Your Astrology Guru Lyrics
ବଡ ଠାକୁର ହେ ବଡ ଠାକୁର
ପଚାରିବ ତମ ସାନ ଭାଇକି
Bada Thakura He Bada Thakura Your Astrology Guru Lyrics In Odia Language
ବଡ ଠାକୁର ହେ ବଡ ଠାକୁର
ବଡ ଠାକୁର ହେ ବଡ ଠାକୁର
ପଚାରିବ ତମ ସାନ ଭାଇକି
ପଚାରିବ ତମ ସାନ ଭାଇକି
ହସିଲେ ହସୁଚି ଋଷିଲେ ଋଷୁଚି
ହସିଲେ ହସୁଚି ଋଷିଲେ ଋଷୁଚି
ଏଇ ଖେଳ ତାର କାହା ପାଇଁକି
ବଡ ଠାକୁର ହେ ବଡ ଠାକୁର
ବଡ ଠାକୁର ହେ ବଡ ଠାକୁର
ସଜ ତୁଳସୀରେ ନିତି ସଜ ହୁଏ
ଝଡା ତୁଳସୀକୁ ଆମକୁ ବଢାଏ
ଭାର ଭାର ଫୁଲେ ଲାଗି ହେଉଥାଏ
ବାସି ହଣ୍ଡା ମାଳ ଆମକୁ ବଢାଏ
ରାଧାଙ୍କୁ ଦେଖିଚି ଲକ୍ଷ୍ମୀଙ୍କୁ ଦେଖୁଚି
ରାଧାଙ୍କୁ ଦେଖିଚି ଲକ୍ଷ୍ମୀଙ୍କୁ ଦେଖୁଚି
ଏଇ ଭୋଳା ମୁହଁ କାହା ପାଇଁକି
ବଡ ଠାକୁର ହେ ବଡ ଠାକୁର
ବଡ ଠାକୁର ହେ ବଡ ଠାକୁର
ଭଳି ଭଳି ପାଟ ପତନି ଦେଖ ପିନ୍ଧୁଚି
ଚିରି ଦେଇ ସେଇ କପଡା ସିଏ ଦଉଚି
ଚନ୍ଦନ କର୍ପୁର ଆଳତି ଘେନୁଚି
ପୋଡା କଳା ଆମ ମଥାକୁ ଦଉଚି
ରାମ ହୋଇଥିଲା କୃଷ୍ଣ ହୋଇଥିଲା
ରାମ ହୋଇଥିଲା କୃଷ୍ଣ ହୋଇଥିଲା
ଦାରୁ ରୂପ ଏବେ କାହା ପାଇଁକି
ବଡ ଠାକୁର ହେ ବଡ ଠାକୁର
ବଡ ଠାକୁର ହେ ବଡ ଠାକୁର
ପଚାରିବ ତମ ସାନ ଭାଇକି
ପଚାରିବ ତମ ସାନ ଭାଇକି
ହସିଲେ ହସୁଚି ଋଷିଲେ ଋଷୁଚି
ହସିଲେ ହସୁଚି ଋଷିଲେ ଋଷୁଚି
ଏଇ ଖେଳ ତାର କାହା ପାଇଁକି
ବଡ ଠାକୁର ହେ ବଡ ଠାକୁର
ବଡ ଠାକୁର ହେ ବଡ ଠାକୁର
ବଡ ଠାକୁର ହେ ବଡ ଠାକୁର
ବଡ ଠାକୁର ହେ ବଡ ଠାକୁର
Bada Thakura He Bada Thakura Your Astrology Guru Lyrics In Odia Language
Thank You