Loading...

299 Big Street, Govindpur, India

Open daily 10:00 AM to 10:00 PM

ରବି ଚଳିଲେ ସିଂହ ରାଶିକୁ, ଏହି 3ଟି ରାଶି ପାଇଁ ବନୁଛି ରାଜଯୋଗ… ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ !

ତା ୧୭ / ୮ / ୨୦୨୧ ମସିହା ମଙ୍ଗଳବାର ଦିନ ସିଂହରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ ମଧ୍ୟ ରବି ମହାଗ୍ରହ ଶୁଭ ସ୍ଥିତିରେ ରହିବା ଆବଶ୍ୟକ ।

ରବି ମହାଗ୍ରହ ତା ୧୭ / ୮ / ୨୦୨୧ ମସିହା ମଙ୍ଗଳବାର ଦିନ ସିଂହରାଶିକୁ ରବି ସଂକ୍ରମଣ କରି ସେପ୍ଟେମ୍ବର୧୭ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ରବି ମହାଗ୍ରହ ଆତ୍ମାର ପ୍ରତିନିଧିତ୍ୱ କରିଥାନ୍ତି । ସ୍ୱୟଂ ଶକ୍ତି, ଜ୍ଞାନବିଜ୍ଞାନ, ମାନସମ୍ମାନ, ପଦପ୍ରତିଷ୍ଠା, ବାପାଙ୍କ ସୁଖ, ସରକାରୀ ଚାକିରୀ, ଉଚ୍ଚପଦ ପଦବୀ, ଯଶ, କୀର୍ତ୍ତି, ପ୍ରଶସ୍ତି, ଆୟୁ, ରାଜା, ରାଜନୀତି, ମସ୍ତିସ୍କ, ହାଡ, ସ୍ୱାସ୍ଥ୍ୟ ଚିକିତ୍ସା, ହୃଦୟ, ଉଋ, ପିତ୍ତ, ଚକ୍ଷୁ, ରକ୍ତ ପ୍ରବାହ, ଗରମ ତଥା କରେଣ୍ଟ ଆଦିର କାରକ ସୂର୍ଯ୍ୟ ବା ରବି ମହାଗ୍ରହ ଅଟନ୍ତି । ରବିଗ୍ରହ ଯଦି ଶୁଭରେ ରହିଥାନ୍ତି ତେବେ ଶୁଭଫଳ ପ୍ରଦାନ କରି ଥାନ୍ତି । ଯଦି ଅଶୁଭରେ ସ୍ଥିତ ହୋଇଥାନ୍ତି ତେବେ ଜୀବନରେ ସୁଖ ମିଳେ ନାହିଁ ।

ମେଷ:-ମେଷରାଶିଜାତ ମହିଳା ଓ ପୁରୁଷମାନଙ୍କର ରବିମହାଗ୍ରହ ପଞ୍ଚମଭାବ ବା ସନ୍ତାନ ଭାବରେ ଗୋଚର କରିବା ଫଳରେ ସନ୍ତାନର ଦାୟିତ୍ଵ ପୂରଣ ହୋଇ ସବୁ କାର୍ଯ୍ୟରେ ଭଲ ସଫଳତା ମିଳିବ । ନୂତନ ଦମ୍ପତ୍ତିଙ୍କ ପାଇଁ ସନ୍ତାନ ପ୍ରାପ୍ତି ଓ ଜାଗା, ଜମି, ଗୃହ ବାହାନ ଆଦିପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି । ବିଶେଷ କରି ଉଚ୍ଚବିଦ୍ୟାର୍ଥୀମାନଙ୍କ ପାଇଁ ଭଲ ଶୁଭଫଳ ମିଳିବ । ଯଦି ଆପଣ କୌଣସି ପ୍ରତିଯୋଗୀତାରେ ପସିବାକୁ ଚାହୁଁଛନ୍ତି ତେବେ ସୁଯୋଗ ଅନୁକୂଳ ହେବ । ପ୍ରେମ ସମ୍ବନ୍ଧୀୟ ମାମଲା ମଧ୍ୟ ସହଜ ସରଳ ରହିବ । ଜୀବନସାଥୀଙ୍କ ପ୍ରତି ଉତ୍ସର୍ଗୀକୃତ ରହିବେ । ଠିକ୍‌ ସମୟରେ ଅଫିସ୍‌ କାମ ପୂରଣ ହେବା ଯୋଗେ ମନରେ ପ୍ରସନ୍ନତା ରହିବ ଓ ସହକର୍ମୀମାନେ ଆପଣଙ୍କ ସହିତ ବହୁତ ଖୁସି ହେବେ । ସୌନ୍ଦର୍ଯ୍ୟ ଓ ରୋମାନ୍ସ ପାଇଁ ମନରେ ଖୁସିଭାବ ଜାଗ୍ରତ ରହିବ । ବଡ଼ କମ୍ପାନୀରେ ଚାକିରୀ କରୁଥିବା ବ୍ୟକ୍ତି ନିଜ ଚାକିରୀରେ ସନ୍ତୁଷ୍ଟ ରହିବେ । ପ୍ରତିକାର- ଗୋଟାଗୁଆ ଗୋଟିଏ ପକେଟରେ ରଖନ୍ତୁ ।

ବୃଷ:- ବୃଷରାଶିଜାତ ମହିଳା ଓ ପୁରୁଷମାନଙ୍କର ରବିମହାଗ୍ରହ ଚତୁର୍ଥଭାବ ବା ସୁଖଭାବରେ ଗୋଚର କରିବା ଯୋଗେ ପୁରୁଣା ସାଙ୍ଗମାନଙ୍କ ସହିତ ଇଣ୍ଟରନେଟ୍‌ରେ ଯୋଗାଯୋଗ କରିପାରିବେ । ନୂଆଲୋକ ଓ ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ଗଠନ ହୋଇ ପାରେ । ଚାକିରୀ ଖୋଜୁଥିବା ଲୋକମାନଙ୍କୁ ସଫଳତା ମିଳିବ । ପ୍ରେମିକ ପ୍ରେମିକାମାନେ ରାତ୍ରି ଭୋଜନ କରିବାକୁ ବାହାରକୁ ଯାଇ ପାରନ୍ତି । ବିବାହିତ ଜୀବନ ସୁଖମୟ ହେବ । ପିଲାମାନେ ଆପଣଙ୍କ ଆଦେଶକୁ ପାଳନ କରିବେ । ସାଙ୍ଗ ଓ ସମ୍ପର୍କୀୟଙ୍କ ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ । ଧନ ସମ୍ପତ୍ତି ମାମଲା ସମାଧାନ ହେବ । ଯଦି ଆପଣ ଘର ବା ଯାନବାହନ କିଣିବାକୁ ଚାହୁଁଛନ୍ତି ତେବେ ସୁଯୋଗ ଅନୁକୂଳ ରହିବ । କୌଣସି କାରଣରୁ ପାରିବାରିକ କଳହ ଓ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ମିଥୁନରାଶି ଜାତ ମହିଳା ଓ ପୁରୁଷମାନଙ୍କର ରବିମହାଗ୍ରହ ତୃତୀୟଭାବ ବା ପରାକ୍ରମଭାବରେ ଗୋଚର କରୁ ଥିବାରୁ ଆଚରଣକୁ ପ୍ରଶଂସା ମିଳିବ । କର୍ମକ୍ଷେତ୍ରରେ ଅଧିକାର ବୃଦ୍ଧି ପାଇବା ସହ ଆପଣଙ୍କ ଆଚରଣ ଉଚ୍ଚାରଣକୁ ପ୍ରଶଂସା ମିଳିବ । ପରିବାରର ବରିଷ୍ଠ ସଦସ୍ୟ ଓ ସାନ ଭାଇଙ୍କ ସହଯୋଗ ମିଳିବ । ଧର୍ମ ଓ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢିବ । ବିଦେଶୀ ବନ୍ଧୁ ଓ ସମ୍ପର୍କୀୟଙ୍କ ଠାରୁ ଲାଭ ହେବାର ସମ୍ଭାବନା ରହିଛି । ଯଦି ଆପଣ ବିଦେଶୀ ନାଗରିକତ୍ଵ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ସମୟ ବେଶ୍ ଅନୁକୂଳ ରହିବ । ନୂତନ ଶକ୍ତି ସଂଚାର ହେବ । ନିଆଯାଇଥିବା ନିଷ୍ପତ୍ତିକୁ ସାମାଜିକ ସ୍ତରରେ ପ୍ରଶଂସା ମିଳିବ । କମର୍ସ ପଢୁଥିବା ବିଦ୍ୟାର୍ଥୀମାନେ ଅଧ୍ୟୟନରେ ଶୁଭଫଳ ପାଇବେ । ନିଜର ପ୍ରତିଭାକୁ ରଚନାତ୍ମକ କାର୍ଯ୍ୟରେ ବ୍ୟବହାର କରନ୍ତୁ । ରାଜନେତାଙ୍କ ମାଧ୍ୟମରେ କିଛି କାମ ହାସଲ କରିପାରିବେ । ସବୁ କାର୍ଯ୍ୟ ସଠିକ୍‌ ସମୟରେ ପୂରଣ ହୋଇଯିବ । ଦୂରଯାତ୍ରାରେ ବିଶେଷ ଲାଭ ପାଇ ପାରିବେ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

କର୍କଟ:-କର୍କଟ ରାଶିଜାତ ମହିଳା ଓ ପୁରୁଷମାନଙ୍କର ରବିମହାଗ୍ରହ ଧନଭାବରେ ଅବସ୍ଥାନ କରିବା ଫଳରେ ଆର୍ଥିକ ଉନ୍ନତି ହେବା ସହିତ ଦୀର୍ଘ ଦିନରୁ ଦେଇଥିବା ଧନ ମଧ୍ୟ ମିଳିବାର ଆଶଙ୍କା ରହିଛି । ଦାମ୍ପତ୍ୟ ଜୀବନରେ ଚାପ କମ୍‌ ରହିବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ଦୈନିକ ମଜୁରିଆମାନଙ୍କର ଆୟ ବୃଦ୍ଧି ହେବ । ଆପଣଙ୍କ ବକ୍ତବ୍ୟ ସାହାଯ୍ୟରେ ଜଟିଳ ପରିସ୍ଥିତିକୁ ମଧ୍ୟ ସହଜ ସରଳ ଭାବରେ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ । ନକରାତ୍ମକ ଊର୍ଜା ଦୂର ହୋଇ ସକରାତ୍ମକ ଊର୍ଜା ବଳରେ ସବୁ କ୍ଷେତ୍ରରେ ଶୁଭଫଳ ମିଳିବ । ପରିବାରରେ ପରିବେଶ ସୁଖଦ ରହିବା ସହ କଳହ ଓ ଅଶାନ୍ତିରୁ ମୁକ୍ତି ମିଳିବ । ନିଜର ଲକ୍ଷ୍ୟସିଦ୍ଧିକୁ ପ୍ରାଥମିକତା ଦେଇ ସମସ୍ତଙ୍କ ଆଗରେ ରହିବେ । ଛୁଟିଦିନକୁ ଠିକ୍ ଢଙ୍ଗରେ ଉପଭୋଗ କରିପାରିବେ । ଆଇଟି ଓ ସଫ୍ଟୱେର୍‌ ଇଣ୍ଡଷ୍ଟି୍ରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ବହୁତ ଶୁଭ ହେବ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ସିଂହ:-ସିଂହରାଶିଜାତ ମହିଳା ଓ ପୁରୁଷମାନଙ୍କର ରବିମହାଗ୍ରହ ଜନ୍ମ ଭାବରେ ଗୋଚର ହେତୁ ସରକାରୀ ସାହାଯ୍ୟ ସହଯୋଗ ମିଳିବ । ଯେ କୌଣସି କାର୍ଯ୍ୟ ଆରମ୍ଭ କରିବାକୁ କିମ୍ବା ନୂଆ ଚୁକ୍ତିନାମା ହସ୍ତାକ୍ଷର କରିବାକୁ ଇଛା କରୁଥିଲେ ସେଥିରେ ସଫଳ ହେବେ । ମାନସିକ ସମସ୍ୟା ହ୍ରାସ ପାଇବ । ପରିବାରରେ ଶୁଭ କାର୍ଯ୍ୟ କରିବା ପାଇଁ ସୁଯୋଗ ମଧ୍ୟ ମିଳିବ । ମାନ ସମ୍ମାନ ବୃଦ୍ଧି ହେବା ସହ ନିଯୁକ୍ତି କ୍ଷେତ୍ରରେ ଉତ୍ସାହ ବର୍ଦ୍ଧକ ସୂଚନା ପାଇବେ । ପିଲାମାନଙ୍କର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବା ଉଚିତ୍‌ । ଥାଇରଏଡ୍‌ ରୋଗର ସମସ୍ୟା ଦେଖା ଦେଇପାରେ । କାହାକୁ ଅଧିକ ଟଙ୍କା ଉଧାର ଦେବା ଠାରୁ ଦୂରେଇ ରୁହନ୍ତୁ । ଜୀବନସାଥୀଙ୍କ ପ୍ରତି ପ୍ରେମ ଓ ସ୍ନେହଭାବ ଅନୁଭବ କରିବେ । ଟଙ୍କା ରୋଜଗାର କରିବା ପାଇଁ ବାଟ ଦେଖାଦେବ । ପରିବାର ଜନଙ୍କ ସହିତ ବୁଲିବାକୁ ଯାଇପାରନ୍ତି । ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖନ୍ତୁ ।

କନ୍ୟା:-କନ୍ୟାରାଶିଜାତ ମହିଳା ଓ ପୁରୁଷମାନଙ୍କର ରବିମହାଗ୍ରହ ଦ୍ଵାଦଶଭାବ ବା ବ୍ୟୟଭାବରେ ଗୋଚର କରୁ ଥିବାରୁ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବ । ନିଜ ଦାୟିତ୍ୱପ୍ରତି ନିଷ୍ଠାବାନ ହେବେ । ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ବ୍ୟବସାୟରେ ଉନ୍ନତି ହେବ । ଅପ୍ରତ୍ୟାଶିତ ପ୍ରଭାବ ରହିବ । ସଫଳତା ପାଇବା ପାଇଁ ଅଧିକ ଭାଗଦୌଡ କରିବାକୁ ପଡିବ । ମିତ୍ର ତଥା ସମ୍ପର୍କୀୟଙ୍କ ଠାରୁ କିଛି ପ୍ରିୟ ସମାଚାର ଶୁଣିବାକୁ ମିଳିପାରେ । ବିଦେଶ ଯାତ୍ରା ବା ବିଦେଶୀ ନାଗରିକତ୍ଵ ପାଇଁ କରିଥିବା ଚେଷ୍ଟାରେ ସଫଳ ହେବେ । ଯାତ୍ରା କରିଥିବା ଦେଶରେ ଲାଭ ପାଇବେ । ଧର୍ମ କର୍ମରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିବେ । ସମ୍ପତ୍ତି କ୍ରୟ ବିକ୍ରୟ କରିବା ବେଳେ ମୂଲ୍ୟ ପ୍ରତି ଧ୍ୟାନ ରଖନ୍ତୁ । ପିଲାମାନଙ୍କ ପ୍ରତି ଅଧିକ ଭରସା କରନ୍ତୁ ନାହିଁ । ଚକ୍ଷୁ ପୀଡା ଭୋଗ କରିପାରନ୍ତି । କାର୍ଯ୍ୟରେ ବ୍ୟସ୍ତ ରହି ମିତ୍ରମାନଙ୍କ ପ୍ରତି ଅଣଦେଖା କରନ୍ତୁ ନାହିଁ । ବିରୋଧୀମାନେ ସକ୍ରିୟ ହୋଇପାରନ୍ତି । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:- ତୁଳାରାଶିଜାତ ମହିଳା ଓ ପୁରୁଷମାନଙ୍କର ରବିମହାଗ୍ରହ ଏକାଦଶଭାବ ବା ଲାଭଭାବରେ ଗୋଚର କରୁଥିବାରୁ ଏକପ୍ରକାର ଈଶ୍ଵରଙ୍କ ବରଦାନ ଠାରୁ କମ୍ ନୁହେଁ । କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇ ଦେବ । ନିଜର ଯୋଗ୍ୟତା, କ୍ଷମତା ଦକ୍ଷତାକୁ ନେଇ ନୂତନକର୍ମ ପାଇ ପାରିବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରିବେ । ଯେଉଁଭଳି ସଫଳତା ଇଛା କରିବେ ତାହା ହାସଲ କରି ପାରିବେ । ଲେଖିବା, ପଢିବା ଓ ଆଧ୍ୟାତ୍ମିକ ଦିଗପ୍ରତି ଆଗ୍ରହ ବୃଦ୍ଧି ପାଇବ । ଛାତ୍ର ଛାତ୍ରୀମାନଙ୍କର ପ୍ରତିଯୋଗୀତା ପରୀକ୍ଷାରେ ଭଲ ସଫଳତା ମିଳିବ । ନୂତନ ଦମ୍ପତ୍ତିଙ୍କ ପାଇଁ ସନ୍ତାନ ପ୍ରାପ୍ତି ଓ ସନ୍ତାନ ଭଳି ଦ୍ରବ୍ୟ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି । ନୂତନ ପ୍ରେମ ସମ୍ପର୍କ ବିକଶିତ ହେବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇବା ପାଇଁ ସୁଯୋଗ ପାଇବେ । ଧନ ସଞ୍ଚୟ କରିବା ପାଇଁ ଚେଷ୍ଟା କରିବେ । ଭବିଷ୍ୟତ ଯୋଜନାରେ ଧନ ନିବେଶ କରିବେ । କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବିଚ୍ଛା:-ବିଚ୍ଛାରାଶିଜାତ ମହିଳା ଓ ପୁରୁଷମାନଙ୍କର ରବିମହାଗ୍ରହ ଦଶମଭାବ ବା କର୍ମଭାବରେ ଗୋଚର କରୁଛନ୍ତି ଯାହା ଫଳରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ବିଭାଗରେ ଅପେକ୍ଷା କରିଥିବା କାର୍ଯ୍ୟ ସହଜ ସରଳରେ ପାଇ ପାରିବେ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରି ତଳ ମହଲରୁ ଆଶାତୀତ ଲାଭ ପାଇବେ । ସାମାଜିକ କ୍ଷେତ୍ରରେ ଜଡିତ ଥିବା ଲୋକମାନଙ୍କ ସହିତ ସମ୍ପର୍କ ବୃଦ୍ଧି ପାଇବ । ଯଦି ଆପଣ ରାଜନୀତି ସହ ଜଡିତ କୌଣସି ନିସ୍ପତି ନେବାକୁ ଚାହୁଁଛନ୍ତି ତେବେ ଆପଣ ଏଥିରେ ସଫଳ ହେବେ । ଯଦି କୌଣସି ପ୍ରକାରର ଟେଣ୍ଡର ଆଦି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ମଧ୍ୟ ଏହା ଭଲ ହେବ । ନିଜର ସକରାତ୍ମକ ଊର୍ଜାଶକ୍ତିର ପୂର୍ଣ୍ଣ ଉପଯୋଗ କରି ପାରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-ଧନୁରାଶିଜାତ ମହିଳା ଓ ପୁରୁଷମାନଙ୍କର ରବିମହାଗ୍ରହ ଭାଗ୍ୟଭାବରେ ଗୋଚର କରୁଥିବାରୁ ଉଚ୍ଚାଧିକାରୀ, ସହକର୍ମୀଙ୍କ ସହଯୋଗରେ ଯଶକୀର୍ତ୍ତୀ, ମାନସମ୍ମାନ, ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ହେବ । ଆପଣଙ୍କ ସଫଳତା ପାଇଁ ନୂଆ ବାଟ ଦେଖେଇବେ । ଚାକିରୀରେ ପଦୋନ୍ନତିର ମୂଲ୍ୟ ହେଉଛି ମାନ ସମ୍ମାନ ବୃଦ୍ଧି ହେବାର ଯୋଗ । ଯଦି ଆପଣ ବିଦେଶର କମ୍ପାନୀ ଗୁଡିକରେ ଚାକିରୀ କିମ୍ବା ନାଗରିକତ୍ଵ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ସୁଯୋଗ ଅନୁକୂଳ ହେବ । ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା ସଫଳ ହେବ । ଧାର୍ମିକ ଟ୍ରଷ୍ଟ ଓ ଅନାଥ ଆଶ୍ରମ ଆଦିରେ ଦାନ ଓ ସେବାଭାବ ପାଇଁ ସବୁବେଳେ ଆଗରେ ରହିବେ । ପ୍ରେମ ସମ୍ବନ୍ଧୀୟ ପ୍ରସଙ୍ଗରେ ନିଜ ସୁଖ ସୁବିଧା ପାଇଁ ଟଙ୍କା ଖର୍ଚ୍ଚ କରିପାରନ୍ତି । ବ୍ୟବସାୟରେ ଭାଗିଦାରୀ ପାଇଁ ଯୋଜନା କରିବେ । କମ୍‌ ଚେଷ୍ଟାରେ କାମ ପୂରଣ ହୋଇଯିବ । ଶେୟାର ବଜାରରୁ ଲାଭ ପାଇବେ । ଛାତ୍ର ଛାତ୍ରୀମାନେ ଅଧିକାରୀ ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-ମକରରାଶିଜାତ ମହିଳା ଓ ପୁରୁଷମାନଙ୍କର ରବିମହାଗ୍ରହ ଅଷ୍ଟମଭାବ ବା ଆୟୁଭାବରେ ଗୋଚର କରିବା ଫଳରେ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଓ ନିଷ୍ପତ୍ତି ଗୁଡିକରେ ପ୍ରଶଂସିତ ହେବେ । ବ୍ୟବସାୟରେ ଉନ୍ନତି ପାଇଁ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ନେଇ ପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବା ଆବଶ୍ୟକ ଓ ଚର୍ମରୋଗ ତଥା ଔଷଧ ପ୍ରତିକ୍ରିୟାକୁ ଦୂର କରନ୍ତୁ । ଆପଣଙ୍କ ପାଇଁ ବ୍ୟବସାୟ କ୍ଷେତ୍ରରେ ଭଲ ସଫଳତା ଦେବେ । କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶିକାର ନହେବା, ବିବାଦରୁ ଦୂରେଇ ରହିବା ଓ କୋର୍ଟ କଚେରୀ ମାମଲା ସହିତ ଜଡିତ ସମସ୍ୟା ବାହାରେ ସମାଧାନ କରିବା ଭଲ ହେବ । ବିବାହ ସମ୍ବନ୍ଧିତ ଆଲୋଚନା ସଫଳ ହେବ । ଯଦି ପ୍ରେମ ବିବାହ ପାଇଁ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି ତେବେ ଅନୁକୂଳ ରହିବ । ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିବାକୁ ଦିଅନ୍ତୁ ନାହିଁ । ଅଧିକ ପରିଶ୍ରମ ଓ ଖର୍ଚ୍ଚ ହେତୁ ଅର୍ଥ ଅଭାବର ମଧ୍ୟ ସାମ୍ନା କରିବାକୁ ପଡିପାରେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କୁମ୍ଭ:- କୁମ୍ଭରାଶିଜାତ ମହିଳା ଓ ପୁରୁଷମାନଙ୍କର ରବିମହାଗ୍ରହ ସପ୍ତମଭାବରେ ବା ଜାୟାଭାବରେ ଗୋଚର କରିବା ହେତୁ ମନରେ ଉତ୍ସାହ ଉଦ୍ଦୀପନା ବୃଦ୍ଧି ପାଇବ । ଅତିଥିମାନେ ଘରକୁ ଆସିପାରନ୍ତି । ବେରୋଜଗାର ଲୋକମାନେ ନୂତନ ଚାକିରୀ ପାଇ ପାରନ୍ତି । ଯେ କୌଣସି ସାମାଜିକ ସଂସ୍ଥାରେ ଯୋଗଦାନ କରିପାରନ୍ତି । ସବୁ ସମସ୍ୟାର ସମାଧାନ କରିବା ପାଇଁ ବାଟ ଖୋଜିବାରେ ନିୟୋଜିତ ହେବେ । ପରିବାରର ସହଯୋଗ ମିଳିବା ହେତୁ ମନୋବଳ ବୃଦ୍ଧି ପାଇବ । ସବୁ କ୍ଷେତ୍ରରେ ଶୁଭଫଳ ମିଳିବା ଫଳରେ ଦାମ୍ପତ୍ୟ ଜୀବନରେ ମଧୁରତା ରହିବ । ଆର୍ଥିକ ଅବସ୍ଥା ସ୍ୱାଭାବିକ ହେବ । ବିଦେଶ ଯାତ୍ରା କରିବାର ସମ୍ଭାବନା ଅଛି । ସରକାରୀ ବିଭାଗରେ ଅଟକିଥିବା କାର୍ଯ୍ୟ ପୂରଣ ହେବ । ଯଦି ଆପଣ ନିଜର ଯୋଜନା ଗୁଡିକୁ ଗୁପ୍ତ ରଖି କାର୍ଯ୍ୟ କରିବେ ତେବେ ଅଧିକ ସଫଳ ହେବ । ପ୍ରତିକାର- ପାଞ୍ଚୋଟି ଲବଙ୍ଗ ପାଖରେ ରଖନ୍ତୁ ।

ମୀନ:- ମୀନରାଶିଜାତ ମହିଳା ଓ ପୁରୁଷମାନଙ୍କର ରବିମହାଗ୍ରହ ଷଷ୍ଠଭାବ ବା ଶତୃଭାବରେ ଗୋଚର କରିବା ଫଳରେ ଘରର ବାତାବରଣ ସୁଖମୟ ହେବ । ସାଙ୍ଗମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥାବାର୍ତ୍ତା ବା ଆଲୋଚନା କରିବେ । ଚାକିରୀରେ ପଦୋନ୍ନତି ପାଇବା ପାଇଁ ଯୋଜନା କରିବେ । ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ଛାତ୍ର ଛାତ୍ରୀମାନଙ୍କର ଶୁଭଫଳ ପ୍ରାପ୍ତି ହେବ । ପର୍ଯ୍ୟଟନ କ୍ଷେତ୍ର ସହିତ ଜଡିତ ବ୍ୟବସାୟରେ ବହୁତ ଲାଭ ହେବ । ଅଧିକ କାର୍ଯ୍ୟ କରିବା ସତ୍ତ୍ୱେ ମନ ଖୁସି ରହିବ । ନୂଆ ଟେକ୍ନୋଲୋଜିର ବ୍ୟବହାର କରିବାକୁ ଶିଖିପାରିବେ । ସବୁ କାର୍ଯ୍ୟ ନିଜର ମତାମତ ଅନୁଯାଇ କରିଥିବା ପରି ମନେ ହେବ । ଆର୍ଥିକ ଲାଭ ମଧ୍ୟ ହୋଇପାରେ । ଶତୃ ସୃଷ୍ଟି ହେଲେ ସେମାନଙ୍କୁ ନାସ କରି ପାରିବେ । ପ୍ରତିକାର-ହଳଦୀ ଖଣ୍ଡେ ପାଖରେ ରଖନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00