍ନୋଲୋଜି ସହ ଜଡିତ କାର୍ଯ୍ୟରେ ସୁବିଧା ହେବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ଯୋଗେ ମାନସମ୍ମାନ ବଜାୟ ରହିବ । ପାରିବାରିକ କ୍ଷେତ୍ରରେ ବିବହୋତ୍ସବର ସଂକେତ ପାଇ ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ । ନିଜର ଶବ୍ଦବ୍ୟବହାର ଦ୍ୱାରା ଲୋକଙ୍କୁ ପ୍ରଭାବିତ କରି ପାରିବେ । ସାଙ୍ଗମାନଙ୍କ ସହିତ ପାର୍ଟି କରିପାରିବେ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚସମ୍ମାନ ପାଇବା ସହ ସ୍ୱାସ୍ଥ୍ୟ ଭଲ ରହିବ । ସନ୍ଦେହ ସଂପର୍କକୁ ପ୍ରେମ ସଂପର୍କରେ ଆସିବାକୁ ଦିଅ ନାହିଁ । ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବାସହ ସାମାଜିକ ପତିଆରା ଅମଳିନ ରହିବ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବା ସହ ସରକାରୀ କ୍ଷେତ୍ରରେ କର୍ମରତ ଥିବା ବ୍ୟକ୍ତିମାନଙ୍କର ଅନେକ ଶୁଭହେବ । ବୃଦ୍ଧ ଲୋକମାନଙ୍କ ଆଶୀର୍ବାଦ ପାଇବେ ଓ ପିଲାମାନେ ସେମାନଙ୍କ ଅଧ୍ୟୟନ ପାଇଁ ଆନନ୍ଦିତ ହେବେ । ନକାରାତ୍ମକ ପ୍ରବୃତ୍ତି ଥିବା ଲୋକଙ୍କ ପ୍ରତି ଆପଣ ଆକର୍ଷିତ ହୋଇ ପାରନ୍ତି । ନୂତନ ବନ୍ଧୁ ସୃଷ୍ଟି ହୋଇପାରିବେ ଓ ପରିବାରରେ ଅନୁକୂଳ ପରିସ୍ଥିତି ବଜାୟ ରହିବ । ବ୍ୟବସାୟକୁ ବିସ୍ତାର କରିବାକୁ ଯୋଜନା କରି ପାରିବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ । ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବାସହ ଗୁରୁଜନ ମାନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ । ପ୍ରତିକାର- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ସିଂହ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଲୋକମାନଙ୍କ ସହିତ ମିଳିମିଶି କାମ କରିପାରିଲେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । କୌଣସି ବରିଷ୍ଠ ରାଜନେତା ବା ପଦସ୍ଥ ଅଧିକାରୀଙ୍କ ସହ ଦେଖାହୋଇ କେତେକ ସମସ୍ୟାର ସମାଧାନ କରି ପାରିବେ । ନିଜର ରଚନାତ୍ମକ ଚିନ୍ତା ଚରମ ହେବ ତଥା ଲୋକଙ୍କୁ ନିଜର କରିପାରିବେ । ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ଭ୍ରମଣ କରିବାର ସୁଯୋଗ ପାଇବେ । ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ହୋଇ ବହୁତ ଭଲ ରହିବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ, ଆପଣ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବା ଉଚିତ୍ । ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ । ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବା ସହ ସାମାଜିକ ପତିଆରା ଅମଳିନ ରହିବ । ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନିଜର ମନୋବଳ ଦୃଢ ରଖି ପାରିବେ । ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
କନ୍ୟା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଗୃହପୋକରଣ ବା ନୂତନ ବସ୍ତୁ କ୍ରୟ କରି ପାରିବେ । ରାଜନୀତି କ୍ଷେତ୍ରରେ ସୁ ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବା ସହ ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ପରିବାର ଓ ମିତ୍ରଙ୍କ ସହିତ ସମୟ ବିତେଇବେ । ସନ୍ତାନର ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ଅଧା ଅଧୁରାଥିବା କାର୍ଯ୍ୟ ପୂରଣ ହୋଇ ଯିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳତା ମିଳିବ । ନୂଆ ସମ୍ପର୍କରେ ଉନ୍ନତି ହେବ । ବ୍ୟବସାୟ କ୍ଷେତ୍ରରେ ଆଶା କରାଯାଉଥିବା ଲାଭ ମିଳିବ । ପିଲାମାନେ ସେମାନଙ୍କ ଅଧ୍ୟୟନ ପାଇଁ ଆନନ୍ଦିତ ହେବେ ।
ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଶାରୀରିକ ସୁସ୍ଥତା ଓ ମାନସିକ ଶାନ୍ତି ପାଇବେ । କର୍ମକ୍ଷେତ୍ରରେ ଅଧିକାରୀ କାମରେ ପ୍ରସନ୍ନ ରହିବେ ଓ ସହକର୍ମୀ ମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ ସୁନାମ ଅର୍ଜନ କରିବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବାସହ କୃଷିଜାତଦ୍ରବ୍ୟ ବାଣିଜ୍ୟରେ ଆୟ ଆଶାତୀତ ହେବ । ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । ପରିବାରରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟର ଦାୟିତ୍ଵ ନେଇ ମାନପ୍ରତିଷ୍ଠା ବଢିବ ଓ ମଉଜ ମସ୍ତିରେ ସମୟ କଟିପାରେ । ଧର୍ମକର୍ମରେ ରୁଚି ରହିବ ଓ କୌଣସି ଆୟୋଜନ ମଧ୍ୟ କରେଇବେ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ଅଧିକାରୀଙ୍କଠାରୁ ସହଯୋଗ ପାଇ ରାଜନୀତିକ୍ଷେତ୍ରରେ ଯଶକୀର୍ତ୍ତୀ ମାନ ସମ୍ମାନ ପ୍ରତିଷ୍ଠା ପ୍ରତିପତ୍ତିରେ ବୃଦ୍ଧି ହେବ । ପ୍ରେମିକ ପ୍ରେମିକାଙ୍କର ଅପ୍ରୀତିକର ପରିସ୍ଥିତି ଦୂରେଇ ଯିବ । ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ । ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ଅଧିକାରୀ କାମରେ ପ୍ରସନ୍ନ ରହିବେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିପାରେ । ଗୃହସମସ୍ୟା ସମାଧାନ ହୋଇ ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଜାଗା ଜମିବାଡ଼ି ନେଇ ସମସ୍ୟାର ସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ରାଜନୀତି କ୍ଷେତ୍ରରେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି । ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ । ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ଧନୁ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ କର୍ମକ୍ଷେତ୍ରରେ ସନ୍ତୋଷ ଲାଭ କରିବେ । ଉଧାର ଦେଇଥିବା ଟଙ୍କା ମିଳି ଯିବା ଫଳରେ ନୂତନ ଦ୍ରବ୍ୟ କ୍ରୟ କରିବେ । ଆତ୍ମନିର୍ଭରଶୀଳ ହୋଇ ପାରନ୍ତି । ଦାମ୍ପତ୍ୟ ଜୀବନରେ ଶାନ୍ତି ମିଳିବ । ପିଲାମାନଙ୍କର ଖରାପ ଅଭ୍ୟାସକୁ ଅଣଦେଖା କରନ୍ତୁ ନାହିଁ । ନିଜ ଜୀବନ ସାଥୀଙ୍କ ନିକଟରେ କିଛି ଲୁଚାନ୍ତୁ ନାହିଁ । ପ୍ରେମ ସଂପର୍କରେ ଟେନସନ ହେବାର ସମ୍ଭାବନା ଅଛି । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବା ସହ ନିଜର ଉତ୍ପାଦନର ସର୍ବୋତ୍ତମ ବ୍ରାଣ୍ଡିଂ ଏବଂ ମାର୍କେଟିଂ କରିପାରିବେ । କର୍ମକ୍ଷେତ୍ର ରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ନିଶ୍ଚିତ ଭାବରେ ପୁରୁଣା ବିନିଯୋଗର ଲାଭ ପାଇବେ । ପିଲାମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ଏବଂ କ୍ୟାରିୟର ସମ୍ବନ୍ଧୀୟ ସଫଳତା ପାଇପାରିବେ । ଦୃଢସଂକଳ୍ପ ନେଇ ନୂତନ କାର୍ଯ୍ୟ ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରି ପାରିବେ । ପ୍ରତିକାର- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ପାରିବାରିକ ଅଶାନ୍ତି ଦୂରେଇ ଯାଇ ପତିଆରା ଭଲ ରହିବ ଓ ଦାମ୍ପତ୍ୟଜୀବନ ଅତ୍ୟନ୍ତ ଆନନ୍ଦଦାୟକ ହେବ । କର୍ମକ୍ଷେତ୍ରରେ ସଫଳତା ଲାଭ କରି ଉଚ୍ଚସମ୍ମାନ ପାଇବେ । ସାଧାରଣ କର୍ମଚାରୀମାନେ ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧିହେବ । ଅନେକ ସମସ୍ୟାକୁ ସମାଧାନ କରି ସମ୍ମାନ ପାଇବେ । ସୁନ୍ଦର ସ୍ଥାନକୁ ପରିବାର ସହିତ ବୁଲିବା ପାଇଁ ଯାଇ ପାରନ୍ତି । ବିଦ୍ୟାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପ୍ରତିଯୋଗୀତା ପରୀକ୍ଷା ଏବଂ ସାକ୍ଷାତକାରରେ ବିଜୟୀ ହେବେ । ବନ୍ଧୁଙ୍କ ଆର୍ଥିକ ସହାୟତାରେ ଖୁସିହେବେ । ରାଜନୀତି କ୍ଷେତ୍ରରେ ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ । ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରି ପ୍ରଶଂସିତ ହେବେ । ବ୍ୟବସାୟରେ ଉନ୍ନତି ହେବା ସହ ପ୍ରଚୁର ଅର୍ଥଲାଭ ହେବ ଓ ବ୍ୟବସାୟକୁ ବିସ୍ତାର କରିବାକୁ ଯୋଜନା କରି ପାରିବେ । ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇ ପାରିବ । ପରିବାରରେ ପ୍ରତିକୂଳ ପରିସ୍ଥିତି ଦୂରେଇ ଯାଇ ଅନୁକୂଳ ପରିସ୍ଥିତି ବଜାୟ ରହିବାସହ ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆବଶ୍ୟକୀୟ ନୂତନ ବସ୍ତୁ କ୍ରୟ କରିପାରିବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ମନ ଯୋଗ ଦେବେ । ନୂତନ ବନ୍ଧୁ ସୃଷ୍ଟି ହୋଇପାରିବେ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବୃଦ୍ଧଲୋକ ମାନଙ୍କ ଆଶୀର୍ବାଦ ପାଇ କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ପ୍ରଶଂସିତ ହେବ । ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ବିଦ୍ୟା କ୍ଷେତ୍ରରେ ଉତ୍ସାହ ଉଦ୍ଦିପନା ବୃଦ୍ଧିହୋଇ ବୀଜୟ ପ୍ରାପ୍ତ ହେବ । ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ । ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଫଳରେ ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ନୂତନ ବନ୍ଧୁମିତ୍ରଙ୍କ ମିଳନରେ ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ ଓ ପରିଶ୍ରମର ସୁଫଳ ଭୋଗ କରିବେ । ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନ ହୋଇପାରେ । ପ୍ରେମିକ ପ୍ରେମିକା ମାନଙ୍କର କ୍ରୋଧ ନିୟନ୍ତ୍ରଣ ନ ରଖିଲେ କ୍ଷତି ସହିବେ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି । ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।