Your Astrology Guru Lyrics
ରେ….ଦାରୁମୁରତି
ତୋ ଦରଶନେ ଆହା କି ଶାନ୍ତି
re daru murati Your Astrology Guru Lyrics in odia language
ରେ….ଦାରୁମୁରତି ରେ….ଦାରୁମୁରତି
ତୋ ଦରଶନେ ଆହା କି ଶାନ୍ତି
ତୋ ଦରଶନେ ଆହା କି ଶାନ୍ତି
ଦୁଃଖ ସରିଯାଉଚି ପେଟ ପୁରିଯାଉଚି
ମନ ଭରିଯାଉଚି ଲୁହ ଝରିଯାଉଚି
ରେ….ଦାରୁମୁରତି ରେ….ଦାରୁମୁରତି
ଲାଗୁଚି ସତେ କି ଜନମ ଅନ୍ଧର
ପ୍ରଥମ ଦେଖିବା ସୁଖ
ଅବା ନିଃସନ୍ତାନ ଦେଖୁଚି ସତେ କି
ପ୍ରଥମ ସନ୍ତାନ ମୁଖ
ହୋ ଲାଗୁଚି ସତେ କି ଜନମ ଅନ୍ଧର
ପ୍ରଥମ ଦେଖିବା ସୁଖ
ଅବା ନିଃସନ୍ତାନ ଦେଖୁଚି ସତେ କି
ପ୍ରଥମ ସନ୍ତାନ ମୁଖ
ଆତ୍ମା ଭିଜିଯାଉଚି ଚିତ୍ତ ମଜି ଯାଉଚି
ଚିନ୍ତା ହଜିଯାଉଚି ଆଖି ବୁଜି ଯାଉଚି
ରେ….ଦାରୁମୁରତି ରେ….ଦାରୁମୁରତି
ଲାଗୁଚି ସତେ କି ବଡ଼ ଦେଉଳରେ
କାହ୍ନାକୁ ଦେଖୁଚି ନନ୍ଦ
ଅବା କେଉଁ ଏକ ବାମନର ହାତ
ଛୁଇଁଚି ସରଗ ଚାନ୍ଦ
ହୋ ଲାଗୁଚି ସତେ କି ବଡ଼ ଦେଉଳରେ
କାହ୍ନାକୁ ଦେଖୁଚି ନନ୍ଦ
ଅବା କେଉଁ ଏକ ବାମନର ହାତ
ଛୁଇଁଚି ସରଗ ଚାନ୍ଦ
ପ୍ରାଣ ଧନ୍ୟ ହୋଇଚି ଆଶା ପୂର୍ଣ୍ଣ ହୋଇଚି
ଭାଷା ଶୂନ୍ୟ ହୋଇଚି ଖାଲି ଚାହିଁ ରହିଚି
ରେ….ଦାରୁମୁରତି ରେ….ଦାରୁମୁରତି
ତୋ ଦରଶନେ ଆହା କି ଶାନ୍ତି
ତୋ ଦରଶନେ ଆହା କି ଶାନ୍ତି
ଦୁଃଖ ସରିଯାଉଚି ପେଟ ପୁରିଯାଉଚି
ମନ ଭରିଯାଉଚି ଲୁହ ଝରିଯାଉଚି
ରେ….ଦାରୁମୁରତି ରେ….ଦାରୁମୁରତି
ରେ….ଦାରୁମୁରତି ରେ….ଦାରୁମୁରତି
re daru murati Your Astrology Guru Lyrics in odia language
Thank You