Loading...

299 Big Street, Govindpur, India

Open daily 10:00 AM to 10:00 PM

Ne Re Ne Re Kalia Tike Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ନେ ରେ ନେ ରେ କାଳିଆ ଟିକେ
ପାଖକୁ ଡାକି ତୋର ପାଖକୁ ଡାକି

ne re ne re kalia tike Your Astrology Guru Lyrics in odia language


ନେ ରେ ନେ ରେ କାଳିଆ ଟିକେ
ପାଖକୁ ଡାକି ତୋର ପାଖକୁ ଡାକି
ଦେ ରେ ଦେ ରେ ଆଶୀଷ ଟିକେ
ହେ ଚକା ଆଖି ହେ ଚକା ଆଖି
କି ପାପ ଏମିତି କଲିରେ କାଳିଆ
କି ପାପ ଏମିତି କଲିରେ କାଳିଆ
ଜୀବନ ଜଞ୍ଜାଳେ ମତେ ଦେଲୁରେ ଠକି
ନେ ରେ ନେ ରେ ନେ ରେ ଡାକି
ବୁଜିଦେବି ଦୁଇ ଆଖି ଝୁରିଲାଣି ମନପକ୍ଷୀ
ବୁଜିଦେବି ଦୁଇ ଆଖି ଝୁରିଲାଣି ମନପକ୍ଷୀ



ମଣିଷ ମାରିନି ଚୋରି ବି କରିନି
କରିନାହିଁ କିଛି ପାପ
କରିନାହିଁ କିଛି ପାପ
କେଉଁ ଅପରାଧେ କପାଳରେ ମୋର
ଲେଖିଲୁ ଅସରା ଦୁଃଖ
ଲେଖିଲୁ ଅସରା ଦୁଃଖ
ଅଭାବ କଷଣ ନରକ ଯାତନା
ଆଉ ମୁ ପାରୁନି ସହି
ତୋ ବାହୁ ଛାଇରେ ଛାଡ଼ିବି ଜୀବନ
ନେ ରେ ଭୁଜ ବଢ଼େଇ
ନେ ରେ ଭୁଜ ବଢ଼େଇ
ନେ ରେ ନେ ରେ ନେ ରେ ଡାକି
ବୁଜିଦେବି ଦୁଇ ଆଖି ଝୁରିଲାଣି ମନପକ୍ଷୀ
ବୁଜିଦେବି ଦୁଇ ଆଖି ଝୁରିଲାଣି ମନପକ୍ଷୀ



ସରଗ ଦୁଆର ପାରିବିନି ଯାଇ
ନାହିଁ କେହି ଆପଣାର
ନାହିଁ କେହି ଆପଣାର
ଭୁଜ ତୋ ବଢ଼େଇ ଜାଳିଦେବୁ ଜୁଇ
ଗାଆଁ ମଶାଣିରେ ମୋର
ଗାଆଁ ମଶାଣିରେ ମୋର
ଅଖଣ୍ଡ ଦୀପାଳି ଲିଭିବା ଆଗରୁ
ହେବିରେ ତୋ ଠାରେ ଲୀନ
ଶେଷ ଇଛା ମୋର ସର୍ବ ଦର୍ଶନ
ଦେବୁରେ ଚକା ନୟନ
ଦେବୁରେ ଚକା ନୟନ

ନେ ରେ ନେ ରେ କାଳିଆ ଟିକେ
ପାଖକୁ ଡାକି ତୋର ପାଖକୁ ଡାକି
ଦେ ରେ ଦେ ରେ ଆଶୀଷ ଟିକେ
ହେ ଚକା ଆଖି ହେ ଚକା ଆଖି
କି ପାପ ଏମିତି କଲିରେ କାଳିଆ
କି ପାପ ଏମିତି କଲିରେ କାଳିଆ
ଜୀବନ ଜଞ୍ଜାଳେ ମତେ ଦେଲୁରେ ଠକି
ନେ ରେ ନେ ରେ ନେ ରେ ଡାକି
ବୁଜିଦେବି ଦୁଇ ଆଖି ଝୁରିଲାଣି ମନପକ୍ଷୀ
ବୁଜିଦେବି ଦୁଇ ଆଖି ଝୁରିଲାଣି ମନପକ୍ଷୀ

ne re ne re kalia tike Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00