Your Astrology Guru Lyrics
ଏବେ ପ୍ରେମ କରିବାକୁ ମନ କହିଲା
Ebe prema karibaku Your Astrology Guru Lyrics in odia language
ହେ…ହେ..ହେ..ହେ..ଏ…
ହେ…ହେ..ହେ..ହେ..ହେ..ଏ…
ହୋ… ହୋ…. ହୋ…
ଏବେ ପ୍ରେମ କରିବାକୁ ମନ କହିଲା
ହୋ..ଏବେ ପ୍ରେମ କରିବାକୁ ମନ କହିଲା
ବୟସର ପାରା ଡେଣା ଝାଡ଼ି ପରା
ବୟସର ପାରା ଡେଣା ଝାଡ଼ି ପରା
ଏଣେ ତେଣେ କେଣେ ଉଡିଲା
କିଏ ଡାକିଲା ଡାକିଲା ମତେ ଡାକିଲା
ହୋ କିଏ ଡାକିଲା ଡାକିଲା ମତେ ଡାକିଲା
ଏବେ ପ୍ରେମ କରିବାକୁ ମନ କହିଲା
ହୋ..ଏବେ ପ୍ରେମ କରିବାକୁ ମନ କହିଲା
କେବେ କଉଦିନ ପିଲାଟିଏ ଥିଲି
ଛବି ବହି ପଢି ମଧୁବାବୁ ପରି ହେବି ଭାବିଥିଲି
ହାଁ..କେବେ ଅଜଣାରେ ବଡ ହେଇଗଲି
ଛବି ବହି ଭୁଲି ଛବି ଆଙ୍କୁ ଆଙ୍କୁ
ପ୍ରେମିକ ମୁଁ ହେଇଗଲି
ଏବେ ସ୍ବପ୍ନ ଦେଖିବାକୁ କିଏ କହିଲା
ହୋ ଏବେ ସ୍ବପ୍ନ ଦେଖିବାକୁ କିଏ କହିଲା
ଭୁଲି ଯାଇଥିବା ଚିନ୍ହା ମୁହଁ ପୁଣି
ଭୁଲି ଯାଇଥିବା ଚିନ୍ହା ମୁହଁ ପୁଣି
ଧୀରେ ଧୀରେ ମନେ ପଡିଲା
କିଏ ଡାକିଲା ଡାକିଲା ମତେ ଡାକିଲା
କିଏ ଡାକିଲା ଡାକିଲା ମତେ ଡାକିଲା
ଏବେ ପ୍ରେମ କରିବାକୁ ମନ କହିଲା
ହୋ..ଏବେ ପ୍ରେମ କରିବାକୁ ମନ କହିଲା
ଯୋଉ ଛବି ଦିନେ କାଗଜରେ ଥିଲା
ସେ ଛବିରେ ଆଜି ରଙ୍ଗ ଦେଲା ପରେ
ଝିଅଟିଏ ହେଇଗଲା
ହୋ ଝିଅ ନୁହେଁ ସେ ତ ନୀଳ ପରିଟିଏ
ଟିକେ ଟିକେ ରାଗେ ଟିକେ ଟିକେ ୠଷେ
ବେଶି ବେଶି ହସୁଥାଏ
ଏବେ ନିଦ ଭୁଲିବାର ରାତି ଆସିଲା
ହୋ ଏବେ ନିଦ ଭୁଲିବାର ରାତି ଆସିଲା
ଭାଙ୍ଗି ଯାଇଥିବା ପୁରୁଣା କଲମ
ଭାଙ୍ଗି ଯାଇଥିବା ପୁରୁଣା କଲମ
ଆଉ ଥରେ ଚିଠି ଲେଖିଲା
କିଏ ଡାକିଲା ଡାକିଲା ମତେ ଡାକିଲା
କିଏ ଡାକିଲା ଡାକିଲା ମତେ ଡାକିଲା
ଏବେ ପ୍ରେମ କରିବାକୁ ମନ କହିଲା
ହୋ..ଏବେ ପ୍ରେମ କରିବାକୁ ମନ କହିଲା
ବୟସର ପାରା ଡେଣା ଝାଡ଼ି ପରା
ବୟସର ପାରା ଡେଣା ଝାଡ଼ି ପରା
ଏଣେ ତେଣେ କେଣେ ଉଡିଲା
କିଏ ଡାକିଲା ଡାକିଲା ମତେ ଡାକିଲା
କିଏ ଡାକିଲା ଡାକିଲା ମତେ ଡାକିଲା
କିଏ ଡାକିଲା ଡାକିଲା ମତେ ଡାକିଲା
ହୋ କିଏ ଡାକିଲା ଡାକିଲା ମତେ ଡାକିଲା
Ebe prema karibaku Your Astrology Guru Lyrics in odia language
Thank You