Your Astrology Guru Lyrics
ନିଶ୍ବ କର ହେ ମତେ ବିଶ୍ୱ ବିହାରୀ
Niswa Kara He Mate Your Astrology Guru Lyrics In Odia Language
ନିଶ୍ବ କର ହେ ମତେ ବିଶ୍ୱ ବିହାରୀ
ନିଶ୍ବ କର ହେ ମତେ ବିଶ୍ୱ ବିହାରୀ
ଖାଲି ଖାଲି ଆସିଥିଲି
ଖାଲି ଖାଲି ଆସିଥିଲି ଖାଲି ଯିବି ଫେରି
ଏତିକି ବୁଝିବା ମୋର ହେଇଗଲା ଡେରି
ନିଶ୍ବ କର ହେ ମତେ ବିଶ୍ୱ ବିହାରୀ
ଅଳପ ଚାହିଁଲି ଅନେକ ପାଇଲି
ଆଉ କିଛି ଚାହେଁନା
ଅମୃତ ଭାବନା କରେ ଆନମନା
କିଛି ଭଲ ଲାଗେନା
ଓ..ଅଳପ ଚାହିଁଲି ଅନେକ ପାଇଲି
ଆଉ କିଛି ଚାହେଁନା
ଅମୃତ ଭାବନା କରେ ଆନମନା
କିଛି ଭଲ ଲାଗେନା
ଜୀବନଟା ଲାଗିଲାଣି
ଜୀବନଟା ଲାଗିଲାଣି ଏବେ ଭାରି ଭାରି
ଏତିକି ବୁଝିବା ମୋର ହେଇଗଲା ଡେରି
ନିଶ୍ବ କର ହେ ମତେ ବିଶ୍ୱ ବିହାରୀ
ମଳୟ ପରଶ ନ ପାଇ ପାରିଲେ
ବାସ ନାହିଁ ଚନ୍ଦନେ
ତୁମକୁ ନ ପାଇ ଯେତେ ଯା ପାଇଲେ
ଶାନ୍ତି ନାହିଁ ଜୀବନେ
ମଳୟ ପରଶ ନ ପାଇ ପାରିଲେ
ବାସ ନାହିଁ ଚନ୍ଦନେ
ତୁମକୁ ନ ପାଇ ଯେତେ ଯା ପାଇଲେ
ଶାନ୍ତି ନାହିଁ ଜୀବନେ
ଅଶାନ୍ତି ରୁ ପ୍ରଶାନ୍ତି କୁ
ଅଶାନ୍ତି ରୁ ପ୍ରଶାନ୍ତି କୁ ପ୍ରାଣ ହୁଏ ଝୁରି
ଏତିକି ବୁଝିବା ମୋର ହେଇଗଲା ଡେରି
ନିଶ୍ବ କର ହେ ମତେ ବିଶ୍ୱ ବିହାରୀ
ଖାଲି ଖାଲି ଆସିଥିଲି
ଖାଲି ଖାଲି ଆସିଥିଲି ଖାଲି ଯିବି ଫେରି
ଏତିକି ବୁଝିବା ମୋର ହେଇଗଲା ଡେରି
ନିଶ୍ବ କର ହେ ମତେ ବିଶ୍ୱ ବିହାରୀ
Niswa Kara He Mate Your Astrology Guru Lyrics In Odia Language
Thank You