Your Astrology Guru Lyrics
ନେ ରେ କାଳିଆ ନେ
ମୋ ଛଅ ମାଣ ଆଠ ଗୁଣ୍ଠ ଜମି ନେ
Nere Kalia Ne Mo Chha Mana Your Astrology Guru Lyrics In Odia Language
ନେ ରେ କାଳିଆ ନେ
ନେ ରେ କାଳିଆ ନେ
ମୋ ଛଅ ମାଣ ଆଠ ଗୁଣ୍ଠୁ ଜମି ନେ
ବଦଳରେ ମତେ ତୋ ସ୍ୱର୍ଗ ଦୁଆରେ
ବଦଳରେ ମତେ ତୋ ସ୍ୱର୍ଗ ଦୁଆରେ
ଛଅ ହାତ ଜାଗା ଦେ
ନେ ରେ କାଳିଆ ନେ
ବଳ ଗଲା ପରେ ବଳଦ ହେଲେଣି ହଡ଼ା
ବୟସ ଗଲାରୁ ହେଇ ମୁ ଯାଇଚି ବୁଢା
ବୁଢା ବୟସରେ କିଏ ଅଛି ତୋ ଛଡା
ଶେଷ ବେଳେ ମୋର
ଖାଲି ତୋ କରୁଣା ଲୋଡ଼ା
ନେ ରେ କାଳିଆ ନେ
ହୋ ନେ ରେ କାଳିଆ ନେ
ମୋ ଛଅ ଭରଣ ନଅ ଗଉଣି ଧାନ ନେ
ନେ ରେ କାଳିଆ ନେ
ମୋ ଛଅ ଭରଣ ନଅ ଗଉଣି ଧାନ ନେ
ବଦଳରେ ମୋତେ କୈବଲ୍ୟ ହାଟରେ
ବଦଳରେ ମୋତେ କୈବଲ୍ୟ ହାଟରେ
ଛଅ ମୁଠା ଅବଢ଼ା ଦେ
ନେ ରେ କାଳିଆ ନେ
ପର ଏ ଦୁନିଆ ତୁ ମୋର ଆପଣା ଲୋକ
ତୁ ଥିଲେ ପାଖରେ ମରିଯାଏ ସବୁ ଭୋକ
ଭୋକିଲା ଲୋକକୁ ଦେ ରେ ଏତିକି ଭିକ
ପ୍ରାଣ ଛାଡ଼ିଗଲେ ଦବୁ ତୋ ସରଗ ସୁଖ
ନେ ରେ କାଳିଆ ନେ
ହୋ ନେ ରେ କାଳିଆ ନେ
ମୋ ଛଅ ରୁଅ ସାତ ଶେଣି ଘର ନେ
ନେ ରେ କାଳିଆ ନେ
ମୋ ଛଅ ରୁଅ ସାତ ଶେଣି ଘର ନେ
ବଦଳରେ ମତେ ତୋ ନନ୍ଦୀଘୋଷ ରୁ
ବଦଳରେ ମତେ ତୋ ନନ୍ଦୀଘୋଷ ରୁ
ଛଅ ଖଣ୍ଡ କାଠ ଦେ
ନେ ରେ କାଳିଆ ନେ
ମୋ ଛଅ ମାଣ ଆଠ ଗୁଣ୍ଠୁ ଜମି ନେ
ନେ ରେ କାଳିଆ ନେ
Nere Kalia Ne Mo Chha Mana Your Astrology Guru Lyrics In Odia Language
Thank You