ଘଡିର କାମ ହୋଇଥାଏ ଠିକ ସମୟ ଦେଖାଇବା । କିନ୍ତୁ ଏହି ଘଡି ଯଦି ଭୁଲ ଜାଗାରେ ଲଗାଇ ଦିଆଯାଏ ତେବେ ଆପଣଙ୍କ ସମୟ ଖରାପ ଚାଲିବାକୁ ଲାଗେ । ଆମ ସମସ୍ତଙ୍କ ଘରେ ଘଡି ଥାଏ । କିନ୍ତୁ ଲୋକ ସାଧାରଣତଃ ଘଡିକୁ ଘରର କୌଣସି ବି କାନ୍ଥରେ ଟାଙ୍ଗି ଦିଅନ୍ତି । କିନ୍ତୁ କଣ ଆପଣଙ୍କୁ ଜଣା ଅଛି କି କୌଣସି ବି ଘଡିକୁ ବାସ୍ତୁ ହିସାବରେ ଲଗାଇବା ଆବଶ୍ୟକ । ତେବେ ଘଡି ଲଗାଇବାର ଠିକ ଉପାୟ କଣ ହୋଇଥାଏ ଚାଲନ୍ତୁ ଜାଣିବା ।
ଏହି ଦିଗରେ ଲଗାଇବା ମନା ଦକ୍ଷିଣ ଦିଗରେ କେବେ ବି ଘଡିକୁ ଲଗାଇବା ଉଚିତ ନୁହେଁ କାରଣ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ କାଳର ବାସ ହୋଇଥାଏ । ବାସ୍ତୁକୁ ମାନିଲେ ଦକ୍ଷିଣ ଦିଗରେ ଘଡି ଲଗାଇବା ଅଶୁଭ ହୋଇଥାଏ କାରଣ ଦକ୍ଷିଣ ଦିଗରେ ମୃତ ପରିଜନଙ୍କ ଫଟୋ ଲଗାଯାଇଥାଏ ।
ବାସ୍ତୁ ଅନୁସାରେ ଘଡି ଲଗାଇବାର ଠିକ ସ୍ଥାନ ଉତ୍ତର, ପଶ୍ଚିମ ଓ ପୂର୍ବ ଦିଗ ହୋଇଥାଏ । କୁହାଯାଏ କି ଏହି ତିନିଟି ଦିଗ ପଜିଟିଭ ଏନର୍ଜି ବାଲା ହୋଇଥାଏ । କବାଟରେ କେବେ ବି ଲଗାନ୍ତୁ ନାହିଁ ଘଡି ବାସ୍ତୁ ଅନୁସାରେ ଘଡିକୁ ଘରର କୌଣସି ବି କବାଟରେ ଲଗାଇବା ଉଚିତ ନୁହେଁ, ଏହାକୁ ଅଶୁଭ ମାନନ୍ତି ।
କବାଟରେ ଘଡି ଲାଗାଇବା ମାନେ ଘରେ ଅଶାନ୍ତି କୁ ଆମନ୍ତ୍ରଣ କରିବା । ଏମିତି ଏଥିପାଇଁ ହୋଇଥାଏ କି କବାଟ ପାଖଦେଇ ଯିବା ସମୟରେ ନକାରାତ୍ମକ ଏନର୍ଜି ପ୍ରବେଶ କରିଥାଏ । ଲଗାନ୍ତୁ ପେଣ୍ଡୁଲମ ବାଲା ଘଡି ଯଦି ଆପଣ ଘରର ଡ୍ରଇଙ୍ଗ ରୁମରେ ପେଣ୍ଡୁଲମ ବାଲା ଘଡି ଲଗାନ୍ତି ତେବେ ଏହା ବାସ୍ତୁ ଅନୁସାରେ ଶୁଭ ହୋଇଥାଏ ।
ପେଣ୍ଡୁଲମ ଘଡି ସବୁ ସମୟରେ ଟଂ ଟଂ ଶବ୍ଦ କରିଥାଏ ଓ ଆପଣଙ୍କୁ ସମୟର ସୂଚନା ଦେଇଥାଏ । ଯଦି ଆପଣ ଏମିତିକା ଘଡି ଲଗାନ୍ତି ତେବେ ଘରର ଉନ୍ନତି ହେବ । ସମୟକୁ ଆଗ ପଛ କରନ୍ତୁ ନାହିଁ କୌଣସି ବି ଘଡିକୁ ଠିକ ସମୟରେ ରଖିବା ବହୁତ ଜରୁରୀ ହୋଇଥାଏ । ଘଡିର ସମୟକୁ ଆଗକୁ ବା ପଛକୁ କରି ରଖିବା ଉଚିତ ନୁହେଁ ।
ବାସ୍ତୁ ଅନୁସାରେ ଯଦି ଘଡି ବାସ୍ତବିକ ସମୟଠୁ ପଛେଇ ଚାଲିବ ତେବେ ବ୍ୟକ୍ତିକୁ ନିଜ ଜୀବନରେ କଠିନ ପରିଶ୍ରମ କରିବାକୁ ପଡିପାରେ । ଏଥିପାଇଁ ସମୟକୁ ଠିକ ରଖନ୍ତୁ । ଘଡିର ଆକାର ବାସ୍ତୁରେ ଘଡିର ଆକାର ବି ବହୁତ ମହତ୍ତ୍ଵ ରଖିଥାଏ । ଯଦି ଆପଣଙ୍କ ଘରେ ଗୋଲ, ଚାରିକୋଣିଆ, ଅଣ୍ଡାକାର, ୮ ବା ୬ ଭୁଜାର ଆକାର ଥିବା ଘଡି ଅଛି ତେବେ ଏହା ଶୁଭ ହୋଇଥାଏ । ଘରେ ତ୍ରିକୋଣ ବାଲା ଘଡି ରଖିବା ଉଚିତ ନୁହେଁ, ବାସ୍ତୁ ଅନୁସାରେ ଏହି ପ୍ରକାରର ଘଡି ଅଶୁଭ ହୋଇଥାଏ ।