Loading...

299 Big Street, Govindpur, India

Open daily 10:00 AM to 10:00 PM

Vastu- କେଉଁ ଦିଗ ସବୁଠାରୁ ଭଲ ଓ କାହିଁକି, ଜାଣନ୍ତୁ

ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଆଗ୍ନେୟ, ନୈରୁତ, ବାୟବ୍ୟ ଓ ଐଶାନ୍ୟ ଆଦି ଦିଗରେ ଘର କରିଥାଉ । ଯେ କୌଣସି ଦିଗରେ ଘର ହେଇଥାଉ ନା କାହିଁକି ତାହା ଲୋକମାନଙ୍କର ଜୀବନର ଦଶାକୁ ପରିବର୍ତ୍ତନ କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଦିଗ ସବୁଠାରୁ ଭଲ ଓ କାହିଁକି ।

୧- ଯେଉଁ ଦିଗରେ ସୂର୍ଯ୍ୟ ଉଦୟ ହୁଅନ୍ତି ତାକୁ ପୂର୍ବ ଦିଗ କୁହାଯାଏ । ପୂର୍ବ ଦିଗରେ ପୂର୍ବମୁଖକୁ ଘର କରିଲେ ଆମେ ସୂର୍ଯ୍ୟଙ୍କର ତାଜା କିରଣ ପାଇଥାଉ । ଅନେକ ଲୋକମାନଙ୍କର ପୂର୍ବମୁଖୀ ଘର ହୋଇଥାଏ, କିନ୍ତୁ କଣ ସମସ୍ତେ ସୁଖରେ ରହିଛନ୍ତି ? ସୂର୍ଯ୍ୟ ଦିନରେ ଘଣ୍ଟା ୧୨ଟା ପରେ ଆଗ୍ନେୟ କୋଣରୁ ଦକ୍ଷିଣ ଦିଗକୁ ଚାଲିଯାନ୍ତି । ଦିନ ଘଣ୍ଟା ୧୧ଟା ପୂର୍ବରୁ ସୂର୍ଯ୍ୟଙ୍କ କିରଣରେ ଭିଟାମିନ୍ ଡି (D) ପ୍ରଚୁର ମାତ୍ରାରେ ମିଳିଥାଏ ।

୨- ଏହା ଜାଣିବା ଜରୁରୀ ଯେ ଉତ୍ତର ଦିଗରେ ସକାରାତ୍ମକ ଊର୍ଜା ଓ ଥଣ୍ଡା ପବନ ମିଳେ । ସେହିପରି ଦକ୍ଷିଣରେ ଝାଞ୍ଜି ପବନ ବା ଗରମ ପବନ ବହିଲେବି ପ୍ରବଳ ମାତ୍ରାରେ ସକରାତ୍ମକ ଊର୍ଜା ସୃଷ୍ଟି ହୁଏ । ତେଣୁ ଆପଣଙ୍କ ଘରର ମୁଖ୍ୟ କବାଟ ଓ ଝରକା କେଉଁ ଦିଗକୁ କରିବେ ତାହା ଚିନ୍ତା କରିବା ଉଚିତ୍ ।

୩- ଘରକୁ ବାୟବ୍ୟ, ଉତ୍ତର, ଐଶାନ୍ୟ, ପୂର୍ବ ଓ ଦକ୍ଷିଣ ଦିଗରେ ହିଁ ସକାରାତ୍ମକ ଊର୍ଜା ମିଳେ । ସେହିପରି ଆଗ୍ନେୟ, ନୈରୁତ ଓ ପଶ୍ଚିମ ଦିଗରେ ଘର କରିଲେ ନକରାତ୍ମକ ଊର୍ଜା ମିଳିଥାଏ । ଅନେକ ଲୋକମାନେ ପଶ୍ଚିମ ଦିଗକୁ ସବୁଠାରୁ ଭଲ ବୋଲି କହିଥାନ୍ତି ।

୪- ଯଦି ଘରର ମୁଖ୍ୟ କବାଟ ଓ ଝରକା ସକାରାତ୍ମକ ଊର୍ଜା ମିଳୁଥିବା ଦିଗକୁ ହୋଇଥାଏ ତେବେ ଘରର ସଦସ୍ୟଙ୍କର ମାନସିକ ଶାନ୍ତି ମିଳେ ଓ ପ୍ରସନ୍ନଚିତ୍ତ ରୁହନ୍ତି । ଯଦି ଏହାର ବିପରୀତ ଦିଗରେ ହୋଇଥାଏ ତେବେ ଘରର ସଦସ୍ୟ ଯେ କୌଣସି ସମସ୍ୟାରେ ଫସି ରୁହନ୍ତି । ମନ ବିଚଳିତ ମଧ୍ୟ ଲାଗି ରୁହେ ।

୫- ଆଗ୍ନେୟ, ପଶ୍ଚିମ ଓ ନୈରୁତ ଦିଗରେ ଥିବା ଘରକୁ ନିରନ୍ତର ଅଲ୍ଟ୍ରାବାୟଲେଟ୍  କିରଣ ଘରକୁ ପ୍ରବେଶ କରିଥାଏ, ଯାହା ଦ୍ଵାରା ଘରେ ଅକ୍ସିଜେନର ପରିମାଣର ମାତ୍ରା କମିଯାଏ । ଏହି କାରଣରୁ ଘରର ସବୁ ସଦସ୍ୟଙ୍କର ବ୍ୟବହାରେ ପରିବର୍ତ୍ତନ ହୋଇ ଚିଡିଚିଡା ସ୍ଵଭାବ ଦେଖାଦିଏ । ଏହା ବ୍ୟତୀତ ଘରର ମହିଳାମାନେ ଅଧିକ ସମୟ ଘରେ ରହୁଥିବାରୁ ତାଙ୍କୁ ଏକ ଗମ୍ଭୀର ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ସେହିଭଳି ଗୃହରେ କଳହ ସୃଷ୍ଟି ହୋଇ କ୍ଷତି ମଧ୍ୟ ଘଟେ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00