Loading...

299 Big Street, Govindpur, India

Open daily 10:00 AM to 10:00 PM

2022 ମସିହା ଅକ୍ଟୋବରମାସ 26 ତାରିଖରେ ଗୋବର୍ଦ୍ଧନ ଉତ୍ସବ ଓ ଗୋମାତାଙ୍କୁ ପୂଜା କରାଯିବ, ଏହି ଗୋବର୍ଦ୍ଧନ ପୂଜା କଲେ ବର୍ଷକ ପର୍ଯ୍ୟନ୍ତ ଶରୀର ରହିବ ସୁସ୍ଥ… ବାସ କରନ୍ତୁ ଏହି ଉପାୟ

ଗୋବର୍ଦ୍ଧନ ପୂଜା: ୨୦୨୨ମସିହା ଅକ୍ଟୋବରମାସ ୨୬ତାରିଖରେ ଗୋବର୍ଦ୍ଧନ ଉତ୍ସବ ଓ ଗୋମାତାଙ୍କୁ ପୂଜା କରାଯିବ । ଗୋବର୍ଦ୍ଧନ ପୂଜା କାର୍ତ୍ତିକ ମାସ, ଶୁକ୍ଲପକ୍ଷ ପ୍ରତିପଦା ତିଥିରେ ପାଳନ କରାଯାଏ । ଏହି ପର୍ବକୁ ଅନ୍ନକୂଟ ପର୍ବ ନାମରେ ମଧ୍ୟ ଜଣାଯାଏ । ଏହାର ପୌରାଣିକ ମହତ୍ଵ ମଧ୍ୟ ଅଛି । ଏହି ପର୍ବ ଦୀପାବଳିର ପରଦିନ ପୂଜା କରାଯାଏ । ଏହା ପ୍ରକୃତି ଓ ମନୁଷ୍ୟର ସମ୍ବନ୍ଧରେ ସଂଯୁକ୍ତ ହୋଇଅଛି । ଗୋବର୍ଦ୍ଧନ ଅର୍ଥ ଗୋମାତାଙ୍କର ମଳ ବା ଗୋବରକୁ ପୂଜା କରାଯାଏ । ଗଙ୍ଗା ଜଳ ପରି ଗୋମାତାଙ୍କର ମଳ ବା ଗୋବର ମଧ୍ୟ ପବିତ୍ର ଅଟେ ବୋଲି ଶାସ୍ତ୍ରରେ କୁହାଯାଇଛି ।

ଗୋବର୍ଦ୍ଧନ ପୂଜାର ବିଧି – ହିନ୍ଧୁ ଧର୍ମରେ ଗାଈର ଗୋବରରେ ଗୋବର୍ଦ୍ଧନ ମୂର୍ତ୍ତି ତିଆରି କରି ପୂଜା କରାଯାଏ । ଭଗବାନ ଗିରିରାଜଙ୍କୁ ପ୍ରସନ୍ନ କରିବା ପାଇଁ ଅନ୍ନକୂଟ ଭୋଗ ମଧ୍ୟ କରାଯାଏ । ଗାଈ ବା ବଳଦଙ୍କୁ ସ୍ନାନ କରାଇ ଫୁଲମାଳା ବେକରେ ଦିଆଯାଏ, ଧୂପ, ଚନ୍ଦନ ଆଦିରେ ପୂଜା କରାଯାଏ । ମିଠା ଭୋଗ କରି ଗାଇଙ୍କୁ ଆରତୀ ମଧ୍ୟ କରାଯାଏ, ଏହାପରେ ଗାଈର ଚାରିପାଖରେ ପ୍ରଦକ୍ଷିଣ ମଧ୍ୟ କରାଯାଏ । କାର୍ତ୍ତିକ ମାସ, ଶୁକ୍ଲପକ୍ଷ ପ୍ରତିପଦା ତିଥିରେ ଭଗବାନ ଗିରିରାଜଙ୍କୁ ବିଭିନ୍ନ ପ୍ରକାର ଚାଉଳରେ ପ୍ରସ୍ତୁତ ରନ୍ଧା ଖାଦ୍ୟ, ଫଳ, ଫୁଲ ଆଦିରେ ଭୋଗ କରାଯାଏ । ଏହାପରେ ସେହି ଭୋଗକୁ ପରିବାରର ସବୁ ସଦସ୍ୟ ଓ ମିତ୍ରମାନେ ମଧ୍ୟ ସେହି ପ୍ରସାଦକୁ ଖାଇବେ ।

ଗୋବର୍ଦ୍ଧନ ପୂଜା ବ୍ରତ କଥା – ଏହି ପୂଜା ଦ୍ଵାପର ଯୁଗର ଅଟେ । ବ୍ରଜରେ ଇନ୍ଦ୍ରଙ୍କୁ ପୂଜା କରାଯାଉଥିଲା, ସେଠାରେ ଭଗବାନ ଶ୍ରୀକୃଷ୍ଣ ଆସି ପଚାରିଲେ ଯେ ଏଠାରେ କାହାକୁ ପୂଜା କରୁଛନ୍ତି । ଗୋକୁଳରେ ରହୁଥିବା ଲୋକମାନେ କହିଲେ ଯେ ଦେବରାଜ ଇନ୍ଦ୍ରଙ୍କୁ ପୂଜା କରାଯାଉଛି । ଏହା ଶୁଣି ଶ୍ରୀକୃଷ୍ଣ କହିଲେ ଯେ ଇନ୍ଦ୍ରଙ୍କୁ ପୂଜା କରିଲେ କିଛି ଲାଭ ହେବ ନାହିଁ । ଇନ୍ଦ୍ରଙ୍କର ବର୍ଷା କରାଇବା ତାଙ୍କର ଏକ ଦାୟିତ୍ଵ ଅଟେ, ସେ ଏହି ଦାୟିତ୍ଵକୁ ବହନ କରୁଛନ୍ତି ।

ଯାହା କି ଗୋବର୍ଦ୍ଧନ ପର୍ବତ ଆମର ଗୌ-ଧନର ସମ୍ବର୍ଦ୍ଧନ ଓ ସଂରକ୍ଷଣ କରିଥାଏ । ଯାହାକି ପର୍ଜ୍ୟବରଣ ଶୁଦ୍ଧ ହୁଏ । ସେଥିପାଇଁ ଇନ୍ଦ୍ରଙ୍କୁ ପୂଜା ନ କରି ଗୋବର୍ଦ୍ଧନଙ୍କୁ ପୂଜା କରିବା ଉଚିତ୍ । ଗୋକୁଳର ଲୋକମାନେ ଶ୍ରୀକୃଷ୍ଣଙ୍କ କଥା ଶୁଣି ଗୋବର୍ଦ୍ଧନଙ୍କୁ ପୂଜା କରିଲେ । ଇନ୍ଦ୍ରଦେବ ଏହା ଦେଖି ବହୁତ କ୍ରୋଧିତ ହୋଇ ମେଘକୁ ଆଦେଶ ଦେଲେ ଯେ ଗୋକୁଳକୁ ବିନାଶ କରିଦିଅ । ମେଘ ଏହି ଆଦେଶରେ ବହୁତ ବର୍ଷା କରାଇଲେ ଏହା ଦେଖି ଲୋକମାନେ ଭୟଭୀତ ହେଲେ ।

ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଆସି ନିଜର କନିଷ୍ଠ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ଉଠାଇଲେ ଓ ଗୋକୁଳର ଲୋକମାନଙ୍କୁ ସେହି ପର୍ବତ ତଳେ ରଖି ଇନ୍ଦ୍ରଙ୍କ କୋପରୁ ରକ୍ଷା କରିଲେ । ଯେତେବେଳେ ଇନ୍ଦ୍ରଦେବ ଜାଣିଲେ ଯେ ଶ୍ରୀକୃଷ୍ଣ ସ୍ଵୟଂ ଶ୍ରୀହରି ବିଷ୍ଣୁଙ୍କ ଅବତାର ଅଟନ୍ତି, ସେତେବେଳେ ସେ ନିଜର ମୂର୍ଖଭାବ ପ୍ରତି ଲଜ୍ଜିତ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କୁ କ୍ଷମା ପ୍ରାର୍ଥନା ମାଗିଲେ । ସେହିଦିନ ଠାରୁ ଗୋବର୍ଦ୍ଧନ ପୂଜା ଶ୍ରଦ୍ଧା ପୂର୍ବକ ପାଳନ କରାଯାଉଛି ।

ଗୋବର୍ଦ୍ଧନ ପୂଜାର ମହତ୍ଵ – କୁହାଯାଏ କି ଭଗବାନ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କର ଅହଂକାରକୁ ଭାଙ୍ଗିବାର ଉଦେଶ୍ୟ ଥିଲା ବ୍ରଜବାସୀଙ୍କୁ ଗୌ-ଧନ ଓ ପର୍ଜ୍ୟବରଣର ମହତ୍ଵକୁ ଜାଣିବା କଥା । ଯାହା ସେ ତାଙ୍କର ରକ୍ଷା କରିବେ । ଆଜି ମଧ୍ୟ ଗୋମାତାର ବିଶେଷ ମହତ୍ଵ ରହିଛି । ଗୋମାତାର କ୍ଷୀର ମଧ୍ୟ ଆମ ଜୀବନର ବିଶେଷ ସ୍ଥାନ ରଖିଛି । ବର୍ତ୍ତମାନ ବ୍ରଜରେ ଗୋବର୍ଦ୍ଧନ ପର୍ବତ ଏକ ଛୋଟ ଆକାରରେ ଅଛି, କିନ୍ତୁ ଏହି ପର୍ବତକୁ ରାଜା ବୋଲି କୁହାଯାଏ । ଏହି ସଜ୍ଞା ଗୋବର୍ଦ୍ଧନକୁ ଏଥିପାଇଁ ପ୍ରାପ୍ତ ହୋଇଥିଲା କି ଏହା ଭଗବାନ ଶ୍ରୀକୃଷ୍ଣଙ୍କ ସମୟରେ ଏକ ମାତ୍ର ସ୍ଥାୟୀ ଓ ସ୍ଥିର ଅବଶେଷ ଅଟେ । ସେହି ସମୟରେ ଯମୁନା ନଦୀ ବେଳେ ବେଳେ ନିଜର ଧାରାକୁ ବଦଳାଇଥାଏ । ସେହିପରି ଗୋବର୍ଦ୍ଧନ ପର୍ବତ ମଧ୍ୟ ନିଜର ସ୍ଥାନରେ ହିଁ ବିଦ୍ୟମାନ ରହିଥିଲା । ଗୋବର୍ଦ୍ଧନ ପର୍ବତକୁ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ମଧ୍ୟ କୁହାଯାଏ ଓ ସେହି ରୂପରେ ପୂଜା ମଧ୍ୟ କରାଯାଏ । ଗର୍ଗ ସଂହିତାରେ କୁହାଯାଇଛି ଯେ ଗୋବର୍ଦ୍ଧନ ପର୍ବତକୁ ରାଜା ଓ ହରିଙ୍କ ପ୍ରିୟ ଅଟେ । ଏହା ଏକ ତୀର୍ଥ ସ୍ଥାନ ମଧ୍ୟ ଅଟେ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00