Loading...

299 Big Street, Govindpur, India

Open daily 10:00 AM to 10:00 PM

ranka ratanare Your Astrology Guru Lyrics in odia language

Mohammed Aziz

Your Astrology Guru Lyrics

ରଙ୍କ ରତନରେ ବିଶି କେସନରେ
ଚକାନୟନରେ ଅନା ଅନା

ranka ratanare Your Astrology Guru Lyrics in odia language


ରଙ୍କ ରତନରେ ବିଶି କେସନରେ
ଚକାନୟନରେ ଅନା ଅନା
ମରିଯିବି ତୋ ବିନା ଧନ ମରିଯିବି ତୋ ବିନା
କଳାମାଣିକରେ ଭାବ ବଣିକରେ
ଚକାନୟନରେ ଅନା ଅନା
ମରିଯିବି ତୋ ବିନା ଧନ ମରିଯିବି ତୋ ବିନା
କାଠି କୁଟା ଥୋଇ କେତେ ଆଶା ନେଇ
ପକ୍ଷୀ ବାନ୍ଧି ଥାଏ ବସା
ସେ ଵସାକୁ ଯଦି ଭାଙ୍ଗିବ ବରଷା
କିଏ ବା ହବ ଭରସା
ମନ ସିନ୍ଧୁକରେ ପାହୁଲେ ନାହିଁରେ
ତୁ ଏକା ସମ୍ପତ୍ତି ମୋର
ତୁ ଅଛୁ ବୋଲି ବରଷା ମରୁଡି
କାହାରିକୁ ନାହିଁ ଡର
ବଂଶୀବଦନରେ….
ବଂଶୀବଦନରେ ହୃଦଚନ୍ଦନରେ
ଚକାନୟନରେ ଅନା ଅନା
ମରିଯିବି ତୋ ବିନା ଧନ ମରିଯିବି ତୋ ବିନା
ନଈ ଏପାରିରୁ ନଈ ସେପାରିକୁ
କେତେ ପାଣି କେତେ ପଙ୍କ
ତୁ ଏକା ଜାଣିଛୁ ଜୀବନର ବାଟ
କେତେ ସିଧା କେତେ ବାଙ୍କ
ବାଟ ଚାଲି ଚାଲି ଥକିଲେ ବାଟୋଇ
ଛାଇ ଦେଖି ହୁଏ ଠିଆ
ତୁ ନ ଚାହିଁଲେ ତୋ ଦୟା ନହେଲେ
ଛାଇରୁ ଝରିବ ନିଆଁ
କଳାକାଞ୍ଚନରେ…..
କଳାକାଞ୍ଚନରେ ମଧୁସୂଦନରେ
ଚକାନୟନରେ ଅନା ଅନା

ମରିଯିବି ତୋ ବିନା ଧନ ମରିଯିବି ତୋ ବିନା
ରଙ୍କ ରତନରେ ବିଶି କେସନରେ
ଚକାନୟନରେ ଅନା ଅନା
ମରିଯିବି ତୋ ବିନା ଧନ ମରିଯିବି ତୋ ବିନା
ମରିଯିବି ତୋ ବିନା ମରିଯିବି ତୋ ବିନା

ranka ratanare bisi kesanare Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00