Your Astrology Guru Lyrics
ଆସିବି ମୁ ଆସିବି ବଞ୍ଚିଥିଲେ ପୁଣି ଆସିବି
Asibi Mu Asibi Banchithile Puni Your Astrology Guru Lyrics In Odia Language
ଆସିବି ମୁ ଆସିବି ବଞ୍ଚିଥିଲେ ପୁଣି ଆସିବି
ଆସିବି ମୁ ଆସିବି ବଞ୍ଚିଥିଲେ ପୁଣି ଆସିବି
ଏଇ ବଡ ଦାଣ୍ଡେ ନନ୍ଦିଘୋଷ ରଥେ
ଏଇ ବଡ ଦାଣ୍ଡେ ନନ୍ଦିଘୋଷ ରଥେ
ନବ କଳେବର ଦେଖିବି
ଆସିବି ମୁ ଆସିବି ବଞ୍ଚିଥିଲେ ପୁଣି ଆସିବି
ଆସିବି ମୁ ଆସିବି ବଞ୍ଚିଥିଲେ ପୁଣି ଆସିବି
ତୋର ଧାମ ଛାଡି ଗଲେ ମୁ ବାହୁଡ଼ି
ମନ କି ଥୟ ଧରିବ
ଶରୀରଟି ସିନା ନେଇ ଫେରିଯିବି
ମନ ବେଢା ବୁଲୁ ଥିବ
ମୋର ଦୁଇ ଆଖି ଫୁଟିଯିବ ଯଦି
ଆଉ ଦେଖି ନ ପାରିବି
ମୋର ଦୁଇ ଆଖି ଫୁଟିଯିବ ଯଦି
ଆଉ ଦେଖି ନ ପାରିବି
ଅଣ୍ଡାଳି ଅଣ୍ଡାଳି ଆସିବି କାଳିଆ
ଅଣ୍ଡାଳି ଅଣ୍ଡାଳି ଆସିବି
ଅଣ୍ଡାଳି ଅଣ୍ଡାଳି ଆସିବି କାଳିଆ
ଅଣ୍ଡାଳି ଅଣ୍ଡାଳି ଆସିବି
ଭାଗ୍ୟେ ଥିବ ଯଦି ଆଉ ଥରେ ପୁଣି
ତୋ ରଥ ଦଉଡି ଟାଣିବି
ଟାଣିବି ମୁ ଟାଣିବି ତୋ ରଥକୁ ମୁ ଟାଣିବି
ଆସିବି ମୁ ଆସିବି ବଞ୍ଚିଥିଲେ ପୁଣି ଆସିବି
ଏ ମାୟା ସଂସାର ଅଟେ ଦି ଦିନର
କି ନୁହେଁ ସବୁ ଦିନର
ଶେଷ ଟୋପା ରକ୍ତ ଥିବାଯାଏ ମୋର
ଗାଉଥିବି ଭଜନ ତୋର
ମୋର ଦୁଇ ପାଦ ଛିଡି ଯିବ ଯଦି
ଆଉ ଚାଲି ନ ପାରିବି
ମୋର ଦୁଇ ପାଦ ଛିଡି ଯିବ ଯଦି
ଆଉ ଚାଲି ନ ପାରିବି
ଗୁରୁଣ୍ଡି ଗୁରୁଣ୍ଡି ଆସିବି କାଳିଆ
ଗୁରୁଣ୍ଡି ଗୁରୁଣ୍ଡି ଆସିବି
ଗୁରୁଣ୍ଡି ଗୁରୁଣ୍ଡି ଆସିବି କାଳିଆ
ଗୁରୁଣ୍ଡି ଗୁରୁଣ୍ଡି ଆସିବି
କପାଳରେ ଥିଲେ ମହା ଆନନ୍ଦରେ
ଧୂଳି ରେ ମୁ ପୁଣି ଗଡ଼ିବି
ଗଡ଼ିବି ମୁ ଗଡ଼ିବି ବଡ ଦାଣ୍ଡେ ତୋର ଗଡ଼ିବି
ଆସିବି ମୁ ଆସିବି ବଞ୍ଚିଥିଲେ ପୁଣି ଆସିବି
ସଞ୍ଜ ରତ ରତ ଜୀବନ ସୁରୁଜ
ହୋଇଯିବ ଦିନେ ଅସ୍ତ
ବେଳ ବୁଡ଼ିଯିବ ସେ ଯଦି ଲିଭିବ
ଚଳିବନି ଗୋଡ ହାତ
କେବେ ପଡିଯିବି ବିଛଣାରେ ଯଦି
ଆଉ ନ ପାରିବି ଉଠି
କେବେ ପଡିଯିବି ବିଛଣାରେ ଯଦି
ଆଉ ନ ପାରିବି ଉଠି
କୋକେଇରେ ଶୋଇ ଆସିବି କାଳିଆ
କୋକେଇରେ ଶୋଇ ଆସିବି
କୋକେଇରେ ଶୋଇ ଆସିବି କାଳିଆ
କୋକେଇରେ ଶୋଇ ଆସିବି
ବଡ଼ଦାଣ୍ଡେ ଦାଣ୍ଡେ ସିଂହଦ୍ୱାର ବାଟେ
ସ୍ୱର୍ଗଦ୍ୱାର ଚାଲିଯିବି
ଆସିବି ମୁ ଆସିବି ବଞ୍ଚିଥିଲେ ପୁଣି ଆସିବି
ଆସିବି ମୁ ଆସିବି ବଞ୍ଚିଥିଲେ ପୁଣି ଆସିବି
Asibi Mu Asibi Banchithile Puni Asibi Your Astrology Guru Lyrics In Odia Language
Thank You