Your Astrology Guru Lyrics
ପ୍ରାଣ ଥିଲା ବେଳେ କାଳିଆ ସୁନାରେ
ଦେଖି ପାରିବି କି ତତେ
Prana Thila Bele Your Astrology Guru Lyrics In Odia Language
ପ୍ରାଣ ଥିଲା ବେଳେ କାଳିଆ ସୁନାରେ
ଦେଖି ପାରିବି କି ତତେ
ପ୍ରାଣ ଥିଲା ବେଳେ କାଳିଆ ସୁନାରେ
ଦେଖି ପାରିବି କି ତତେ
ଶ୍ରୀମନ୍ଦିର ତୋର ଯିବା ପାଇଁ ପୁଣି
ଶ୍ରୀମନ୍ଦିର ତୋର ଯିବା ପାଇଁ ପୁଣି
ଅନୁମତି କେବେ ମିଳିବ ମତେ
ମିଳିବ ମତେ..
ପ୍ରାଣ ଥିଲା ବେଳେ କାଳିଆ ସୁନାରେ
ଦେଖି ପାରିବି କି ତତେ
ହାଏ…ଦେଖି ପାରିବି କି ତତେ
ମନା ଆଜି ଯିବା ପାଇଁ ମନ୍ଦିର ତୋର
ଭକ୍ତପାଇଁ ଖୋଲା ନାହିଁ ସିଂହ ଦୁଆର
କାଳିଆରେ ଏ କେମିତି ଲୀଳା ତୋହର
ତ୍ରାହି ତ୍ରାହି ଡାକେ ଆଜି ସାରା ସଂସାର
ତୁ ମତେ ଭୁଲି ମନ୍ଦିରରେ ଅଛୁ କେମିତି
ମୁଁ ତତେ ଛାଡି ବଞ୍ଚିବିରେ କହ କେମିତି
ବଳ ଥିଲା ବେଳେ କାଳିଆ ସୁନାରେ
ଶ୍ରୀକ୍ଷେତ୍ର ଯିବି କି ସତେ
ବଳ ଥିଲା ବେଳେ କାଳିଆ ସୁନାରେ
ଶ୍ରୀକ୍ଷେତ୍ର ଯିବି କି ସତେ
ତୋ ଅଭଡ଼ା ଅନ୍ନ ଖାଇବାକୁ ଧନ
ତୋ ଅଭଡ଼ା ଅନ୍ନ ଖାଇବାକୁ ଧନ
କେବେ ଏ ଭାଗ୍ୟରେ ମିଳିବ ମତେ
ମିଳିବ ମତେ…
ପ୍ରାଣ ଥିଲା ବେଳେ କାଳିଆ ସୁନାରେ
ଦେଖି ପାରିବି କି ତତେ
ମୁଁ ଦେଖି ପାରିବି କି ତତେ
ଏମିତିକା ଦୁଃଖ ସତେ ଆସିଲା ମାଡି
କଳି କାଳେ ଘେରି ଗଲା କାଳ କୁହୁଡି
କେବେ କହ ଛିଡି଼ବ ଏ ଅଦୃଶ୍ୟ ବେଡି
ବଡ ଦାଣ୍ଡେ ଟାଣିବି ତୋ ରଥ ଦଉଡି
ତୁ ଦବୁକି ନା କହ ମତେ ରଥ ଦର୍ଶନ
ମୁଁ ଝୁରି ଝୁରି ମରୁଚି ତୋ କଳା ବଦନ
ଏଇ ଜନ ରେ କାଳିଆ ସୁନାରେ
ଭରଷା କରିଚି ତତେ
ଏଇ ଜନମରେ କାଳିଆ ସୁନାରେ
ଭରଷା କରିଚି ତତେ
ସବୁ ଡୋରି କାଟି ତୋ ପାଖକୁ ଯିବି
ସବୁ ଡୋରି କାଟି ତୋ ପାଖକୁ ଯିବି
ଡୋରି ତୋର କେବେ ଲାଗିବ ମତେ
ଲାଗିବ ମତେ…
ପ୍ରାଣ ଥିଲା ବେଳେ କାଳିଆ ସୁନାରେ
ଦେଖି ପାରିବି କି ତତେ
ହାଏ ଦେଖି ପାରିବି କି ତତେ
ହାଏ ଦେଖି ପାରିବି କି ତତେ…
Prana Thila Bele Kalia Sunare Your Astrology Guru Lyrics In Odia Language
Thank You