Your Astrology Guru Lyrics
ଭୁଲ କଲୁ ତୁ ମତେ ମଣିଷ ଜନମ ଦେଇ
ନହେଲେ ତ କାଳିଆରେ ଭଲରେ ଥାଆନ୍ତି ମୁହିଁ
Bhul Kalu Tu Mate Manisa Janama Dei Your Astrology Guru Lyrics In Odia Language
ଭୁଲ କଲୁ ତୁ ମତେ ମଣିଷ ଜନମ ଦେଇ
ନହେଲେ ତ କାଳିଆରେ
ଭଲରେ ଥାଆନ୍ତି ମୁହିଁ
ଭୁଲ କଲୁ ତୁ ମତେ ମଣିଷ ଜନମ ଦେଇ
ନହେଲେ ତ କାଳିଆରେ
ଭଲରେ ଥାଆନ୍ତି ମୁହିଁ
ମୁ ଦେଖୁଛି ପଶୁପକ୍ଷୀ ମୋ ପରି ନୁହନ୍ତି ଦୁଃଖୀ
ମୁ ଦେଖୁଛି ପଶୁପକ୍ଷୀ ମୋ ପରି ନୁହନ୍ତି ଦୁଃଖୀ
ପିମ୍ପୁଡି ଯେତିକି ସୁଖୀ ସେତିକି ସୁଖୀ ମୁଁ ନାହିଁ
ଭୁଲ କଲୁ ତୁ ମତେ ମଣିଷ ଜନମ ଦେଇ
ମଣିଷ ଜନମ ଦେଇ
ତୁ ନେଇଥିଲୁ ମଣିଷ ଜନମ
ଦେବକୀ ଅଷ୍ଟମ ଗର୍ଭେ
ଜଗତ ଜନଙ୍କୁ ଶାନ୍ତି ଦେବୁ ବୋଲି
ତତେ ଚାହିଁଥିଲେ ସର୍ବେ
ତୋ ଜନମ ମୋ ଜନମ ଆକାଶ ପାତାଳ ସମ
ତୋ ଜନମ ମୋ ଜନମ ଆକାଶ ପାତାଳ ସମ
ମୁ ନୁହେଁ ଜିଇବାକୁ ପୁତନାର କ୍ଷୀର ପିଇ
ଭୁଲ କଲୁ ତୁ ମତେ ମଣିଷ ଜନମ ଦେଇ
ମଣିଷ ଜନମ ଦେଇ
ମହା ଜୀବ କରି ତିଆରିଲୁ ମତେ
ମହା ସୁଖ ଦେବୁ ବୋଲି
ମହା ଦୁଃଖୀ ହୋଇ ରହିଗଲି ମୁହିଁ
ସୁଖ ଗାଁ ବାଟ ଭୁଲି
ତୋ ହିସାବ ମୋ ହିସାବ ଅମିଶା ହେଲେ କି ଲାଭ
ତୋ ହିସାବ ମୋ ହିସାବ ଅମିଶା ହେଲେ କି ଲାଭ
ଏ ମନ ଅର୍ଜୁନ ଥିବ ବିଷାଦ ଯୋଗରେ ରହି
ଭୁଲ କଲୁ ତୁ ମତେ ମଣିଷ ଜନମ ଦେଇ
ମୁ ଦେଖୁଛି ପଶୁପକ୍ଷୀ ମୋ ପରି ନୁହନ୍ତି ଦୁଃଖୀ
ମୁ ଦେଖୁଛି ପଶୁପକ୍ଷୀ ମୋ ପରି ନୁହନ୍ତି ଦୁଃଖୀ
ପିମ୍ପୁଡି ଯେତିକି ସୁଖୀ ସେତିକି ସୁଖୀ ମୁ ନାହିଁ
ଭୁଲ କଲୁ ତୁ ମତେ ମଣିଷ ଜନମ ଦେଇ
ମଣିଷ ଜନମ ଦେଇ
Bhul Kalu Tu Mate Manisa Janama Dei Your Astrology Guru Lyrics In Odia Language
Thank You