Table of Contents
Your Astrology Guru Lyrics
ଏଇ ମୋର ଶେଷ ଗୀତ ତୁମ ପାଇଁ ଗାଉଛି
Ae Mora Sesa Gita Your Astrology Guru Lyrics In Odia Language
ଚାଲିଯିବି ଦୁନିଆରୁ ରାତି ଗଲେ ପାହି
ରାଣ ଦେଲି ପ୍ରିୟା ମୋର ଛୁଇଁବନି ମତେ
ମୁଁ କାଳେ ବଞ୍ଚିଯିବି ତୁମ ସ୍ପର୍ଶ ପାଇ ((((
ଏଇ ମୋର ଶେଷ ଗୀତ ତୁମ ପାଇଁ ଗାଉଛି
ଭାବିବନି ତମେ ଗପ ସତ ମୁଁ କହୁଛି
ଆଜି ରାତି ଗଲେ ପାହି ଥିବିକି ନା ଜାଣେନାହିଁ
ଆଜି ରାତି ଗଲେ ପାହି ଥିବିକି ନା ଜାଣେନାହିଁ
ତୁମ ପାଇଁ ଶେଷ ଚିଠି ଲେଖି ମୁଁ ଯାଉଛି
ଏଇ ମୋର ଶେଷ ଗୀତ ତୁମ ପାଇଁ ଗାଉଛି
ମୋ ହାତ ସିନ୍ଦୁର ସିନଥିରେ ତୁମର
ଏ ଜନମେ ଲାଗିବନି
ପାଦରେ ଅଳତା ହାତରେ ମେହେନ୍ଦି
ମୋ ପାଇଁ ଗୋ ପିନ୍ଧିବନି
ହୋ ମୋ ହାତ ସିନ୍ଦୁର ସିନଥିରେ ତୁମର
ଏ ଜନମେ ଲାଗିବନି
ପାଦରେ ଅଳତା ହାତରେ ମେହେନ୍ଦି
ମୋ ପାଇଁ ଗୋ ପିନ୍ଧିବନି
ଫୁଲ ଶେଜେ ବସିବନି ବୋହୁ ରାଣି ସାଜିବନି
ଫୁଲ ଶେଜେ ବସିବନି ବୋହୁ ରାଣି ସାଜିବନି
ତୁମ ପାଇଁ ସିନ୍ଦୁର ତ ଆଉ କେ କିଣିଛି
ଏଇ ମୋର ଶେଷ ଗୀତ ତୁମ ପାଇଁ ଗାଉଛି
ମୋ ପାଇଁ ମନ୍ଦିରେ ଯିବ ନାହିଁ ଆଉ
ସଞ୍ଜ ବତୀ ହାତେ ଧରି
ମାଗିବାକୁ ଯାଇ ତୁମ ହାତ ପ୍ରିୟା
ଯାଇଛି ବାଜି ମୁଁ ହାରି
ହେ ମୋ ପାଇଁ ମନ୍ଦିରେ ଯିବ ନାହିଁ ଆଉ
ସଞ୍ଜ ବତୀ ହାତେ ଧରି
ମାଗିବାକୁ ଯାଇ ତୁମ ହାତ ପ୍ରିୟା
ଯାଇଛି ବାଜି ମୁଁ ହାରି
ହାରିଗଲି ଦୁଃଖ ନାହିଁ ଦୁଃଖ ଖାଲି ତୁମ ପାଇଁ
ହାରିଗଲି ଦୁଃଖ ନାହିଁ ଦୁଃଖ ଖାଲି ତୁମ ପାଇଁ
ଚାନ୍ଦ ବିନା ନୀଳ କଇଁ ବଞ୍ଚିକି ପାରିଛି
ଏଇ ମୋର ଶେଷ ଗୀତ ତୁମ ପାଇଁ ଗାଉଛି
ଭାବିବନି ତମେ ଗପ ସତ ମୁଁ କହୁଛି
ଆଜି ରାତି ଗଲେ ପାହି ଥିବିକି ନା ଜାଣେନାହିଁ
ଆଜି ରାତି ଗଲେ ପାହି ଥିବିକି ନା ଜାଣେନାହିଁ
ତୁମ ପାଇଁ ଶେଷ ଚିଠି ଲେଖି ମୁଁ ଯାଉଛି
ଏଇ ମୋର ଶେଷ ଗୀତ ତୁମ ପାଇଁ ଗାଉଛି
Ae Mora Sesa Gita Your Astrology Guru Lyrics In Odia Font
Thank You