Table of Contents
Your Astrology Guru Lyrics
ଆମ ଭିତରେ ଥାଉ
tora mora bhaba Your Astrology Guru Lyrics in odia language
ତୋର ମୋର ଭାବ କିଏ ବା କାଇଁ ବୁଝିବ
ଆମ ଭିତରେ ଥାଉ
ମୁଁ ମହା ଦୁଃଖୀ ତୁ ମହାବାହୁ
ମୁଁ ମହା ଦୁଃଖୀ ତୁ ମହାବାହୁ
ତୋର ମୋର ଠାର କାହାକୁ କାଇଁ ପଚାର
ତୋର ମୋର ଠାର କାହାକୁ କାଇଁ ପଚାର
ଆମ ଭିତରେ ରହୁ
ମୁଁ ମହା ଦୁଃଖୀ ତୁ ମହାବାହୁ
ମୁଁ ମହା ଦୁଃଖୀ ତୁ ମହାବାହୁ
ମୁ ପରା ମଣିଷ ତୁ ଦେବତାରେ ତୁ ଦେବତା
ମୋ ଦେହରେ ତୁ ଆତ୍ମା ସଳିତାରେ ଆତ୍ମା ସଳିତା
ହୋ…ମୋ ଆଖିରେ ଯେତେ
ଲୁହ ତୁ ଦଉରେ ଲୁହ ତୁ ଦଉ
ତା ଠାରୁ ବେଶୀ ତୁ ଲୁହ ଝରଉରେ ଲୁହ ଝରଉ
ମୁଁ ଜନମ ଦୁଃଖୀ ତୁ ଜନମ ଦୁଃଖୀ
ତୁ ମୋର ସାକ୍ଷୀ ମୁଁ ତୋର ସାକ୍ଷୀ
ତୋର ମୋର ଫାସ ନ କରୁ କିଏ ବିଶ୍ୱାସ
ତୋର ମୋର ଫାସ ନ କରୁ କିଏ ବିଶ୍ୱାସ
ଆମ ଭିତରେ ଥାଉ
ମୁଁ ମହା ଦୁଃଖୀ ତୁ ମହାବାହୁ
ମୁଁ ମହା ଦୁଃଖୀ ତୁ ମହାବାହୁ
ଭାବ ଅଛି ବୋଲି ଅଭାବ ହଉରେ ଅଭାବ ହଉ
ଡାକ ଶୁଣି ମୁହଁ ବୁଲେଇ ଦଉରେ ବୁଲେଇ ଦଉ
ହୋ..ପବନ ଆସିଲେ ଦୀପ ଲିଭିବରେ ଦୀପ ଲିଭିବ
ବରଡ଼ା ଖସିଲେ ଗଛ ମରିବରେ ଗଛ ମରିବ
ମରଣ ଜୁଇରେ ଶୋଇବା ଯାଏଁରେ
ତୋ ଛନ୍ଦା ଚରଣେ ଥିବି ମୁଁ ଚାହିଁରେ
ତୋର ମୋର ଭେଟ ଭାବ ବନ୍ଧନ ଅତୁଟ
ତୋର ମୋର ଭେଟ ଭାବ ବନ୍ଧନ ଅତୁଟ
ଜନ୍ମ ଜନ୍ମକୁ ଥାଉ
ମୁଁ ମହା ଦୁଃଖୀ ତୁ ମହାବାହୁ
ମୁଁ ମହା ଦୁଃଖୀ ତୁ ମହାବାହୁ
ତୋର ମୋର ଭାବ କିଏ ବା କାଇଁ ବୁଝିବ
ତୋର ମୋର ଭାବ କିଏ ବା କାଇଁ ବୁଝିବ
ଆମ ଭିତରେ ଥାଉ
ମୁଁ ମହା ଦୁଃଖୀ ତୁ ମହାବାହୁ
ମୁଁ ମହା ଦୁଃଖୀ ତୁ ମହାବାହୁ
tora mora bhaba Your Astrology Guru Lyrics in odia language
Thank You