Table of Contents
Your Astrology Guru Lyrics
ଏଇ ପବନରେ ଲେଖା ତାର ନାଆଁ
Ae Pahadare Ae Jharanare Your Astrology Guru Lyrics In Odia Language
ଲା ଲା ଲା ଲା ହୋ ହୋ ହୋ
ଓ ଏଇ ପାହାଡରେ ଏଇ ଝରଣାରେ
ଏଇ ପବନରେ ଲେଖା ତାର ନାଆଁ
ଏଇ ନଈ କୂଳେ ଏଇ ଝାଉଁ ବଣେ
ଏଇ ତୋଟା ମାଳେ ମୋର ଛୋଟ ଗାଆଁ
କେବେ କୃଷ୍ଣଚୁଡା ଫୁଲେ
ପିନ୍ଧେ ନାଲି ନାଲି ରଙ୍ଗ ଚୁଡ଼ି
କେବେ ସୋରିଷ ଫୁଲର
ସୁନା ରଙ୍ଗ ବୋଳା ଶାଢ଼ୀ
ମମତାର ମହକ ସେ ଆଉ ଗୋଟିଏ ମାଆ
ଏଇ ପାହାଡରେ ଏଇ ଝରଣାରେ
ଏଇ ପବନରେ ଲେଖା ତାର ନାଆଁ
ଲେଖା ତାର ନାଆଁ
ଓ ଝିପି ଝିପି ମେଘ ଟିପି ଟିପି ପାଣି
ଢାଳଇ ବରଷା ରାଣୀ
ସେଇ ବରଷାରେ କାଗଜର ଡ଼ଙ୍ଗା
ଭସାଏ ମୋ ପ୍ରିୟା ଆଣି
ହୋ ମିଠା ମିଠା ଲାଗେ ଛିଟା ଛିଟା ଜହ୍ନ
ତା ଫୁଲ ବଉଳ ବେଣୀ
ନୂଆ ଭାଉଜର ଲାଜ ଲାଜ ମୁଁହ
ମୁଣ୍ଡରେ ହାତେ ଓଢଣୀ
ଏଇ କାଚ କାଚ କେନ୍ଦୁ ପାଣି
ଏଇ ନୀଳ ନୀଳ କଇଁ ଫୁଲ
ଏଇ ଅଙ୍କା ବଙ୍କା ବାଟ
ଏଇ ଚିନ୍ହା ବଣ ବିଲ
ନଈ ପାରି କରିଦିଏ ନିଧିଆ ଭାଇନା
ଏଇ ପାହାଡରେ ଏଇ ଝରଣାରେ
ଏଇ ପବନରେ ଲେଖା ତାର ନାଆଁ
ଲେଖା ତାର ନାଆଁ ତାର ନାଆଁ
ଶିରି ଶିରି ଶୀତ କିରି କିରି ବାଆ
ପବନ କାଟଇ ଗୁଡ଼ି
ଗାଧୁଆ ତୁଠରେ ଝଙ୍କା ବର ଗଛ
ଗଛରେ ଡାଳ ମାଙ୍କୁଡ଼ି
ହୋ ଚୋରି ଚୋରି ଚୋରି
ଖେଳ ବହୁ ଚୋରି
କବାଡି ଚକା ଭଉଁରୀ
ବାହା ଲଗନରେ ଗାଁ ହସୁଥାଏ
ବାଜିଲେ ଯୋଡି ମହୁରୀ
କେବେ ପ୍ରେମିକା ହାତରେ
ପଡେ ଘର ଅଗଣାରେ ଝୋଟି
କେବେ ଡାକଵାଲା ଦିଏ
ଆଣି ପରଦେଶୀ ଚିଠି
କୁଣିଆକୁ ପାଣି ଢାଳ ଲବଙ୍ଗ ପାନ ଗୁଆ
ଏଇ ପାହାଡରେ ଏଇ ଝରଣାରେ
ଏଇ ପବନରେ ଲେଖା ତାର ନାଆଁ
ଲେଖା ତାର ନାଆଁ ଲେଖା ତାର ନାଆଁ
ଲେଖା ତାର ନାଆଁ
Ae Pahadare Ae Jharanare Your Astrology Guru Lyrics In Odia Font
Thank You