ଆକାଶରେ ଜହ୍ନ ଟିଏ ଥାଉ
ଆକାଶରେ ଜହ୍ନ ଟିଏ ଥାଉ
ସେ ଜହ୍ନକୁ….ସେ ଜହ୍ନକୁ….
ହାତ ମୋର ପାଉକି ନପାଉ
ମନ ତଳେ ସାଥି ଟିଏ ଥାଉ
ମନ ତଳେ ସାଥି ଟିଏ ଥାଉ
ଏ ଜୀବନେ….ଏ ଜୀବନେ….
ମତେ ଭଲ ପାଉକି ନପାଉ
ଆକାଶରେ ଜହ୍ନ ଟିଏ ଥାଉ
ଆକାଶରେ ଜହ୍ନ ଟିଏ ଥାଉ
ଫୁଟୁବା ନଫୁଟୁ ଫୁଲ
ସାଜୁ ଏ ଫଗୁଣ
ଝରୁବା ନଝରୁ ମେଘ
ଝରୁ ଏ ଶ୍ରାବଣ
ହୋ ଫୁଟୁବା ନଫୁଟୁ ଫୁଲ
ସାଜୁ ଏ ଫଗୁଣ
ଝରୁବା ନଝରୁ ମେଘ
ଝରୁ ଏ ଶ୍ରାବଣ
ଓଠ ତଳେ ଗୀତ ଟିଏ ଥାଉ
ଓଠ ତଳେ ଗୀତ ଟିଏ ଥାଉ
ସେ ଗୀତକୁ….ସେ ଗୀତକୁ….
କେହି ଏବେ ଗାଉକି ନଗାଉ
ଆକାଶରେ ଜହ୍ନ ଟିଏ ଥାଉ
ଆକାଶରେ ଜହ୍ନ ଟିଏ ଥାଉ
ପାଗଳ ପ୍ରେମିକ ମନ ଜାଣେନା କାହିଁକି
ଅଦେଖାରୁ ଦୂରେ ଏତେ ଯାଉଛି ମହକି
ହୋ ପାଗଳ ପ୍ରେମିକ ମନ ଜାଣେନା କାହିଁକି
ଅଦେଖାରୁ ଦୂରେ ଏତେ ଯାଉଛି ମହକି
ଚାଲିବାକୁ ବାଟ ଟିଏ ଥାଉ
ଚାଲିବାକୁ ବାଟ ଟିଏ ଥାଉ
ସେ ବାଟରେ….ସେ ବାଟରେ….
ସାଥି କେହି ହେଉକି ନହେଉ
ଆକାଶରେ ଜହ୍ନ ଟିଏ ଥାଉ
ଆକାଶରେ ଜହ୍ନ ଟିଏ ଥାଉ
ସେ ଜହ୍ନକୁ….ସେ ଜହ୍ନକୁ….
ହାତ ମୋର ପାଉକି ନପାଉ
ଆକାଶରେ ଜହ୍ନ ଟିଏ ଥାଉ
ମନ ତଳେ ସାଥି ଟିଏ ଥାଉ
ଆକାଶରେ ଜହ୍ନ ଟିଏ ଥାଉ