Your Astrology Guru Lyrics
ତୋ ଚକା ଆଖିରେ ଯେବେ ମୋ ଆଖି ମିଶିଲା
to chaka akhire jebe Your Astrology Guru Lyrics in odia language
ତୋ ଚକା ଆଖିରେ ଯେବେ ମୋ ଆଖି ମିଶିଲା
କେଜାଣି ଏତେ ଲୁହ କୋଉଠି ଥିଲା
ଏକାଥରେ ଝରି ପଡିଲା….ରେ
ହାଏ ଲା ଲା ଲା ଲା ରେ ମୋ ନନ୍ଦଲାଲା
ହାଏ ହାଏ ଲା ଲା ଲା ଲା ରେ ମୋ ନନ୍ଦଲାଲା
ତୋ ଛଡା ତୁଳସୀ ଯେବେ ମୋ ଓଠ ଛୁଇଁଲା
କେଜାଣି ଏତେ କୋହ କୋଉଠି ଥିଲା
ଏକାଥରେ ଉଛୁଳି ଗଲା….ରେ
ହାଏ ଲା ଲା ଲା ଲା ରେ ମୋ ନନ୍ଦଲାଲା
ହାଏ ହାଏ ଲା ଲା ରେ ଲା ରେ ମୋ ନନ୍ଦଲାଲା
ସପନରେ କେବେ ଭାବି ନଥିଲି
ଏ ଜନମେ ତତେ ଧନ ଦେଖିବି ବୋଲି
ହୋ ସପନରେ କେବେ ଭାବି ନଥିଲି
ଏ ଜନମେ ତତେ ଧନ ଦେଖିବି ବୋଲି
ମନ ହୁଏ ତତେ ନେବି କୋଳେଇ
କାନ ପାଖେ ଦୁଃଖ ଯେତେ ଦେବିରେ କହି
ତୋ ଅଭଡ଼ା ହାଟେ ଯେବେ ମୋ ପାଦ ପଡିଲା
କେଜାଣି ଏତେ ଭୋକ କୋଉଠି ଥିଲା
ଏକାଥରେ ପେଟ ପୁରିଲା…..ରେ
ହାଏ ଲା ଲା ଲା ଲା ରେ ମୋ ନନ୍ଦଲାଲା
ହାଏ ହାଏ ଲା ଲା ଲା ଲା ରେ ମୋ ନନ୍ଦଲାଲା
ଜୀବନଟା ସାରା ଜଞ୍ଜାଳ ଭରା
ଅନ୍ଧାରୁଆ ଚଲା ବାଟ ନାହିଁରେ ଖରା
ହୋ..ଜୀବନଟା ସାରା ଜଞ୍ଜାଳ ଭରା
ଅନ୍ଧାରୁଆ ଚଲା ବାଟ ନାହିଁରେ ଖରା
ପଡି ଉଠି ଧନ ଚାଲି ଆସିଲି
ସିଂହ ଦ୍ୱାର ସୁଖ ଟିକେ ପାଇବି ବୋଲି
ତୋ ବାସି ତୋରାଣି ଯେବେ ମୋତେରେ ବାସିଲା
କେଜାଣି ଏତେ ଶୋଷ କୋଉଠି ଥିଲା
ଏକାଥରେ ଶୋଷ ମରିଲା….ରେ
ହାଏ ଲା ଲା ଲା ଲା ରେ ମୋ ନନ୍ଦଲାଲା
ହାଏ ହାଏ ଲା ଲା ଲା ଲା ରେ ମୋ ନନ୍ଦଲାଲା
ତୋ ଚକା ଆଖିରେ ଯେବେ ମୋ ଆଖି ମିଶିଲା
କେଜାଣି ଏତେ ଲୁହ କୋଉଠି ଥିଲା
ଏକାଥରେ ଝରି ପଡିଲା….ରେ
ହାଏ ଲା ଲା ଲା ଲା ରେ ମୋ ନନ୍ଦଲାଲା
ହାଏ ହାଏ ଲା ଲା ଲା ଲା ରେ ମୋ ନନ୍ଦଲାଲା
ତୋ ଛଡା ତୁଳସୀ ଯେବେ ମୋ ଓଠ ଛୁଇଁଲା
କେଜାଣି ଏତେ କୋହ କୋଉଠି ଥିଲା
ଏକାଥରେ ଉଛୁଳି ଗଲା….ରେ
ହାଏ ଲା ଲା ଲା ଲା ରେ ମୋ ନନ୍ଦଲାଲା
ହାଏ ହାଏ ଲା ଲା ରେ ଲା ରେ ମୋ ନନ୍ଦଲାଲା
to chaka akhire jebe Your Astrology Guru Lyrics in odia language
Thank You