Your Astrology Guru Lyrics
ତୋର ଭକତ ତାଲିକାରୁ ମୋ ନାଆଁକୁ କାଟିଦେ
Tora Bhakata Talikaru Your Astrology Guru Lyrics In Odia Language
ତୋର ଭକତ ତାଲିକାରୁ ମୋ ନାଆଁକୁ କାଟିଦେ
ତୋର କରୁଣା ଭଣ୍ଡାରକୁ ବଡଦାଣ୍ଡରେ ବାଣ୍ଟିଦେ
ତୋର ଭକତ ତାଲିକାରୁ ମୋ ନାଆଁକୁ କାଟିଦେ
ତୋର କରୁଣା ଭଣ୍ଡାରକୁ ବଡଦାଣ୍ଡରେ ବାଣ୍ଟିଦେ
ଆରେ କଳା ଠାକୁର
ଦୁଃଖ ତ ହେଲାଣି ମୋର ଅତି ନିଜର
ଆରେ କଳା ଠାକୁର
ଦୁଃଖ ତ ହେଲାଣି ମୋର ଅତି ନିଜର
ତୋର ଭକତ ତାଲିକାରୁ ମୋ ନାଆଁକୁ କାଟିଦେ
ତୋର କରୁଣା ଭଣ୍ଡାରକୁ ବଡଦାଣ୍ଡରେ ବାଣ୍ଟିଦେ
ତୋର ବଡପଣିଆ କୁ ଦାଣ୍ଡରେ ପକାଇ ନାହିଁ
ଦୁଃଖ ସହି ସହି ଛାତି ଗଲାଣି ପଥର ହୋଇ
ହୋ ତୋର ବଡପଣିଆକୁ ଦାଣ୍ଡରେ ପକାଇ ନାହିଁ
ଦୁଃଖ ସହି ସହି ଛାତି ଗଲାଣି ପଥର ହୋଇ
ମନେ ମନେ ମୁ ଯାଉଚି ସରି ଆପଣା ଭାଗ୍ୟ ଧରି
ସତ କହୁଛି ମରିବା ଯାଏ ଆସିବି ନାହିଁ ପୁରି
ଆରେ କଳା ଠାକୁର
ସୀମା ଟପି ଗଲା ପରେ କିଏ କାହାର
ଆରେ କଳା ଠାକୁର
ସୀମା ଟପି ଗଲା ପରେ କିଏ କାହାର
ତୋର ଭକତ ତାଲିକାରୁ ମୋ ନାଆଁକୁ କାଟିଦେ
ତୋର କରୁଣା ଭଣ୍ଡାରକୁ ବଡଦାଣ୍ଡରେ ବାଣ୍ଟିଦେ
କାଳିଆରେ ତତେ ଛାଡି ମୋର ଆଉ ଗତି ନାହିଁ
ହେଲେ ମୁ ଯେ ନିରୁପାୟ ସହିବାକୁ ଶକ୍ତି ନାହିଁ
ହୋ କାଳିଆରେ ତତେ ଛାଡି ମୋର ଆଉ ଗତି ନାହିଁ
ହେଲେ ମୁ ଯେ ନିରୁପାୟ ସହିବାକୁ ଶକ୍ତି ନାହିଁ
ଜାଣିଚି ମୁହିଁ ରହିବି ଜିଇ ବାକି ଜୀବନ ପାଇଁ
କୁଡ଼ିଆ ଘରେ ଲିଭା ଦୀପର ପୋଡା ସଳିତା ହୋଇ
ଆରେ କଳା ଠାକୁର
ସିଂହ ଦ୍ୱାରେ ଜଣାଇଚି ଶେଷ ଜୁହାର
ଆରେ କଳା ଠାକୁର
ସିଂହ ଦ୍ୱାରେ ଜଣାଇଚି ଶେଷ ଜୁହାର
ତୋର ଭକତ ତାଲିକାରୁ ମୋ ନାଆଁକୁ କାଟିଦେ
ତୋର କରୁଣା ଭଣ୍ଡାରକୁ ବଡଦାଣ୍ଡରେ ବାଣ୍ଟିଦେ
ତୋର ଭକତ ତାଲିକାରୁ ମୋ ନାଆଁକୁ କାଟିଦେ
ତୋର କରୁଣା ଭଣ୍ଡାରକୁ ବଡଦାଣ୍ଡରେ ବାଣ୍ଟିଦେ
ଆରେ କଳା ଠାକୁର
ଦୁଃଖ ତ ହେଲାଣି ମୋର ଅତି ନିଜର
ଆରେ କଳା ଠାକୁର
ଦୁଃଖ ତ ହେଲାଣି ମୋର ଅତି ନିଜର
ଆରେ କଳା ଠାକୁର
ଦୁଃଖ ତ ହେଲାଣି ମୋର ଅତି ନିଜର
Tora Bhakata Talikaru Mo Naanti Katide Your Astrology Guru Lyrics In Odia Language
Thank You