Table of Contents
Your Astrology Guru Lyrics
Re Megha Tu Sunija Your Astrology Guru Lyrics In Odia Language
ରେ ମେଘ ତୁ ଶୁଣିଯା ତୋ ଦିଗ ତୁ ଭାଙ୍ଗିଯା
ପ୍ରିୟା ଅଛି ଦୂର ଦେଶେ ଯିବୁ ଚାଲି ତା ପାଶେ
ପ୍ରିୟା ଅଛି ଦୂର ଦେଶେ ଯିବୁ ଚାଲି ତା ପାଶେ
ମୋ ଖବର ଦବୁ ତାକୁ ଯା ନେଇଯା
ରେ ମେଘ ତୁ ଶୁଣିଯା ତୋ ଦିଗ ତୁ ଭାଙ୍ଗିଯା
ସୁକୁମାରୀ ପ୍ରିୟା ମୋର ଭାରି ସନ୍ଦେହୀ
ରହିଲେ ମୁଁ ଦୂରେ ସିଏ ପାରେନା ସହି
ହୁଁ ତା ବିନା ମୁଁ ଆଉକାର ଯାଇନି ହେଇ
ଝୁରେ ଏଠି ତାକୁ ନିତି ଦବୁରେ କହି
ମନ ତାର ଅମାନିଆ ନିତି ଖୋଜେ ପ୍ରୀତି ଛୁଆଁ
ମନ ତାର ଅମାନିଆ ନିତି ଖୋଜେ ପ୍ରୀତି ଛୁଆଁ
ମନେଇ ଦବୁରେ ତାକୁ ପ୍ରେମ ନେଇଯା
ରେ ମେଘ ତୁ ଶୁଣିଯା ତୋ ଦିଗ ତୁ ଭାଙ୍ଗିଯା
ମେଘରେ ତୁ କରିବୁନି ଟିକିଏ ଡେରି
ତା ଖବର ନେଇ ପୁଣି ଆସିବୁ ଫେରି
ହୋ ରାତି ରାତି ନିଦ ମୋର କରି ସେ ଚୋରି
ଏତେ ଦୂରେ ଏକା ଏକା ଅଛି କିପରି
କହେ ଜଦି ଆସିବାକୁ ନେଇ ଆସିବୁରେ ତାକୁ
କହେ ଜଦି ଆସିବାକୁ ନେଇ ଆସିବୁରେ ତାକୁ
ମେଘର ସଵାରୀ ତାର ଯା ନେଇଯା
Re Megha Tu Sunija Your Astrology Guru Lyrics In Odia Font
Thank You