Loading...

299 Big Street, Govindpur, India

Open daily 10:00 AM to 10:00 PM

ଶ୍ରାବଣ ମାସରେ ବିବାହିତ ମହିଳାମାନେ କାହିଁକି ଧୁଅନ୍ତି ନାହିଁ ବାଳ, ଲାଗିଥାଏ ପାପ… ନିଶ୍ଚୟ ଜାଣନ୍ତୁ

ଶ୍ରାବଣ ମାସ ପବିତ୍ର ମାସ ଅଟେ । ଶ୍ରାବଣ ମାସରେ ବିବାହିତା ମହିଳାମାନେ ଏହି ଦିନ ବାରରେ କେଶ ଧୁଅନ୍ତୁ ନାହିଁ । ଏହି ଦିନ ବାରରେ କେଶ ଧୋଇଲେ ପରିବାର ସମସ୍ୟା ଦେଖାଦିଏ, ଆର୍ଥିକ ଅଭାବ ଲାଗିରୁହେ, ପିଲାମାନଙ୍କର କ୍ଷତି ହୋଇଥାଏ ଓ ସ୍ଵାମୀଙ୍କର ମଧ୍ୟ କ୍ଷତି ହୋଇଥାଏ । ହିନ୍ଦୁ ଧର୍ମ ଶାସ୍ତ୍ରରେ ଅନେକ ପରମ୍ପରାକୁ ବିଶେଷ ମହତ୍ଵ ଦିଆଯାଏ । ଷୋଡଶ ସଂସ୍କାର ମଧ୍ୟରେ ଚୂଡା କରଣ, ବ୍ରତ, ବିବାହ, ଅନ୍ତିମ ସଂସ୍କାର ଓ ଅନ୍ୟ କେତେକ ପରମ୍ପରା ଅଛି ଯାହାକୁ ଆଜି ମଧ୍ୟ ଏହି ପରମ୍ପରାକୁ ପାଳନ କରା ଯାଉଛି ।

ବିଶେଷ କରି ମହିଳାମାନେ ଶୁଭ କର୍ମ କରିବା ବେଳେ ଶୁଭ ଅଶୁଭ ସମୟ ଓ ଦିନ ପ୍ରତି ଧ୍ୟାନ ରଖିବା ଉଚିତ୍ । ହିନ୍ଦୁ ଧର୍ମରେ ମହିଳାମାନେ ସପ୍ତାହରେ ବିଶେଷ ଦିନରେ ଯଦି କେଶ ଧୋଇଥାନ୍ତି ତେବେ ସ୍ଵାମୀଙ୍କ ପ୍ରତି ବାଧା ହୋଇଥାଏ ଓ ପିଲାମାନଙ୍କର ମଧ୍ୟ କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଦିନ ବିବାହିତା ମହିଳାମାନେ କେଶ ନ ଧୋଇବା ଉଚିତ୍ । ବିବାହ କରିନଥିବା ଝିଅମାନେ ବୁଧବାର ଦିନ କେଶ ଧୋଇଲେ ତାଙ୍କ ଭାଇଙ୍କ ପ୍ରତି ସଙ୍କଟ ଦେଖା ଦେଇଥାଏ । ସେଥିପାଇଁ ବୁଧବାର ଦିନ କୁମାରୀ ଝିଅମାନେ କେଶ ନ ଧୋଇବା ଉଚିତ୍ ।

ବିବାହିତା ମହିଳାମାନେ ଗୁରୁବାର ଦିନ କେଶ ଧୋଇଲେ ସ୍ଵାମୀଙ୍କର ଆୟୁଷ ହାନି ହୋଇଥାଏ । ଗୁରୁବାର ଦିନ ନଖ ବା କେଶ କାଟିବେ ନାହିଁ । ଗୁରୁବାର ଦିନ ସକାଳୁ ଘର ପୋଛି ପରିଷ୍କାର ପରିଛନ ରଖିଲେ ପରିବାରରେ ବିପତ୍ତି କଟିଯାଇ ଧନଲାଭ ହେବ । ଲୁଗାପଟା ସଫା କରିବେ ନାହିଁ । ଏହିପରି କଲେ ପରିବାରରେ ବିପତ୍ତି ପଡିଥାଏ । ସେହିପରି ସୋମବାର ଦିନ ବିବାହିତା ମହିଳାମାନେ କେଶ ଧୋଇଲେ ପିଲା ମାନଙ୍କର କ୍ଷତି ହୋଇଥାଏ ଓ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ଯାହା ଫଳରେ ଅର୍ଥ ଅଭାବ ହେତୁ ପରିବାରରେ ମଧ୍ୟ ଅଶାନ୍ତି ଦେଖା ଦିଏ ଓ ମାନସିକ ଚିନ୍ତା ଲାଗି ରୁହେ । ତେଣୁ ସୋମବାର ଦିନ ବିବାହିତା ମହିଳାମାନେ କେଶ ନ ଧୋଇବା ଉଚିତ୍ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହି ବିଶେଷ ଦିନ ବାରରେ ବିବାହିତା ମହିଳାମାନେ କେଶ ନ ଧୋଇବା ଉଚିତ୍ । ଏହି ନିୟମକୁ ନିଶ୍ଚୟ ପାଳନ କରନ୍ତୁ । ଗୃହରେ ଧନଧାନ୍ୟ ପରିପୂର୍ଣ୍ଣ ହେବା ସହିତ ରୋଗ ଶୋକ ମଧ୍ୟ ଦୂରେଇ ଯିବ । ସୁଖ ଶାନ୍ତିରେ କାଳାତି ପାତ କରି ପାରିବେ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00