Your Astrology Guru Lyrics
ବଇଁଶୀ ବାଜିଲା ରାଧା ବାହାରିଲା
ଗୋପ ସାରା ହୁରି ପଡିଲା
Bainsi Bajila Radha Baharila Your Astrology Guru Lyrics In Odia Language
ବଇଁଶୀ ବାଜିଲା ରାଧା ବାହାରିଲା
ବଇଁଶୀ ବାଜିଲା ରାଧା ବାହାରିଲା
ଗୋପ ସାରା ହୁରି ପଡିଲା
ରାଧା ଗଲାଲୋ ଯମୁନା କୂଳେ
କାହ୍ନୁ ବସିଥିବ କଦମ୍ବ ମୂଳେ
ବଂଶୀ ବାଜୁଥିବ
ରାଧେ ରାଧେ ରାଧେ ରାଧେ
ବଇଁଶୀ ବାଜିଲା ରାଧା ବାହାରିଲା
ଗୋପ ସାରା ହେଲେ ଟୁପୁରୁ ଟାପର
କଥା ପଡିଗଲା ବଜାର ହାଟେ
ସରମରେ ରାଧା ଘରୁ ବାହାରୁନି
ଗୋପ ବାଳି ଆସି ଡାକନ୍ତି କେତେ
ଗୋପ ସାରା ହେଲେ ଟୁପୁରୁ ଟାପର
କଥା ପଡିଗଲା ବଜାର ହାଟେ
ସରମରେ ରାଧା ଘରୁ ବାହାରୁନି
ଗୋପ ବାଳି ଆସି ଡାକନ୍ତି କେତେ
ଅସଗୋ ରାଇ ଯିବା ଗାଧୋଇ
ବାଟେ ବସିଥିବ କଳା କହେଁଇ
ବଂଶୀ ବାଜୁଥିବ
ରାଧେ ରାଧେ ରାଧେ ରାଧେ
ବଇଁଶୀ ବାଜିଲା ରାଧା ବାହାରିଲା
ନିନ୍ଦା ଅପବାଦ ସହୁଚି ଲୋ ଯେତେ
ଛାତିକୁ ପଥର କରିବ କେତେ
ଝାଉଁଳି ପଡିଚି ଦୁଃଖୀ ରାଧା ଗୋରୀ
ମନ ମାରି ସିଏ ବସିଚି ସତେ
ନିନ୍ଦା ଅପବାଦ ସହୁଚି ଲୋ ଯେତେ
ଛାତିକୁ ପଥର କରିବ କେତେ
ଝାଉଁଳି ପଡିଚି ଦୁଃଖୀ ରାଧା ଗୋରୀ
ମନ ମାରି ସିଏ ବସିଚି ସତେ
କାନକୁ ପାରି ଶୁଣିଲା ଗୋରୀ
ଡାକୁଚି କି ତାକୁ କଳା କହେଁଇ
ବଂଶୀ ବାଜୁଛି କି
ରାଧେ ରାଧେ ରାଧେ ରାଧେ
ବଇଁଶୀ ବାଜିଲା ରାଧା ବାହାରିଲା
ବଇଁଶୀ ବାଜିଲା ରାଧା ବାହାରିଲା
ଗୋପ ସାରା ହୁରି ପଡିଲା
ରାଧା ଗଲାଲୋ ଯମୁନା କୂଳେ
କାହ୍ନୁ ବସିଥିବ କଦମ୍ବ ମୂଳେ
ବଂଶୀ ବାଜୁଥିବ
ରାଧେ ରାଧେ ରାଧେ ରାଧେ
Bainsi Bajila Radha Baharila Your Astrology Guru Lyrics In Odia Language
Thank You