Loading...

299 Big Street, Govindpur, India

Open daily 10:00 AM to 10:00 PM

ଜାଣନ୍ତୁ କୁଣ୍ଡଳୀର ବୃଷ ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ବୃଷରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ । ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ ।

ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ । ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ ।

ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ । ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ । ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ ।

ବୃଷରାଶିରେ ଚନ୍ଦ୍ରଥିଲେ ଜାତକର ବୃଷରାଶି ହେବ । ବୃଷରାଶିରେ ଚନ୍ଦ୍ର ଉଚ୍ଚରେ ରୁହନ୍ତି । ଯାହାଫଳରେ ଜାତକ ପରୋପକାରୀ, ପୁଣ୍ୟକର୍ମି, କାର୍ଯ୍ୟକୁଶଳ, ସତ୍କାର୍ଯ୍ୟ କର୍ତ୍ତା, ବୁଦ୍ଧିମାନ, ସୁନ୍ଦର, ରାଜସମ୍ମାନ ପ୍ରାପ୍ତ, ପୁତ୍ର ଓ ଧନର ସୁଖୀ, ବାହନ ପ୍ରାପ୍ତି, କୁଟୁମ୍ବସୁଖୀ, ଧୈର୍ଯ୍ୟବାନ, ବୀର, ଚତୁର, ଧନୀ, ସୌଭାଗ୍ୟଶୀଳ, ଦୃଢ଼ଶରୀର, ସୁନ୍ଦରରୂପ, କଷ୍ଟସହିଷ୍ଣୁ, ମିଷ୍ଟାନ୍ନଭୋଜୀ, ବିଳାସୀ, ସତ୍ୟବାଦୀ, ଦାନୀ, ଅଳଙ୍କାରପ୍ରିୟ, ବାପା ମା ଓ ଗୁରୁଜନଙ୍କ ଭକ୍ତି, ରାଜପ୍ରିୟ, ପରଦେଶବାସୀ, ଜୀବନସାଥିଙ୍କ ଆଜ୍ଞାପାଳନ କରନ୍ତି, ଚିତ୍ରକଳା, ସଙ୍ଗୀତ, କାବ୍ୟକଳା, ଆଗ୍ରହୀ, ପ୍ରାଚୀନଗ୍ରନ୍ଥପ୍ରେମୀ, ଅନୁଶୀଳକ, କବି, ଉଦାର, ଉଦବିଘ୍ନଚିତ୍ତ, ଆକସ୍ମିକ ଧନଲାଭ, ତ୍ୟାଗୀ, ଦୀର୍ଘାୟୁ ହୋଇଥାନ୍ତି ।

ଚନ୍ଦ୍ର ଶୁଭଥିଲେ ସମସ୍ତଫଳ ମିଳିବ । ଯେଉଁ ଜାତକରେ ଚନ୍ଦ୍ର ବୃଷରାଶିରେ ସ୍ଥିତ ହୋଇ ଶନି, ମଙ୍ଗଳ କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ଜାତକ ତେଜରହିତ, ଆଳସୀ, କ୍ଷେତ କାମରେ ଆଗ୍ରହୀ, ଲଢ଼େଇ କାମରେ ରହିତ, ସମସ୍ତଙ୍କୁ ପ୍ରସନ୍ନ କରନ୍ତି, ଭଲ ଭାଷଣ ଦିଅନ୍ତି, ସଭାରେ ଚାତୁର୍ଯ୍ୟ, ପଶୁଭୟ, କଫରୋଗୀ, ଅର୍ଜିର୍ଣ୍ଣରୋଗୀ, ଶୀତରୋଗୀ, ନେତ୍ରରୋଗୀ, ବାଲ୍ୟାବସ୍ଥାରେ ଦୁଃଖି ଓ ବୃଦ୍ଧାବସ୍ଥାରେ ସୁଖପାଇଥାନ୍ତି । କିନ୍ତୁ ରାଜାଙ୍କ ପ୍ରିୟ ହୋଇଥାନ୍ତି । ୧, ୧୬, ୫୫, ବର୍ଷ ବୟସରେ ଅଶୁଭଫଳ ପାଇଥାନ୍ତି । ତୃତୀୟ ବର୍ଷରେ ଅଗ୍ନିଭୟ, ୭ବର୍ଷରେ ଜରରୋଗ, ୯ବର୍ଷରେ ଶରୀରପୀଡ଼ା, ୧୦ବର୍ଷରେ ରକ୍ତବିକାର, ୧୨ବର୍ଷରେ ଉଚ୍ଚରୁ ପତନ, ୧୯ବର୍ଷରେ କଫରୋଗ, ୨୫ବର୍ଷରେ ଜଳଭୟ, ୩୦ ବା ୩୨ବର୍ଷରେ କଫରୋଗ ହୋଇଥାଏ ।

ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ବାପାମାଆ ଓ ଗୁରୁ-ଗୁରୁଜନମାନଙ୍କର ସେବା କରନ୍ତୁ, ସମ୍ମାନ ଦିଅନ୍ତୁ । ତାଙ୍କୁ କେବେ ମଧ୍ୟ କଷ୍ଟ ଦିଅନ୍ତୁ ନାହିଁ ଅନ୍ୟଥା ନିଜକୁ ମଧ୍ୟ ସୁଖ ପ୍ରାପ୍ତି ହେବ ନାହିଁ । ୨- ପ୍ରତ୍ୟେକବର୍ଷ ଜନ୍ମଦିନରେ ଚନ୍ଦ୍ର ଗ୍ରହଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ମୋତିରତ୍ନ, ରୂପା, ଅରୁଆଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳା ଚନ୍ଦନ ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ । ୩- ଚନ୍ଦ୍ର ଗ୍ରହଙ୍କ ସମ୍ବନ୍ଧିତ ବସ୍ତୁ ଗୃହରେ ସ୍ଥାପିତ କଲେ ମନରେ ଶାନ୍ତି ପ୍ରାପ୍ତ ହୁଏ ।

୪- ଗୃହର ମୁଖ୍ୟଦ୍ୱାରର ଡାହାଣ ପଟରେ ଅର୍ଦ୍ଧଚନ୍ଦ୍ରାକାର ପଥର ଖଣ୍ଡେ ପୋତି ଦିଅନ୍ତୁ । ୫- ରୂପାର ପାତ୍ରରେ କ୍ଷୀର ରଖି ତାକୁ ଧଳା ରଙ୍ଗର ଗାଈକୁ ବା କୌଣସି ବ୍ରାହ୍ମଣ ପୁତ୍ରକୁ ପିଆଇଲେ ଚନ୍ଦ୍ରଙ୍କ ଅଶୁଭତା ସମାପ୍ତ ହୋଇଯାଏ । ୬- ଧଳା ବା ଶାଗୁଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ । ୭- ମାଟି ଘଡିରେ ଚାଉଳ ଭର୍ତ୍ତିକରି ଘରର ଅନ୍ତିମ କକ୍ଷର ଭୂମିରେ ଗାତଖୋଳି ପୋତି ଦିଅନ୍ତୁ । ୮- ମାସକୁ ଥରେ ଇଷ୍ଟଦେବୀଙ୍କ ନିକଟରେ ଶୁକ୍ରବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00