Loading...

299 Big Street, Govindpur, India

Open daily 10:00 AM to 10:00 PM

2023 ମସିହା ଇଂରାଜୀ ନବବର୍ଷ କେମିତି କଟିବ ମେଷ (Aries) ରାଶିର, କଣ କହୁଛି ଗ୍ରହ ନକ୍ଷତ୍ର… ଦେଖନ୍ତୁ

୨୦୨୩ ମସିହା ଇଂରାଜୀ ନବବର୍ଷ କେମିତି କଟିବ ମେଷରାଶିର ଆବାଳବୃଦ୍ଧ ବନିତାମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା – ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ପ୍ରଥମେ ଜାଣିବା ୨୦୨୩ ମସିହାରେ ମେଷରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ବୁଧ, ମେଷରାଶିରେ ଚନ୍ଦ୍ର, ରାହୁ, ବୃଷରେ ମଙ୍ଗଳ, ମକରରେ ଶନି, ଶୁକ୍ର, ମୀନରାଶିରେ ଗୁରୁ, ତୁଳାରାଶିରେ କେତୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୩ମସିହା ଏପ୍ରିଲମାସ ୨୧ତାରିଖରେ ମେଷରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୩ ମସିହା ଜାନୁୟାରୀ ୧୭ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

ମେଷରାଶିର ଜାତକଙ୍କ ପାଇଁ ୨୦୨୩ ମସିହାରେ ଗ୍ରହରାଜ ଶନିଶ୍ଚର କର୍ମଭାବରୁ ଲାଭଭାବକୁ ଗମନ କରି ବିରାଜମାନ କରିବେ ଯାହାଫଳରେ ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ବ୍ୟସ୍ତ ରହିବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ବିଦେଶ ଯାତ୍ରା କରିବାକୁ ଚାହୁଁଥିଲେ ଭଲରେଯାତ୍ରା କରି ପାରିବେ । ଅଧିକ ଧନ ଅର୍ଜନ କରିବାର ରାସ୍ତାଖୋଲି ଯିବ । ଅନେକ କ୍ଷେତ୍ରରେ ଅତ୍ୟନ୍ତ ଶୁଭ ଫଳ ମିଳିବ । ସାଧାରଣ ଲୋକଙ୍କୁ ସହଯୋଗ କରିବା ଦ୍ଵାରା ସାମାଜିକ ପତିଆରା ଅମଳିନ ରହିବ । ସାମାଜିକ କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ । ଶାରୀରିକ ସମସ୍ୟାରୁ ମୁକ୍ତି ପାଇବା ସହ ମାନସିକ ଶାନ୍ତି ମିଳିବ । ଜୀବନରେ କିଛି ସକାରତ୍ମକ ଭାବନା ସୃଷ୍ଟି ହେବ ।

କ୍ୟାରିୟରରେ ଉତ୍ତମଫଳ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା କ୍ଷେତ୍ରରେ ଶୁଭ ପରିଣାମ ମିଳିବ । ବିଭାଗୀୟ ପରୀକ୍ଷା, ପ୍ରତିଯୋଗିପରୀକ୍ଷାର ପରିଣାମ ମନ ଅନୁକୂଳହେବ ଓ ନୂତନକର୍ମରେ ନିଯୁକ୍ତି ପାଇବେ । ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ସହ ସହଯୋଗୀମାନେ ପୂର୍ଣ୍ଣ ସହଯୋଗ କରିବେ । କିନ୍ତୁ ଅଧିକ ପରିଶ୍ରମ କରିବାକୁ ପଡିବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ଆର୍ଥିକ ସ୍ଥିତିକୁ ସୁଧାର ଆଣିବା ପାଇଁ ବାରମ୍ବାର ଚେଷ୍ଟା କରିବେ । ଯେଉଁ କାରଣରୁ ନିଜର ଖର୍ଚ୍ଚ ପ୍ରତି ବିଶେଷ ସାବଧାନ ରହିବା ଆବଶ୍ୟକ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବା ସହ ପ୍ରେମ ସମ୍ପର୍କ ମଜବୁତ ହେବ । ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଭରପୁର ରହିବ ଯାହାକି ପରିଣାମ ସ୍ଵରୂପ ଜୀବନ ସାଥିଙ୍କ ସହିତ ଭଲରେ ସମୟ ବିତାଇବେ । ପରିବାରର ଗୁରୁଜନଙ୍କ ସହଯୋଗ ପ୍ରାପ୍ତ ହେବେ ଓ ପରିବାରର ସଦସ୍ୟଙ୍କୁ ଏକତ୍ରିତ କରିବାରେ ସଫଳ ହେବେ । ଖାଦ୍ୟପେୟ ଓ ଜୀବନଶୈଳୀରେ ସାବଧାନତା ଅବଲମ୍ବନ କଲେ ସବୁ ପୁରୁଣା ରୋଗରୁ ମୁକ୍ତି ମିଳିବ ।

ଅପ୍ରେଲ ମାସ ପରେ ଗୁରୁଗ୍ରହ ଲଗ୍ନଭାବରେ ବିରାଜମାନ କରି ସନ୍ତାନଭାବ, ଜାୟାଭାବ ଓ ଭାଗ୍ୟଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖିବା ଫଳରେ ଅସୀମ କୃପା ପ୍ରଦାନ କରିବେ ଏବଂ ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିପାରିବେ । ସନ୍ତାନମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ସୁଯୋଗ ହାତ ପାହାନ୍ତାରେ ପାଇ ଶତୃମାନଙ୍କୁ ମୁକାବିଲା କରି ପାରିବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଶା ମୁତାବକ ଫଳ ପ୍ରାପ୍ତି ହେବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାର କ୍ଷେତ୍ରରେ କୃତକାର୍ଯ୍ୟ ହେବେ ।

ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । କର୍ମକ୍ଷେତ୍ରରେ ଦାୟିତ୍ଵ ବଢିବା ସହ ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ ଓ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । ଧର୍ମ କାର୍ଯ୍ୟ ପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ । ଇଲେକ୍ଟ୍ରୀ, ଇଲେକ୍ଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ ।

କିନ୍ତୁ ଲଗ୍ନଭାବରେ ରହୁମହାଗ୍ରହ ବିରାଜମାନ କରି ଥିବାରୁ ଉଦର ରୋଗ, ବାୟୁବିକାର, ଚର୍ମରୋଗ, ସ୍ନାୟୁ ଦୁର୍ବଳତା ଆଦି ରୋଗମାନ ଦେଖା ଦେଇ ପାରେ । ଅନାବଶ୍ୟକ ଖର୍ଚ୍ଚ ଅଧିକରୁ ଅଧିକ ହେବା ଫଳରେ ମାନସିକ ଦୁଃଶ୍ଚିନ୍ତା ବଢ଼ିଯିବ । ସ୍ଥାନ ପରିବର୍ତ୍ତନ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ପରିବାର ଓ ଆର୍ଥିକ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇ ପାରେ । ପ୍ରତିକାର- ୧-ପ୍ରତ୍ୟେକ ଶନିବାରଦିନ ପାଣିରେ କିଛି ଗୋଟାଲୁଣ ପକାଇ ଘରକୁ ପୋଛନ୍ତୁ ଓ ପ୍ରତ୍ୟେକ ଗୁରୁବାରଦିନ କଦଳୀଗଛ ମୂଳରେ ହଳଦୀ ପାଣି ଦିଅନ୍ତୁ । ୨- ପ୍ରତ୍ୟେକ ଦିନ ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ଓ ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ । ୩- ସବୁବେଳେ ନାଲି ରୁମାଲ ଟିଏ ପାଖରେ ରଖନ୍ତୁ ଓ ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00