Your Astrology Guru Lyrics
ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର
Bada Deulare Neta Ude Fara Fara Your Astrology Guru Lyrics In Odia Language
ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର
ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର
ମୋ ଠାକୁର ଭକତର ଭକତ ଯେ ତାଙ୍କର
ଭକତର ଲାଗି ଖୋଲା ଯା ସିଂହ ଦୁଆର
ଭକତର ଲାଗି ଖୋଲା ଯା ସିଂହ ଦୁଆର
ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର
ତାଙ୍କ ଦରଶନ ସୁଖ ଜଗତେ ନାହିଁ
ସୁଖରେ ଝରଇ ଲୁହ ସେ ମୁହଁ ଚାହିଁ
ତାଙ୍କ ନିର୍ମାଲ୍ୟ ତୁଳସୀ ପାଦୁକ ପାଇ
ବାଇଶି ପାହାଚେ ଗଡ଼ ଅଭଡ଼ା ଖାଇ
କି ସୁନ୍ଦର ସେ ଅଭଡ଼ା ସେ ବେଶର ମହୁର
ଭକତର ଲାଗି ଖୋଲା ଆନନ୍ଦ ବଜାର
ଭକତର ଲାଗି ଖୋଲା ଆନନ୍ଦ ବଜାର
ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର
ଧୂପରେ ଦୀପରେ ତୋଷ ନୁହନ୍ତି ସେ ଯେତେ
ପୂଜାଠାରୁ ଭକତିରେ ଭାବ ତାଙ୍କ ସେତେ
ଭାବ ବିନୋଦିଆ ସେଇ କାଳିଆ ଠାକୁର
ଭାବକୁ ନିକଟ ସେତ ଅଭାବକୁ ଦୂର
ସେଇ ହସ ସେଇ ବେଶ ସେ ଆଳତି କର୍ପୁର
ଭକତର ଲାଗି ସେତ ବୈକୁଣ୍ଠ ପୁର
ଭକତର ଲାଗି ସେତ ବୈକୁଣ୍ଠ ପୁର
ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର
ମୋ ଠାକୁର ଭକତର ଭକତ ଯେ ତାଙ୍କର
ଭକତର ଲାଗି ଖୋଲା ଯା ସିଂହ ଦୁଆର
ଭକତର ଲାଗି ଖୋଲା ଯା ସିଂହ ଦୁଆର
ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର
ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର
Bada Deulare Neta Ude Fara Fara Your Astrology Guru Lyrics In Odia Language
Thank You