Your Astrology Guru Lyrics
ସତ କହି ହେଲେ ହେବି ଦୋଷୀ
ଆଲୋ ବାର ମାସି
sata kahi hele hebi Your Astrology Guru Lyrics in odia language
ସତ କହି ହେଲେ ହେବି ଦୋଷୀ
ଆଲୋ ବାର ମାସି
ହବୁ ନାହିଁ କାଳିଆର ଦାସୀ
ଆଲୋ ବାର ମାସି
ତାର ମଥାରେ ଚନ୍ଦ୍ରିକା ଦେଲେ ତୁ ଖୋସି
ତାର ପୀରତି ଜାଲରେ ଯିବୁ ତୁ ଫସି
ରୋହିଣୀ ବୃଷ ତା ରାଶି
ଆଲୋ ବାର ମାସି
ସତ କହି ହେଲେ ହେବି ଦୋଷୀ
ଆଲୋ ବାର ମାସି
ପୀରତି ଜାଲ ତା ଯେତିକି ବଢିଆ
ଛନ୍ଦି ହେଲେ ଲାଗେ ସେତିକି ଅଡୁଆ
ହୋ ଭାବୁଚୁ ଯାହାକୁ ତୁଳସୀ ମାଳିଆ
ରସିକ ନାଗର ସେ ଘନ କାଳିଆ
ତାକୁ ଦବୁନୁ ଚନ୍ଦନ ସଜ ତୁଳସୀ
ସିଏ ଭାଙ୍ଗିବ ତୋହର ମାନ କଳସୀ
ମନ ତାହାର ତାର କଷି
ଆଲୋ ବାର ମାସି
ସତ କହି ହେଲେ ହେବି ଦୋଷୀ
ଆଲୋ ବାର ମାସି
ଜଗାକୁ ଜମାରୁ ନାହିଁ ଲୋ ବିଶ୍ୱାସ
ଚୋରି କରେ ସିଏ ଦେହର ନିଶ୍ୱାସ
ହୋ ଭାବିବୁନି ତାକୁ ମନର ମଣିଷ
ଜଳି ପୋଡି ଦିନେ ହବୁ ତୁ ପାଉଁଶ
ତାକୁ ଦବୁନି କେବେ ତୋ ମନ ପରସି
ନିଦ ହଜେଇ ଦବ ସେ ବଜେଇ ବଂଶୀ
ପ୍ରେମ ତୋର ହବ ବାସି
ଆଲୋ ବାର ମାସି
ସତ କହି ହେଲେ ହେବି ଦୋଷୀ
ଆଲୋ ବାର ମାସି
ହବୁ ନାହିଁ କାଳିଆର ଦାସୀ
ଆଲୋ ବାର ମାସି
ତାର ମଥାରେ ଚନ୍ଦ୍ରିକା ଦେଲେ ତୁ ଖୋସି
ତାର ପୀରତି ଜାଲରେ ଯିବୁ ତୁ ଫସି
ରୋହିଣୀ ବୃଷ ତା ରାଶି
ଆଲୋ ବାର ମାସି
ଆଲୋ ବାର ମାସି ଆଲୋ ବାର ମାସି
sata kahi hele hebi dosi Your Astrology Guru Lyrics in odia language
Thank You