Loading...

299 Big Street, Govindpur, India

Open daily 10:00 AM to 10:00 PM

ଉତ୍ତର ମୁଖୀ ଭବନ:– ଉତ୍ତର ଦିଗରେ ମୁଖ୍ୟ ଦ୍ଵାର ଶୁଭ ନା ଅଶୁଭ ? ଜାଣନ୍ତୁ କଣ ପଡେ ପ୍ରଭାବ କେଏନ କରିବେ ପ୍ରତିକାର

ଉତ୍ତର ମୁଖୀ ଭବନ:– ଉତ୍ତରଦିଗରେ ସଡ଼କ ଥିଲେ, ଗୃହ ଉତ୍ତରାଭିମୁଖୀ କରିବାକୁ ପଡିଥାଏ । ଏଭଳି ଭୂଖଣ୍ଡରେ ଗୃହନିର୍ମାଣ କରିବାବେଳେ ବାସ୍ତୁ ସିଦ୍ଧାନ୍ତ ପାଳନ କରିବା ସହିତ ଶୁଭ-ଅଶୁଭ କଥାକୁ ମଧ୍ୟ ବିଚାରକୁ ନେବା ଉଚିତ୍ । ସବୁ ଦିଗକୁ ଲକ୍ଷ କରି ଦ୍ଵାର ନିର୍ମାଣ କରିଥିଲେ ସମସ୍ତ ବିପଦକୁ ଟାଳିଦେଇ ହବ । ଉତ୍ତରଦ୍ଵାର ଅତ୍ୟନ୍ତ ଶୁଭ ହୋଇଥିଲେ ମଧ୍ୟ ଯଦି ଦ୍ଵାରବେଧ ରହୁଥାଏ କିମ୍ବା ଭୁଲ ଭାଗରେ ଦ୍ଵାର ନିର୍ମାଣ କରିଥାନ୍ତି ତେବେ ବିପଦର ସମ୍ମୁଖୀନ ହେବାକୁ ପଡିବ । ଦ୍ଵାରବେଧ କଣ ଭୁଲ୍ ଭାଗ କାହାକୁ କହନ୍ତି ସେବିଷୟରେ ଜାଣିବା ଓ କଣ ବାସ୍ତୁ ଜ୍ଯୋତିଷ ଉପଚାର କଲେ ଭୁଲ୍ ତୃଟିକୁ ସୁଧାରୀ ପାରିବା ଆସନ୍ତୁ ଜାଣିବା ।

ଦ୍ଵାର ବେଧ- ଯଦି ଦ୍ଵାର ସାମ୍ନାରେ ତ୍ରିଛକିରାସ୍ତା, ବଡବୃକ୍ଷ, କୂଅ ପୋଖରୀ, ଉଚ୍ଚାଖମ୍ବ, ଦେବା ଦେବୀ ମନ୍ଦିର ଥିଲେ ଦ୍ଵାରର ବେଧ ହୋଇଥାଏ ଏହା ଅଶୁଭ ହେବ । କିନ୍ତୁ ଘରର ଉଚ୍ଚତା ଯେତେଫୁଟ ଥିବ ସେତିକି ଫୁଟ ଦୂରତାରେ ଉକ୍ତ ପଦାର୍ଥ ଦ୍ଵାର ସାମ୍ନାରେ ଥିଲେ ବେଧ ଦୋ-ଷ ଲାଗେ ନାହିଁ । ବେଧଫଳ- ତ୍ରିଛକି କିମ୍ବା ଚାରିଛକି ରାସ୍ତାରେ ବେଧ ହେଲେ ଗୃହ ସ୍ଵାମୀଙ୍କ ଉନ୍ନତିରେ ବାଧାଆସେ । ବୃକ୍ଷ ବେଧରେ ସନ୍ତାନ କଷ୍ଟ, ଦ୍ଵାର ପାଖରେ ନର୍ଦମା ବା ଆବର୍ଜନା ରହିଲେ ରୋଗଶୋକ, କୂଅ ସାମ୍ନାରେ ରହିଲେ ଅଚିହ୍ନା ରୋଗ ହୁଏ, ଦେବତାଙ୍କ ମୂର୍ତ୍ତି ବା ମନ୍ଦିର ରହିଲେ ରୋଗ, ରୁଣ,ସତୃଙ୍କ ଦ୍ଵାରା ପୀଡା, ଖମ୍ବ ରହିଲେ ମାନସିକ ଦୁଶ୍ଚିନ୍ତା ଲାଗିରୁହେ ଓ ଶିକ୍ଷାକେନ୍ଦ୍ର, ଦୋକାନ ଆଦି ସାମ୍ନାରେ ରହିଲେ ବାଦବିବାଦ, ମାଲିମୋକଦ୍ଦମା ଲାଗି ରହିଥାଏ ।

ଷୋହଳ ଗୃହର ନାମ କୁହାଯାଏ । ଷୋହଳ ଗୃହର ନାମ- ଧୃବ, ଧାନ୍ୟ, ଜୟ, ନନ୍ଦ, ସ୍ଵର, କାନ୍ତ, ମନୋରମ, ସୁବକ, ଦୁର୍ମୁଖ, କୃର, ବିପତ, ଧନଦ, କ୍ଷୟ, ଆକ୍ରନ୍ଦ, ବିପୁଳ ଓ ବିଜୟ ଅଟେ । ଏହି ନାମ ଦ୍ଵାରା ହିଁ ଫଳ ହୋଇଥାଏ । ଉତ୍ତର = ୧-ରୋଗ-ବଧ ବା ବନ୍ଧନଭୟ । ୨- ଅହିର୍ବୁଧ୍ନ- ଶତୃ ବୃଦ୍ଧି । ୩- ମୁଖ୍ୟ- ସନ୍ତାନଲାଭ । ୪- ଭଲ୍ଲାଟ- ସମ୍ପତ୍ତିଲାଭ । ୫- ସୋମ-ପୁତ୍ର ଲାଭ । ୬- ସର୍ପ-ପୁତ୍ର ବୈର । ୭-ଅଦିତି- ସନ୍ତାନଲାଭ । ୮-ଦିତି- ଦରିଦ୍ରତା । ୯-ଶିଖୀ- ଅଗ୍ନି ଭୟ । ଶାସ୍ତ୍ରରେ ଅଛି –ଦକ୍ଷିଣ ଦରଜା ରଜା, ଉତ୍ତର ତାହାର ପ୍ରଜା, ପୂରୁବେ ପାଇବ ମଜ୍ଜା, ପଶ୍ଚିମେ ଭୋଗିବ ସଜ୍ଜା । ଉତ୍ତରଦିଗ ଗୃହର ମୁଖ୍ୟ ପ୍ରବେଶ ଦ୍ୱାରକୁ, ବାୟୁକୋଣରୁ ଐଶାନ୍ୟ କୋଣ ପର୍ଯ୍ୟନ୍ତ ଫିତା ପକାଇ ମାପି ଯେତେ ଫୁଟ ହେବ ତାହାକୁ ନ ଭାଗ କଲା ପରେ ତୃତୀୟ, ଚତୁର୍ଥ, ପଞ୍ଚମ ଓ ସପ୍ତମ ଭାଗରେ ବାସ ଗୃହର ମୁଖ୍ୟ ଦ୍ୱାର କଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ ।

ଅନ୍ୟ ଭାଗ ମାନଙ୍କରେ ଯଦି ମୁଖ୍ୟ ଦ୍ୱାର କରନ୍ତି ତେବେ ବାୟୁକୋଣର ପ୍ରଥମ ଭାଗରେ ଘରର ସଦସ୍ୟ ବନ୍ଧନଭୟ ପାଇବା ସହ ଆକସ୍ମିକ ଦୁର୍ଘଟଣାର ଶିକାର ହୁଅନ୍ତି, ଦ୍ଵିତୀୟ ଭାଗରେ ଆକସ୍ମିକ ଦୁଃଖକଷ୍ଟ ଭୋଗ କରିବାକୁ ପଡେ ଓ ରୋଗ, ରୁଣ, ଶତୃ ବୃଦ୍ଧି ପାଇବେ । ତୃତୀୟ ଭାଗରେ ସନ୍ତାନ ଲାଭ, ସନ୍ତାନ ମାନଙ୍କର ଉନ୍ନତି, ବିଦ୍ୟା, ବୁଦ୍ଧି, ଯଶ ମାନ, ପ୍ରତିଷ୍ଠା, ପତିପ୍ରତ୍ତି, ଧନରତ୍ନ ଆଦି ଲାଭ ହୁଏ । ଚତୁର୍ଥ ଭାଗରେ ସନ୍ତାନ ମାନଙ୍କର ଉନ୍ନତି ଧନ, ଜନ, ଗୋପଲକ୍ଷ୍ମୀ ପ୍ରାପ୍ତି ଓ ସୁଖ, ଶାନ୍ତି ସେ ଗୃହରେ ବିରାଜ ମାନ କରେ । ପଞ୍ଚମରେ କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ଷଷ୍ଠଭାଗରେ କର୍ମ ବ୍ୟବସାୟ ନାଶ, ଶତୃ ବୃଦ୍ଧି, ରୋଗ ଋଣରେ ପୀଡ଼ିତ ହୁଅନ୍ତି ।

ସପ୍ତମ ଭାଗରେ ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ଅଷ୍ଟମ ଭାଗରେ ବାରମ୍ବାର ଘରୁ ଚୋରିହେବ, ଦୁଃଖ ଶୋକରେ ଦିନ କଟେ । ନବମ ଭାଗରେ ଦାଂପତ୍ୟ ସୁଖ ହାନୀ, ଶୋକାତୁର, ଅନାଟନ ଦୁଃଖ ଦୈନତା ଭିତରେ ଦିନ କାଟିବାକୁ ପଡ଼େ । ବ୍ୟବସାୟ ଗୃହ ନିର୍ମାଣ କଲେ ଏଭଳି ସ୍ଥଳେ ହୋଟେଲ, ଅଫିସ୍, ରେଡିମେଡି, ଶାଢୀ, ସମସ୍ତ ପ୍ରକାରବସ୍ତ୍ର, ଅଗରବତୀ, କ୍ଷୀର, ଦହି, ଘିଅ, ସୁନା, ଚାନ୍ଦି ଓ ଖାଦ୍ୟଦ୍ରବ୍ୟ ବ୍ୟବସାୟରେ ଅଧିକ ଲାଭ ପାଇବେ ଓ ସମସ୍ତ ବ୍ୟବସାୟ କେନ୍ଦ୍ର ମଧ୍ୟ କରି ପାରିବେ । ଶୁଭକାରକ ତଥ୍ୟ :- ୧ । ଉତ୍ତରମୁଖୀ ଭବନର ଉତ୍ତର ଦିଗରେ ଚାରିକାନ୍ଥ ଗୃହନିର୍ମାଣ କାର୍ଯ୍ୟ ଶେଷରେ ତିଆରି କରିବେ । ଏହାର ମୁଖ୍ୟଦ୍ୱାର ଉତ୍ତର ଦିଗକୁ ରହିବ । ଏଭଳି ନକଲେ ଧନହାନୀ ଓ ବିଭିନ୍ନ ବାଧା ପହଞ୍ଚିବ ।

୨ । ଏହାର ଉତ୍ତର ଭାଗ ଦକ୍ଷିଣ ଭାଗ ଅପେକ୍ଷା ଅଧିକ ଖୋଲା ରଖିଲେ ଗୃହରେ ସମସ୍ତ ସୁଖ ପ୍ରାପ୍ତ ହୁଏ । ୩ । ଉତ୍ତରଭାଗରେ ବରଣ୍ଡା ଓ ମଣ୍ଡପ ଆଦି ନୀଚା ରଖିବେ । ଏହାକଲେ ଉନ୍ନତି, ଯଶ ଓ ଧନପ୍ରାପ୍ତି ସମ୍ଭବ ହେବ । ୪ । ଅନ୍ୟ ବାରଣ୍ଡା ଓ ଗୃହର ଖାଲିଭାଗ ମଧ୍ୟ ନୀଚା ରଖିବେ । ଏହା ଧନଲାଭରେ ସହାୟକ ହୁଏ । ୫ । ସମସ୍ତ ପ୍ରକାର ଜଳପ୍ରବାହ ଉତ୍ତର ଦିଗରେ ଐଶାନ୍ୟ ଆଡ଼କୁ ରଖିବା ଶୁଭପ୍ରଦ । ୬ । ରୋଷେଇ ଆଗ୍ନେୟ କୋଣରେ ଓ ପୂଜାସ୍ଥଳ ଐଶାନ୍ୟ କୋଣରେ କରିବେ । ୭ । ଭଡ଼ାଟିଆ ରଖିଲେ ନିଜେ ଉଚ୍ଚଭାଗରେ ରହି, ନୀଚଭାଗ ଭଡା ଦେବା ଉଚିତ୍ । ଅଶୁଭକାରକ ତଥ୍ୟ:- ୧ । ବାୟୁକୋଣର ପ୍ରଥମ ଦ୍ଵିତୀୟ ଭାଗରେ ଦ୍ୱାର ଲଗାଇବେ ନାହିଁ । ଏହା କଲେ ମାଲିମୋକଦ୍ଦମା, ବାଦବିବାଦ, ଚୋରଭୟ ଏବଂ ଅଗ୍ନିଭୟ ଲାଗି ରହିବ ।

୨ । ଉତ୍ତର-ପୁର୍ବ (ଐଶାନ୍ୟ) କୋଣରେ ଢ଼େଲା, କୁଟା, ଗୋବର, କୁଣ୍ଡା ଆଦି ଅପରିଷ୍କାରବସ୍ତୁ ରଖିବେ ନାହିଁ । ଏସବୁ ରଖିଲେ ଧନହାନୀ ମାନହାନି ହେବ । ୩ । ଦକ୍ଷିଣ ଭାଗରେ ଖାଲିଜାଗା ରଖିଲେ ଓ ଉତ୍ତରଭାଗରେ ଖାଲିଜାଗା ନରଖିଲେ, ଗୃହ ବିକ୍ରି ହୋଇଯାଏ, ଉଜୁଡ଼ିଯାଏ କିମ୍ବା ଅନ୍ୟର ସମ୍ପତ୍ତି ହୋଇଯାଏ । ୪ । ଦକ୍ଷିଣ-ପଶ୍ଚିମ ଅଧିକ ଖାଲି ଜାଗା ଛାଡ଼ିବା କ୍ଷତିକାରକ । ୫ । ଉତ୍ତର ଭାଗରେ ବାରଣ୍ଡା ଓ ମଣ୍ଡପ ଆଦି ଉଚ୍ଚା କରିବେ ନାହିଁ । ଏଭଳି କଲେ ରୋଗରେ ଘାଣ୍ଟି ହେବେ, ଧନହାନୀ ଘଟିବ ଓ ଗୃହର ଶାନ୍ତି ନଷ୍ଟ ହେବ ।

ଏହାର ବ୍ୟତିକ୍ରମରେ ଗୃହ ନିର୍ମାଣ କରିଥିଲେ ସମ୍ପୂର୍ଣ୍ଣ ବାସ୍ତୁ ଯନ୍ତ୍ର ଗୃହରେ ସ୍ଥାପନ କରି ପ୍ରତ୍ୟେକ ଦିନ ମାଟି ଦୀପରେ ତେଜଣା ପାଇଁ ଲୁହାକଣ୍ଟାଟିଏ ପକାଇ ପଚାଶଗ୍ରାମ୍ ଶୋରିଷତେଲ ଦେଇ ଆଙ୍ଗୁଠିମୋଟର ବଳୀତା ପକାଇ ଦୀପ ଜାଳିବେ ଦିନକୁ ଥରେ ଓ ବାସ୍ତୁ କ୍ୟାସେଟ୍ ବଜାଇଲେ ଗୃହର ସମସ୍ତ ଦୋ-ଷ ଖଣ୍ଡନ ହେବ । ଏହି ଯନ୍ତ୍ର ପାଖରେ ୧ଠଠ ଦିନ ପର୍ଯ୍ୟନ୍ତ ଦୀପ ଜାଳିଲା ପରେ ଯନ୍ତ୍ର କାର୍ଯ୍ୟକାରୀ ହେବ ଏବଂ ୧୦୦ଦିନ ପରେ ପ୍ରତ୍ୟେକ ମାସର ଆମାବାସ୍ୟା, ପୂର୍ଣ୍ଣିମା, ସଂକ୍ରାନ୍ତି, ଅଷ୍ଟମୀ ଓ ଚତୁର୍ଥୀ ତିଥିରେ ସାମାନ୍ୟ ତେଲ ଦେଇ ଦୀପ ଜାଳିବାକୁ ପଡିବ । ଅଶୌଚ ସମୟରେ ଦୀପ ଦେବେ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00