Your Astrology Guru Lyrics
ଆରେ କାହ୍ନା ଆ ତତେ ଗୋପ ଡାକୁଛି
aare kanha aa Your Astrology Guru Lyrics in odia language
ଆରେ କାହ୍ନା ଆ..ଓ..
ତତେ ଗୋପ ଡାକୁଛି
ଆ କାହ୍ନା ଆ ତତେ ମନ ଝୁରୁଛି
ଆ କାହ୍ନା ଆ ତତେ ମନ ଝୁରୁଛି
ମନ ଝୁରୁଚି ତତେ ଆଖି ଖୋଜୁଚିରେ
ହୋ..ମୋ କାହ୍ନାରେ ମୋ କାହ୍ନାରେ
ମୋ ଜୀବନ ବୃନ୍ଦାବନେ ତୁ ମୋର କହେଁଇରେ
ଆ କାହ୍ନା ଆ ତତେ ମନ ଝୁରୁଚି
କାନ୍ଦୁଛି ତୋର ଗୋପ ନଗରୀ
କାନ୍ଦୁଛି ରାଧା ସେ ସୁନା ଗୋରୀ
ମନ ଚଞ୍ଚଳ ଶୁଣିବାକୁ ତୋ ବଇଁଶୀ ସୁର
ତୋର ବଇଁଶୀ ଲୁଚେଇଛି ରେ ସପନ ରାଧାର
ମନ ଚଞ୍ଚଳ ଶୁଣିବାକୁ ତୋ ବଇଁଶୀ ସୁର
ତୋର ବଇଁଶୀ ଲୁଚେଇଛି ରେ ସପନ ରାଧାର
ହୋ..ଅଧିରେ ଖୋଜୁଚି ତତେ
ଅଧିରେ ଖୋଜୁଚି ତତେ ବିରହୀଣୀ ରାଧରେ
ଆ କାହ୍ନା ଆ ତତେ ମନ ଝୁରୁଚି
ଝୁରେ କଦମ୍ବ ଝୁରେ ଯମୁନା
କହେ ପବନ କହେ ସପନ
ସାଥି ସୁଦାମା ସୁବଳ ଖୋଜେ ତୋ କଳା ରୂପ
ଗୋପ ନଗରୀ ମରୁଛି ଝୁରି ତୋ ଶେଷ ଗୀତ
ସାଥି ସୁଦାମା ସୁବଳ ଖୋଜେ ତୋ କଳା ରୂପ
ଗୋପ ନଗରୀ ମରୁଛି ଝୁରି ତୋ ଶେଷ ଗୀତ
ହୋ..କଳା କୋଇଲିବି କାହିଁ
କଳା କୋଇଲିବି କାହିଁ ଉଡ଼ିଗଲା ଦୂରେ
ଆ କାହ୍ନା ଆ ତତେ ମନ ଝୁରୁଚି
ତୋର ବଇଁଶୀ ସୁର ଶୁଭୁଛି
ମନ ଝୁରୁଛି ମନେ ମରୁଛି
ଗଲୁ ଯେ ଗଲୁ ଅଫେରା ବାଟେ ତୁ ଚାଲିଗଲୁ
କାହାକୁ କେତେ ଭରଷା ଦେଇ ତୁ ଭୁଲିଗଲୁ
ଗଲୁ ଯେ ଗଲୁ ଅଫେରା ବାଟେ ତୁ ଚାଲିଗଲୁ
କାହାକୁ କେତେ ଭରଷା ଦେଇ ତୁ ଭୁଲିଗଲୁ
ହୋ…ଜଗତର ନାଥ ବୋଲି
ଜଗତର ନାଥ ବୋଲି ଜଗନ୍ନାଥ ହେଲୁରେ
ଆ କାହ୍ନା ଆ ତତେ ମନ ଝୁରୁଛି
ମନ ଝୁରୁଚି ତତେ ଆଖି ଖୋଜୁଛିରେ
ଆ କାହ୍ନା ଆ ତତେ ମନ ଝୁରୁଛି
ଡାକୁଛି ଗୋପ ଡାକେ ଭକତ
ଡାକୁଛି ରାଧା ଡାକେ ଯମୁନା
ଡାକୁଛି ମନ ଡାକୁଛି ତନ
ଡାକେ କୋଇଲି ବଜା ବଇଁଶୀ
ମୋର କାଳିଆ..ଜଗନ୍ନାଥିଆ…
ଚକାଆଖିଆ…ନୀଳାଚଳିଆ…
aare kanha aa Your Astrology Guru Lyrics in odia language
Thank You