Your Astrology Guru Lyrics
ଅଭିମାନିନୀ ପ୍ରିୟାକୁ ମୋର
ଲାଗି ନଯାଉ ହାଏ କାହା ନଜର
abhimanini priyaku mora Your Astrology Guru Lyrics in odia language
ଝଲସା ଝଲସା ତାର ମହୁଆ ହସ
ଓ..ଛନକା ଛନକା ଫୁଲ କୁଆଁରି ବେଶ
ସରମି ଆଖିରେ ନିରୀହ ଚାହାଣି
ସରମି ଆଖିରେ ନିରୀହ ଚାହାଣି
ମୋର ଛାତିରେ ତୋଳିଳା ଘର
ଅଭିମାନିନୀ ପ୍ରିୟାକୁ ମୋର
ଲାଗି ନଯାଉ ହାଏ କାହା ନଜର
ଅଭିମାନିନୀ ପ୍ରିୟାକୁ ମୋର
ଲାଗି ନଯାଉ ହାଏ କାହା ନଜର
କେଉଁ ଋତୁର ଫୁଲ ସେତ ଅନାମିକା
ଲାଗେ ରୂପରେ ମୋନାଲିସା ଚିତ୍ରଲେଖା
କିମିଆ କଲା ମତେ ଭୁଲିଲି ନିଦ ସତେ
ଯେବେଠୁ ହେଲା ସିଏ ଦେଖା
ଚଗଲି ବୟସି ଚଞ୍ଚଳ ହରିଣୀ
ଚଗଲି ବୟସି ଚଞ୍ଚଳ ହରିଣୀ
ମୋର ପଲକେ ତୋଳିଲା ଘର
ଅଭିମାନିନୀ ପ୍ରିୟାକୁ ମୋର
ଲାଗି ନଯାଉ ହାଏ କାହା ନଜର
ହୋ..ଅଭିମାନିନୀ ପ୍ରିୟାକୁ ମୋର
ଲାଗି ନଯାଉ ହାଏ କାହା ନଜର
ଲାଗୁଥିଲା ସେ କଥାକୁହା ଛବିଟିଏ
ତୁନି ଓଠରେ କହିଗଲା ଭଲପାଏ
ମନ ତା ସାଧା ସିଧା
ଲାଜରେ ଓଦା ଓଦା
ତା ବିନା ମରିଯିବି ହାଏ
କଅଁଳ କିଶୋରୀ ମୋ ମନ ଚକୋରି
କଅଁଳ କିଶୋରୀ ମୋ ମନ ଚକୋରି
ଆଜି ସାଜିଛି ଜୀବନ ମୋର
ଅଭିମାନିନୀ ପ୍ରିୟାକୁ ମୋର
ଲାଗି ନଯାଉ ହାଏ କାହା ନଜର
ହୋ..ଅଭିମାନିନୀ ପ୍ରିୟାକୁ ମୋର
ଲାଗି ନଯାଉ ହାଏ କାହା ନଜର
abhimanini priyaku mora Your Astrology Guru Lyrics in odia language
Thank You